ଦଧିବାମନଜୀଉ ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି: ବର୍ଷକ ତଳେ ମୁଖ୍ୟ ମନ୍ଦିରରୁ ଚୋରି ସୁନା ଚିତାର ଟେର ପାଇନି ପୋଲିସ

ଆନନ୍ଦପୁର,୧୬। ୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁରର ପୁରାତନ ଦଧିବାମନଜୀଉ ମନ୍ଦିର ବେଢ଼ାରୁ ପିତ୍ତଳ ନିର୍ମିତ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ମଙ୍ଗଳବାର ପୂର୍ବାହ୍ନରେ ଚୋରି ହୋଇଯାଇଛି। ଗତ ବର୍ଷ ଜୁନ୍‌ ୧ ତାରିଖରେ ମୁଖ୍ୟ ମନ୍ଦିରରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ୩ ସୁନା ଚିତା ଚୋରି ହୋଇଯାଇଥିଲା। ଏହି ସୁନା ଚିତା ଚୋରି ଘଟଣାର ତଦନ୍ତ କରୁଥିଲେ ମଧ୍ୟ ପୋଲିସ ଏଯାଏ କିଛି ଟେର୍‌ ପାଇନାହିଁ। ଏପରିସ୍ଥଳେ ମଙ୍ଗଳବାର ଠାକୁରଙ୍କ ମଙ୍ଗଳ ଅବକାଶ ନୀତି ସରିବାପରେ ବେଢ଼ାସ୍ଥିତ ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି ହେବା ଘଟଣା ଭକ୍ତମାନଙ୍କୁ ଆଲୋଡ଼ିତ କରିଛି।

ଆନନ୍ଦପୁରବାସୀଙ୍କ ଆରାଧ୍ୟ ଦଧିବାମନଜୀଉ ମନ୍ଦିରରେ ରାଜରାଜୁଡ଼ା ଅମଳରୁ ଠାକୁର ପୂଜା ପାଇ ଆସୁଛନ୍ତି। ମୁଖ୍ୟ ମନ୍ଦିର ବେଢ଼ାରେ ରହିଥିବା ଆଉ କେତେକ ମନ୍ଦିରରେ ବିଭିନ୍ନ ଦେବଦେବୀ ପୂଜା ପାଉଛନ୍ତି। ମଙ୍ଗଳବାର ପୂଜା ଦାୟିତ୍ୱରେ ଥିବା ପୂଜକ ସନାତନ ପାଢ଼ୀ ପୂର୍ବାହ୍ନ ୭ଟାରେ ମଙ୍ଗଳ ଅବକାଶ ପୂଜା ସାରି ନିଜ ଘରକୁ ଚାଲିଯାଇଥିଲେ। ୮ଟା ବେଳକୁ ବେଢ଼ାରେ ରାଧାକୃଷ୍ଣଙ୍କ ମୂର୍ତ୍ତି ନ ଥିବା ଖବର ପାଇ ସେ ମନ୍ଦିରକୁ ଆସିଥିଲେ। ମୂର୍ତ୍ତି ଚୋରି ହୋଇଥିବା ଜାଣି ସେ ମନ୍ଦିର ପରିିଚାଳକ ସୁରେନ୍ଦ୍ର ମିଶ୍ରଙ୍କୁ ଅବଗତ କରାଇଥିଲେ। ଏହାପରେ ଦେବୋତ୍ତର ବିଭାଗ ମୁଖ୍ୟ ତଥା ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପରେ ପୋଲିସ ମନ୍ଦିରକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ସେଭଳି କୌଣସି ସୁରାକ ମିଳିଥିବା ଜଣାପଡ଼ିନାହିଁ। ସ୍ପଷ୍ଟ ଦିବାଲୋକରେ ମୂର୍ତ୍ତି କିଭଳି ଚୋରି ହେଲା ସେନେଇ ସାଧାରଣରେ ନାନା ସନ୍ଦେହ ପ୍ରକାଶ ପାଇଛି। ଗତ ବର୍ଷ ଜୁନ୍‌ ୪ ତାରିଖରେ ମୁଖ୍ୟ ମନ୍ଦିରରୁ ସୁନା ଚେିତା ଚୋରି ଘଟଣାକୁ ବର୍ଷାଧିକ କାଳ ବିତିଥିଲେ ବି ପୋଲିସ ଚୋରକୁ ଧରିପାରି ନାହିଁ କି ସୁନା ଚିତା ଉଦ୍ଧାର କରିପାରି ନାହିଁ। ଏପରିସ୍ଥଳେ ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ମନ୍ଦିରର ପୂଜକ ପାଢୀ କହିଛନ୍ତି, ସକାଳ ଠାକୁରଙ୍କ ଅବକାଶ ପୂଜା ସମୟରେ ରାଧାକୃଷ୍ଣଙ୍କ ମୂର୍ତ୍ତି ଥିବା ସେ ଦେଖିଥିଲେ। ସେ ମନ୍ଦିରରୁ ଆସିବାପରେ ମୂର୍ତ୍ତି ଚୋରି ହେବା ଜାଣି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି। ଚାରି ବର୍ଷ ତଳେ ଜଣେ ବ୍ୟକ୍ତି ମନ୍ଦିରକୁ ଏହି ମୂର୍ତ୍ତି ଦାନ କରିଥିଲେ।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri