ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଗହପଣ୍ଡି/ପାଟପୁର, ୧୪ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ପାଟପୁର ଥାନାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ହତ୍ୟା ମାମଲାର ତଦନ୍ତ ପାଇଁ ପୋଲିସ ଥାନାକୁ ଆଣିଥିବା ଜଣେ ଯୁବକ ଶୌଚାଳୟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ପୋଡ଼ାମାରି ଯାଦବସାହିର ଶିବ ପାତ୍ର। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିସ ଭର୍ତ୍ତି କରିଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପ୍ରକାଶ ଯେ, ୧୨ ଡିସେମ୍ବର ୨୦୧୬ରେ ଶିବଙ୍କ ଭାଉଜ ସାବିତ୍ରୀଙ୍କ ମୃତଦେହ ତପ୍ତପାଣି ନାଳକଡ଼ ଏକ ଗଛ ମୂଳରୁ ମିଳିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡିଥିଲା। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶିବଙ୍କୁ ଏନେଇ ୨ ଥର ଥାନାକୁ ଆଣି ଜେରା କରିଥିଲେ ମଧ୍ୟ ତତ୍କାଳୀନ ଥାନା ଅଧିକାରୀ କୌଣସି ସୁରାକ୍‌ ପାଇ ନଥିଲେ। ବର୍ତ୍ତମାନର ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରି ଶିବଙ୍କୁ ଥାନାକୁ ପଚରାଉଚରା ପାଇଁ ଆଣିଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ଶିବ ଏକ ଗାମୁଛା ନେଇ ଥାନା ପରିସରରେ ଥିବା ପାଇଖାନାକୁ ଶୌଚ ପାଇଁ ଯାଇଥିଲେ। ଜଣେ କନ୍‌ଷ୍ଟେବଳ ଓ ହୋମଗାର୍ଡ ତାଙ୍କୁ ଜଗିଥିଲେ। ଶିବ ପାଇଖାନା ଭିତରକୁ ଯାଇ କାନ୍ଥରେ ମୁଣ୍ଡ ପିଟିବା ସହ ଝରକା ଗ୍ରୀଲ୍‌ରେ ଗାମୁଛା ବାନ୍ଧି ଓହଳି ପଡିଥିଲେ। ବହୁ ସମୟ ଧରି ପାଇଖାନାରୁ ନ ବାହାରିବାରୁ ପୋଲିସ କର୍ମଚାରୀ ଯାଇ ଶିବ ଗାମୁଛାରେ ରଶି ଲଗାଇ ଓହଳିଥିବା ଦେଖିଥିଲେ।
ସୂଚନାଯୋଗ୍ୟ ଯେ, ୧୨ ଡିସେମ୍ବର ୨୦୧୬ରେ ଶିବଙ୍କ ଭାଇ କ୍ରିଷ୍ଣା ଛେଳି ଚରାଇବାକୁ ବିଲମାଳକୁ ଯାଇଥିଲେ। ଭାଉଜ ସାବିତ୍ରୀ ସ୍ବାମୀ କ୍ରିଷ୍ଣାଙ୍କ ପାଇଁ ମଧ୍ୟାହ୍ନରେ ଖାଇବାକୁ ନେଇ ଯାଇଥିଲେ। ସନ୍ଧ୍ୟାରେ କ୍ରିଷ୍ଣା ଘରକୁ ଛେଳିଗୋଠ ଧରି ଫେରି ସ୍ତ୍ରୀ ଫେରି ନ ଥିବା ଜାଣିବାକୁ ପାଇଥିଲେ। ପରଦିନ ତାଙ୍କ ମୃତଦେହ ମିଳିଥିଲା। ସାବିତ୍ରୀଙ୍କ ଭାଇ ଡିଲେଶୁ ପାଟପୁର ଥାନାରେ ଏତଲା ଦେଇଥିଲେ। ନଂ.୨୦୭/୧୬ରେ ମାମଲା ରୁଜୁ କରି ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ନାଳ ନିକଟରୁ ତାଙ୍କ ମୋବାଇଲ ଓ ସୁନା କାନ ଫୁଲ ମିଳିଥିଲା। ସାବିତ୍ରୀଙ୍କ ପରିବାର ସଦସ୍ୟଙ୍କ ବୟାନକୁ ଭିତ୍ତିକରି ଶିବଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲେ ମଧ୍ୟ ତକତ୍ାଳୀନ ଆଇଆଇସି ଅଜୟ କୁମାର ବାରିକ କୌଣସି ସୁରାକ ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri