Posted inଜାତୀୟ

ଦକ୍ଷିଣ,ପଶ୍ଚିମ ରାଜ୍ୟରେ ବନ୍ୟା ବିଭୀଷିକା

ଥିରୁଭାନନ୍ଥପୁରମ୍‌ /ଅହମ୍ମଦାବାଦ,୧୧ା୮(ପି.ଟି.): ଭାରତର ଦକ୍ଷିଣ ଓ ପଶ୍ଚିମ ରାଜ୍ୟଗୁଡ଼ିକରେ ବନ୍ୟା ବିଭୀଷିକା ଉଗ୍ରରୂପ ଧାରଣ କରିଛି। କର୍ନାଟକ ଓ କେରଳ ପରିସ୍ଥିତି ପ୍ରବଳ ବର୍ଷା ଯୋଗୁ ଅସମ୍ଭାଳ ହୋଇପଡ଼ିବା ସହ ୬୬ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ଗୁଜରାଟରେ ୨୫ ଓ ମହାରାଷ୍ଟ୍ରରେ ୧୯ ଜଣ ପ୍ରାଣ ହରାଇଥିବା ପ୍ରକାଶ। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। କେରଳରେ ୧.୨୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଓ୍ବାୟନାଡ଼ ଓ କୋଝିକୋଡ଼ ବିଶେଷ ଭାବେ ପ୍ରଭାବିତ ହୋଇଛି। ଭୂସ୍ଖଳନ ଯୋଗୁ ଏଠାକାର ଲୋକେ ବହୁ ଅସୁବିଧା ଭୋଗ କରିଥିବା ପ୍ରକାଶ। ରାଜ୍ୟର ୮ ଜିଲାରେ ବର୍ଷା ଲାଗି ରେଡ୍‌ ଆଲର୍ଟ ଜାରି କରାଯାଇଛି। କୋଚି ବିମାନବନ୍ଦର ପ୍ରଭାବିତ ହୋଇଥିବାବେଳେ ଅନେକ ଟ୍ରେନ ବାତିଲ କରାଯାଇଛି।
ବେଲାଗାଭି, ବାଗଲକୋଟ, ବିଜୟାପୁର, ରାଇଚୁର, ହୁବଲ୍ଲି-ଧରଓ୍ବାଡ଼୍‌, ଦକ୍ଷିଣ କନ୍ନଡ଼, କୋଡ଼ାଗୁ, ୟାଦ୍‌ଗିର୍‌,ଗଡ଼ାଗ୍‌, ହାଭେରି ଆଦି ଜିଲାଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ପ୍ରପୀଡ଼ିତଙ୍କୁ ଆଶ୍ୱାସନା ଦେବା ସହ ସରକାର ରିଲିଫ୍‌କୁ ସର୍ବାଧିକ ଗୁରୁତ୍ୱ ଦେଇଥିବା ପ୍ରକାଶ କରିଛନ୍ତି। କୋହ୍ଲାପୁର, ସାଙ୍ଗଲି ଜିଲାରେ ବନ୍ୟା ପରିସ୍ଥିତି ଗୁରୁଗମ୍ଭୀର ରୂପ ଧାରଣ କରିଛି। ୨୬ ନୌସେନା ଟିମ୍‌, ୨୬ ବୋଟ୍‌ ସହ ୧୧୦ ଉଦ୍ଧାରକାରୀଙ୍କୁ ଏଠାରେ ମୁତୟନ କରାଯାଇଛି। ନୌସେନାର ଅତିରିକ୍ତ ୧୫ ଟିମ୍‌ ବିଶାଖାପାଟଣାରୁ ଶନିବାର କୋହ୍ଲାପୁର ପଠାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri