Posted inଖେଳ

ଦଳରୁ କେମିତି ବିଦା ହୋଇଥିଲେ ଗାଙ୍ଗୁଲି, ଡ୍ରାଭିଡ୍‌, ସେହ୍ବାଗ, ଗମ୍ଭୀର

ନୂଆଦିଲ୍ଲୀ,୨୦।୭- ଟେଷ୍ଟ ଫର୍ମାଟ୍‌ରୁ ଅବସର ନେଇସାରିଥିବା ମହେନ୍ଦ୍ର ସିଂ ଧୋନୀ ନିଜର ଅନ୍ତିମ ଦିନିକିଆ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ଖେଳିଥିଲେ। ତାଙ୍କ ଭବିଷ୍ୟତ ସମ୍ପର୍କରେ ଚୟନ କମିଟି ରବିବାର ବୈଠକରେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ଲାଗି ଦଳ ଘୋଷଣା କରିବା ସହ ନିଷ୍ପତ୍ତି ନେବ। ଜଣେ ଅଧିନାୟକ ଭାବେ ଧୋନୀ ବହୁ କଠିନ ନିଷ୍ପତ୍ତି ନେଇଥିଲେ, ଯାହାକି ତାଙ୍କ ସମୟରେ ଖେଳୁଥିବା କିଛି କିମ୍ବଦନ୍ତୀ ଖେଳାଳିଙ୍କ ବିପକ୍ଷରେ ଯାଇଥିଲା। ୨୦୦୮ ଅଷ୍ଟ୍ରେଲିଆରେ ଟ୍ରାଇ ସିରିଜ୍‌ ପୂର୍ବରୁ ଧୋନୀ ଚୟନକର୍ତ୍ତାଙ୍କୁ କହିଥିଲେ ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ୍‌ ଭଲ ଫିଲ୍ଡର ନୁହନ୍ତି। ଏଣୁ ଦୁଇଙ୍କୁ ଦିନିକିଆ ଦଳରୁ ବାଦ୍‌ ଦେଇଥିଲେ। ଭାରତୀୟ ଦଳ ଉକ୍ତ ସିରିଜ୍‌ ଜିତିବା ସହ ୨୦୧୧ ବିଶ୍ୱକପ୍‌ ଲାଗି ମୂଳଦୁଆ ରଖିଥିଲା। ଦଳରେ ସୁରେଶ ରାଇନା ଓ ଗୌତମ ଗମ୍ଭୀର ନିୟମିତ ସ୍ଥାନ ପାଇଥିଲେ। ଏହା ପରେ ଧୋନୀ ୨୦୧୨ ସିବି ସିରିଜ୍‌ରେ ବୀରେନ୍ଦ୍ର ସେହ୍ବାଗ, ସଚିନ ତେନ୍ଦୁଲକର ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଦୁଇଜଣଙ୍କୁ ଓପନର ଭାବେ ଖେଳାଇଥିଲେ। ଏମାନଙ୍କ ବୟସ ୩୦ରୁ ଊର୍ଦ୍ଧ୍ୱ ଓ ଫିଲ୍ଡରେ ଧିମା ଯୋଗୁ ପରବର୍ତ୍ତୀ ସମୟରେ ଦଳରୁ ବାଦ୍‌ ପଡ଼ିଥିଲେ। ଏ ସମ୍ପର୍କରେ ଧୋନୀ ସେତେବେଳେ କହିଥିଲେ, ଆମେ ସେହି ଖେଳାଳିଙ୍କୁ ସୁଯୋଗ ଦେଉଛୁ, ଯେଉଁମାନେ ୨୦୧୫ ବିଶ୍ୱକପ୍‌ ଲାଗି ନିଶ୍ଚିତ ଅଷ୍ଟ୍ରେଲିଆ ଫେରିବେ। ପରବର୍ତ୍ତୀ ବିଶ୍ୱକପ୍‌ ବେଳକୁ ସଚିନ, ସେହ୍ବାଗ କିମ୍ବା ଗୌତମ ଦଳରେ ଉପଲବ୍ଧ ଥିବେ କି ନାହିଁ କହିହେବ ନାହିଁ। କାରଣ ସସସ୍ତେ ୩୦ରୁ ଊର୍ଦ୍ଧ୍ୱ ବୟସ୍କ। ଏଠାକାର ଆଉଟ୍‌ ଫିଲ୍ଡ ମଧ୍ୟ ବଡ଼। ଏଣୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେଉଛୁ। ତେବେ ଭାରତୀୟ ଦଳ ୨୦୧୫ ବିଶ୍ୱକପ୍‌ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲେ ରାହୁଲ: କହିଲେ, ୩ ଦାବି ପୂରଣ କର

ନୂଆଦିଲ୍ଲୀ,୨୫।୭: କଂଗ୍ରେସ ଏମ୍‌ପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ NEET ପେପର ଲିକ ଏବଂ ପରୀକ୍ଷା…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ମୋଦିଙ୍କ ସହ ମନ୍ତ୍ରୀଙ୍କ ନକଲି AI ଭିଡିଓ ଭାଇରାଲ; ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ଉପରେ ଷଡ଼ଯନ୍ତ୍ରର ଅଭିଯୋଗ

ନୂଆଦିଲ୍ଲୀ,୨୫।୭: ପ୍ରେସ ଇନଫର୍ମେସନ ବ୍ୟୁରୋ (PIB) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନକଲି, AI-ଜେନେରେଟେଡ ଭିଡିଓଗୁଡ଼ିକର ପର୍ଦ୍ଦାଫାସ କରିଛି। PIBର ଫ୍ୟାକ୍ଟ…

କାଇଁଚପୁର ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓ କହିଲେ….

ଗଞ୍ଜାମ,୨୫ା୭(ବିଦ୍ୟାଧର ସାହୁ ): ପନ୍ଦର ପଞ୍ଚାୟତକୁ ନେଇ ଗଠିତ ହୋଇଛି ଗଞ୍ଜାମ ବ୍ଲକ । ପଞ୍ଚାୟତବାସୀ କିଭଳି ସରକାରଙ୍କ ବିଭିନ୍ନ ସେବା ପାଇ ପାରିବେ ସେଥିପାଇଁ ପ୍ରଶାସନ…

CJP Protest : ଅସୁସ୍ଥ ହୋଇ ପଡିଲେ ଅଭିଜିତ ଦୀପକେ

ନୂଆଦିଲ୍ଲୀ,୨୫।୭: NEET ପେପର ଲିକ ନେଇ ‘କକ୍ରୋଚ ଜନତା ପାର୍ଟି’ (CJP) ତାର ଆନ୍ଦୋଳନ ଜାରି ରଖିଛି। CJP ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି।…

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ; ଏଥିରେ ଥିଲେ୨୮ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୨୫।୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଲା ଅନାସ୍ଥା ପ୍ରସ୍ତାବ

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri