ଥାଇ ପାର୍କ ଗଜରାଜଙ୍କ ମୃତ୍ୟୁଯନ୍ତା

ବ୍ୟାଙ୍କକ, ୧୦ା୧୦ : ହାତୀଙ୍କ ସୁରକ୍ଷା ଲାଗି ବିଶ୍ୱବ୍ୟାପୀ ଅନେକ ପଦକ୍ଷେପ ହାତକୁ ନିଆଯାଉଛି। ସେମାନଙ୍କ ରହିବା, ଖାଇବା, ସ୍ବାସ୍ଥ୍ୟାବସ୍ଥା ସହ ମୁକ୍ତ ଭ୍ରମଣ ଓ ସୁରକ୍ଷିତ ଜୀବନଯାପନ ଲାଗି ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ତଥାପି ସେମାନଙ୍କ ସୁରକ୍ଷା ଶତ ପ୍ରତିଶତ ସମ୍ଭବ ହୋଇପାରିନାହିଁ। କେତେବେଳେ ଶିକାରୀଙ୍କ ଲୋଲୁପ ଦୃଷ୍ଟିର ସେମାନେ ଶିକାର ହେଉଛନ୍ତି ତ ପୁଣି କେତେବେଳେ ସେମାନଙ୍କ ଅସାବଧାନତା ତାଙ୍କୁ ମୃତ୍ୟୁମୁଖକୁ ଟାଣିଆଣୁଛି। ଥାଇଲାଣ୍ଡର ଖାଓ ୟାଇ ଜାତୀୟ ପାର୍କରେ ୧୧ ହାତୀଙ୍କ ମୃତ୍ୟୁ ଘଟିବା ପରିବେଶବିତ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଥିବା ଏକ ଜଳପ୍ରପାତର ନିମ୍ନଭାଗରେ ହାତୀଙ୍କ ମରଶରୀର ପଡ଼ିଥିବା ଦେଖାଯିବା ପରେ ସରକାରଙ୍କ ତରଫରୁ ଗଜରାଜଙ୍କ ସୁରକ୍ଷା ଲାଗି ଚିନ୍ତା ବଢ଼ିଯାଇଛି। ହେଲ୍ସ ଆବିସ୍‌ ନାମକ ଏହି ଜଳପ୍ରପାତର ନିମ୍ନ ଅବବାହିକାରେ ପୂର୍ବରୁ ୬ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ପୁଣି ବୁଧବାର ୫ ହାତୀଙ୍କ ମୃତଦେହ ଠାବ କରାଯାଇଛି। ଖାଦ୍ୟ ଅନ୍ବେଷଣରେ ହେଉ ଅବା ପାଣି ପିଇବା ଲାଗି ହେଉ, ସେମାନେ ଜଳପ୍ରପାତକୁ ଆସି ଜଳସ୍ରୋତରେ ଭାସିଯାଇ ପ୍ରାଣ ହରାଉଥିବା ଜଣାପଡ଼ିଛି। ଆଉମାତ୍ର ଦୁଇଟି ହାତୀ ରହିଥିବା ଜଣାପଡିଛି।
ହାତୀ ମୃତ୍ୟୁକୁ ରୋକିବା ଲାଗି ଏବେ ଥାଇଲାଣ୍ଡ ସରକାର ପାର୍କ ଚାରିପଟେ ବାଡ଼ର ବ୍ୟବସ୍ଥା କରିବା ସହ ଡ୍ରୋନ୍‌ ସହାୟତାରେ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ଉତ୍ତର-ପୂର୍ବ ବ୍ୟାଙ୍କକସ୍ଥିତ ପାର୍କର ଚାରିପଟେ ପ୍ରାୟ ୧୨୦ କି.ମି. ସୁରକ୍ଷା ବ୍ୟବସ୍ଥାକୁ ସରକାର କଡ଼ାକଡ଼ି କରିଛନ୍ତି। ଏଭଳି ମୃତ୍ୟୁଠାରୁ ଦୂରେଇ ରଖାଯିବା ଲାଗି ହାତୀଙ୍କ ପାଇଁ ପ୍ରଚୁର ଖାଦ୍ୟ ଓ ପାନୀୟ ଉତ୍ସ ବ୍ୟବସ୍ଥା ଉପରେ ଅଧିକାରୀମାନେ ପଦକ୍ଷେପ ଗ୍ରହଣ କରିଛନ୍ତି। ଚାରିପଟ ବାଡ଼ କରାଯିବା ଓ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବା ଲାଗି ବ୍ୟବସ୍ଥା କରାଯାଉଥିବା ପରିବେଶ ମନ୍ତ୍ରୀ ବରଉତ୍‌ ଶିଳ୍ପା-ଆର୍ଚ୍ଚା ପ୍ରକାଶ କରିଛନ୍ତି। ହାତୀ ହେଉଛନ୍ତି ଥାଇଲାଣ୍ଡର ଜାତୀୟ ପଶୁ। ଜଙ୍ଗଲ ଧ୍ୱଂସ ଯୋଗୁ ଏମାନେ ଖାଦ୍ୟ ଅନ୍ବେଷଣରେ ଆସି ଏଭଳି ଭୟଙ୍କର ମୃତ୍ୟୁର ଶିକାର ହେଉଥିବା ସେ କହିଛନ୍ତି। ଚଳିତବର୍ଷ ଥାଇଲାଣ୍ଡରେ ମରୁଡ଼ି ଦେଖାଦେଇଥିଲା। ପ୍ରାଣୀମାନେ ଜଙ୍ଗଲ ମୁହାଁ ହେବା ପରିବର୍ତ୍ତେ ଖାଦ୍ୟ ଲାଗି ଜନବସତି ଆଡ଼କୁ ମାଡ଼ିଆସିବା ସ୍ବାଭାବିକ। ଏହାକୁ ଏଡ଼ାଇବା ଲାଗି ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri