Posted inଖେଳ

ଦଶନ୍ଧିର ଶ୍ରେଷ୍ଠ ୫ କ୍ରିକେଟର୍‌ ତାଲିକାରେ କୋହଲି

ଲଣ୍ଡନ, ୨୬।୧୨- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। କ୍ରିକେଟର ବାଇବେଲ୍‌ ଭାବେ ପରିଚଳିତ ‘ଓ୍ବିଜଡେନ’ ପତ୍ରିକା ପକ୍ଷରୁ ଗୁରୁବାର ପ୍ରକାଶିତ ଦଶନ୍ଧିର ଶ୍ରେଷ୍ଠ-୫ କ୍ରିକେଟର୍‌ ତାଲିକାରେ କୋହଲି ସ୍ଥାନ ପାଇବାର ଗୌରବ ଲାଭ କରିଛନ୍ତି। ଏକମାତ୍ର ଭାରତୀୟ ଭାବେ ସେ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛନ୍ତି। ‘ଓ୍ବିଜଡେନ’ ପକ୍ଷରୁ ଘୋଷିତ ଏହି ତାଲିକାରେ ସ୍ଥାନ ପାଇଥିବା ଆଉ ୪ କ୍ରିକେଟର୍‌ ହେଲେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌, ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ, ଏବି ଡି ଭିଲର୍ସ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଏଲିସେ ପେରୀ।
୧୦ ବର୍ଷ ମଧ୍ୟରେ କୋହଲି ଅନ୍ତର୍ଜାତୀୟସ୍ତରରେ ଅନ୍ୟମାନଙ୍କ ଅପେକ୍ଷା ୫,୭୭୫ ରନ୍‌ ଅଧିକ ସ୍କୋର କରିଛନ୍ତି। ଯାହା କୋହଲିଙ୍କୁ ଗତ ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ କରୁଛି। ସେହିଭଳି ନିକଟରେ ‘ଓ୍ବିଜଡେନ’ ପକ୍ଷରୁ ଘୋଷଣା କରାଯାଇଥିବା ଦଶନ୍ଧିର ଟେଷ୍ଟ ଟିମ୍‌ର ଅଧିନାୟକ ଭାବେ ୩୧ ବର୍ଷୀୟ କୋହଲିଙ୍କୁ ନିଯୁକ୍ତ କରାଯାଇଥିଲା। ସେହିଭଳି ଓ୍ବିଜଡେନ ଦିନିକିଆ ଦଳରେ ମଧ୍ୟ କୋହଲିଙ୍କୁ ସ୍ଥାନ ମିଳିଥିଲା। ‘ସେ ପ୍ରତିଭାଶାଳୀ ଖେଳାଳି। ୨୦୧୪ରେ ଇଂଲଣ୍ଡ ଗସ୍ତଠାରୁ ଚଳିତ ବର୍ଷ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ କୋଲକାତାରେ ଖେଳାଯାଇଥିବା ୨ୟ ଟେଷ୍ଟ ପର୍ଯ୍ୟନ୍ତ କୋହଲି ୬୩ ଆଭରେଜରେ ୨୧ ଶତକ ଓ ୧୩ ଅର୍ଦ୍ଧଶତକ ହାସଲ କରିଛନ୍ତି’ ବୋଲି ଓ୍ବିଜଡେନ ପକ୍ଷରୁ କୁହାଯାଇଛି। ‘ଅନ୍ତର୍ଜାତୀ କ୍ରିକେଟ୍‌ର ୩ଟି ଯାକ ଫର୍ମାଟ୍‌ରେ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ସେ ୫୦ରୁ ଊର୍ଦ୍ଧ୍ୱ ଆଭରେଜରେ ରନ୍‌ ସଂଗ୍ରହ କରିଛନ୍ତି। ନିକଟରେ କୋହଲିଙ୍କ ପରି ବ୍ୟାଟ୍ସମ୍ୟାନ କେହି ନାହାନ୍ତି ବୋଲି ଷ୍ଟିଭ ସ୍ମିଥ୍‌ ମଧ୍ୟ ଟିପ୍ପଣୀ ଦେଇଥିଲେ’ ବୋଲି ଓ୍ବିଜଡେନ୍‌ ଉଲ୍ଲେଖ କରିଛି। ଓ୍ବିଜଡେନ ଅନୁସାରେ, ସଚିନ ତେନ୍ଦୁଲକରଙ୍କ ଅବସର ପରେ ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟର ଅବସାନ ଆଡ଼କୁ ଗତି କରୁଥିବାବେଳେ ବିଶ୍ୱରେ ଏହିଭଳି ଜଣେ କ୍ରିକେଟର୍‌ ନାହିଁ ଯିଏକି ପ୍ରତିଦିନ କୋହଲିଙ୍କ ପରି ଚାପରେ ଖେଳୁଥିବା।
ଦଶନ୍ଧିରେ କୋହଲି ଟେଷ୍ଟ କ୍ରିକେଟ୍‌ରେ ୭,୨୦୨ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୨୭ ଶତକ ସାମିଲ ରହିଛି। ସେହିଭଳି ସୀମିତ ଓଭର କ୍ରିକେଟ୍‌ରେ ମଧ୍ୟ କୋହଲି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଦିନିକିଆରେ ସେ ୧୧,୧୨୫ ରନ ଏବଂ ଟି୨୦ରେ ୨,୬୩୩ ରନ ସଂଗ୍ରହ କରିଛନ୍ତି। ପ୍ରତ୍ୟେକ ଫର୍ମାଟ୍‌ରେ ୫୦ରୁ ଊର୍ଦ୍ଧ୍ୱ ଆଭରେଜରେ ଖେଳୁଥିବା କୋହଲି ବର୍ତ୍ତମାନ ସୁଦ୍ଧା ୭୦ ଅନ୍ତର୍ଜାତୀୟ ଶତକ ହାସଲ କରିସାରିଛନ୍ତି। ଅନ୍ତର୍ଜାତୀୟସ୍ତରରେ ସର୍ବାଧିକ ଶତକ ହାସଲ କରିବା ତାଲିକାରେ ସେ ସଚିନ ତେନ୍ଦୁଲକର (୧୦୦) ଓ ରିକି ପଣ୍ଟିଂ (୭୧)ଙ୍କ ପଛକୁ ୩ୟ ସ୍ଥାନରେ ରହିଛି। ସେହିଭଳି ଅନ୍ତର୍ଜତୀୟ କ୍ରିକେଟ୍‌ରେ ୩ଟି ଯାକ ଫର୍ମାଟ୍‌କୁ ମିଶାଇ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ସଚିନ (୩୪,୩୫୭) ଓ ପଣ୍ଟିଂ (୨୭,୪୮୩) ପଛକୁ ବିରାଟ (୨୧,୪୪୪) ୩ୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri