Posted inରାଜ୍ୟ

ଦାଦାଙ୍କ ଯୋଗୁ ଦହିବରା ବିକିପାରୁଛି

ଦିନେ କାମ ଖୋଜିବାକୁ ଘର ଘର ବୁଲୁଥିଲି। ମୂଲ ମଜୁରି କରି ପେଟ ପୋଷିବାକୁ ଚେଷ୍ଟା କରୁଥିଲି। ହେଲେ ଦାଦାଙ୍କ ଦହିବରା ବ୍ୟବସାୟ ଓ ଏକ ଜଳଖିଆ ଦୋକାନରେ କାମ କରିବାର ଅଭିଜ୍ଞତା ହିଁ ମୋତେ ଦହିବରା ବ୍ୟବସାୟ କ୍ଷେତ୍ରକୁ ଟାଣି ଆଣିଛି। ପିଲାବେଳୁ ଦାଦାଙ୍କ ସହ କାମ କରିଥିବାରୁ ଏହି ବେପାର ମୋ ପାଇଁ ଅଧିକ ସହଜ ହୋଇଯାଇଛି। ଏବେ ପରିବାର ଚଳାଇବା ଓ ପିଲାଙ୍କୁ ମଣିଷ କରିବାରେ କିଛି ଅସୁବିଧା ହେଉନି ବୋଲି କହିଛନ୍ତି ଅନୁଗୋଳ ବଜାର ମାଢୁଆଳି ଧର୍ମଶାଳା ସମ୍ମୁଖରେ ଦହିବରା ବିକ୍ରି କରୁଥିବା ଦୟାନିଧି ସାହୁ।
ଦୟାନିଧିଙ୍କ ଘର କଟକ ଜିଲା ବଡ଼ମ୍ବା ଥାନା ଗୋପପୁର ଗ୍ରାମରେ। ବାପା ସତ୍ୟବାଦୀଙ୍କ ତିନିପୁଅ ମଧ୍ୟରୁ ଦୟାନିଧି ବଡ଼। ସେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ବାପାଙ୍କ ମୃତ୍ୟୁ ହୋଇଥିଲା। ସେହିଦିନଠାରୁ ତାଙ୍କ ପାଠପଢ଼ା ବନ୍ଦ ହୋଇଯାଇଥିଲା। ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ ପରିବାର ପାଇଁ କଷ୍ଟକର ହୋଇପଡ଼ିବାରୁ ତାଙ୍କୁ ଦହିବରା ବିକ୍ରି କରୁଥିବା ଦାଦା କୀର୍ତ୍ତନ ସାହୁଙ୍କ ସହ କାମ କରିବାକୁ ପଡ଼ିଲା। ଦାଦାଙ୍କ ପାଖରେ ୧୨ ବର୍ଷ ରହି ସାହାଯ୍ୟ କରିବା ସହିତ ମୂଲ ମଜୁରି କରୁଥିଲେ। କିନ୍ତୁ ସେଥିରେ ଚଳିବା କଷ୍ଟକର ହେବାରୁ ଏକ ଜଳଖିଆ ଦୋକାନରେ କାମ କଲେ। ସେଠାରୁ କାମ ଶିଖି ନିଜେ ଏକ ଠେଲାଗାଡ଼ି ମାଧ୍ୟମରେ ଜଳଖିଆ ବିକିଲେ। ୭ ବର୍ଷ ଏପରି ଜଳଖିଆ ବିକ୍ରି କରିବା ପରେ ଅଧିକ ରୋଜଗାର ପାଇଁ ଦାଦାଙ୍କ ପରି ଦହିବରା ବ୍ୟବସାୟ କରିବାକୁ ମନ ବଳାଇଲେ। ଅନୁଗୋଳ ସହରରେ ୨ଶହ ଟଙ୍କାରେ ଏକ ଘରଭଡା ନେଇ ବ୍ୟବସାୟ ଆରମ୍ଭ କଲେ। ପରେ ଗାଁ ନିକଟ ବାସନ୍ତୀଙ୍କୁ ବିବାହ କଲେ। ସ୍ତ୍ରୀଙ୍କ ସହଯୋଗ ମିଳିବା ପରେ ତାଙ୍କ ବେପାର ଆଗକୁ ବଢ଼ିଲା। ଏମିତିରେ ୩୦ ବର୍ଷ ବିତିଗଲାଣି। ବଡ଼ ପୁଅ ବାଦଲ ବନ୍ତଳା ମହାବିଦ୍ୟାଳୟରେ ପଢ଼ୁଥିବା ବେଳେ ସାନ ଝିଅ ଗାୟତ୍ରୀ ଦଶମ ପଢ଼ୁଛି। ସକାଳ ୭ଟା ବାଜିବା ମାତ୍ରେ ତାଙ୍କ ଦୋକାନରେ ଭିଡ଼ ବଢ଼ିଯାଉଛି। ଯେତିକି ଲୋକ ଖାଇବା ପାଇଁ ଆସୁଛନ୍ତି ତାହାଠାରୁ ଅଧିକ ପାର୍ସଲ ଅର୍ଡର ଦେଉଛନ୍ତି। ଦୁଇ ପ୍ରକାରର ଦହିବରା ସାଙ୍ଗକୁ ଆଳୁଦମ, ଘୁଗୁନି ଓ ହାତ ତିଆରି ମସଲାର ସ୍ବାଦ ଗ୍ରାହକଙ୍କୁ ତାଙ୍କ ଦୋକାନ ପ୍ରତି ଆକର୍ଷିତ କରୁଛି। କଠିନ ପରିଶ୍ରମ ଓ ଦାଦାଙ୍କ ସାହାଯ୍ୟ ପାଇଁ ସେ ଆଜି ସଫଳ ଦହିବରା ବ୍ୟବସାୟୀ ହୋଇପାରିଥିବା ଦୟାନିଧି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?