ଥଇଥାନ ଯୋଜନା ନ ଥାଇ ଉଚ୍ଛେଦ

ଭଞ୍ଜନଗର,୨୧ା୧୧(ଡି.ଏନ.ଏ.)-ଭଞ୍ଜନଗର ସହର ମୁଖ୍ୟ ସଡ଼କରୁ ପ୍ରଶାସନ ପକ୍ଷରୁ ଉଠା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଉଛି। ଏହି ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଛି। ଉଚ୍ଛେଦ ଦ୍ୱାରା ରାସ୍ତା ପ୍ରଶସ୍ତୀକରଣ ହୋଇଥିବାରୁ ଟ୍ରାଫିକ ସମସ୍ୟା କିଛି ମାତ୍ରାରେ ଦୂର ହୋଇଛି। ତଥାପି ମୁଖ୍ୟ ସଡ଼କରେ ଥିବା କିଛି ସ୍ଥାୟୀ ଦୋକାନ ସମ୍ମୁଖରେ ପାର୍କିଂ ପାଇଁ ସ୍ଥାନ ରଖାଯାଇ ନ ଥିବାରୁ ଅଧିକାଂଶ ସମୟ ଟ୍ରାଫିକ୍‌ ସମସ୍ୟା ରହୁଛି। ଛୋଟ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଉଥିବା ବେଳେ ବଡ଼ ବ୍ୟବସାୟୀଙ୍କ ବିରୋଧରେ ସେଭଳି କୌଣସି ପଦକ୍ଷେପ ନିଆଯାଉନାହିଁ। ପ୍ରଶାସନର ଏଭଳି ନୀତି ନେଇ ଉଠା ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର ସେମାନେ ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କୁ ଭେଟି ଥଇଥାନ କରିବା ପାଇଁ ନିବେଦନ କରିଛନ୍ତି। ଉପଜିଲାପାଳ ମଧ୍ୟ ଥଇଥାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଭଳି ସ୍ଥିତିରେ ବୁଧବାର ପ୍ରଶାସନ ପକ୍ଷରୁ ମୁଖ୍ୟ ସଡ଼କରୁ ସମସ୍ତ ଉଠା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିବାରୁ କେତେକ ସ୍ଥାନରେ ବ୍ୟବସାୟୀ ଓ ଏନଏସି କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖାଯାଇଥିଲା। ଏହା ପ୍ରତିବାଦରେ ସହର ସମସ୍ତ ଅଞ୍ଚଳରେ ଥିବା ଉଠା ବ୍ୟବସାୟୀମାନେ ବୁଧବାର ଦୋକାନ ବନ୍ଦ କରି ଆନ୍ଦୋଳନ କରିଥିଲେ। ଉଠା ବ୍ୟବସାୟୀଙ୍କୁ ତୁରନ୍ତ ଥଇଥାନ କରା ନଗଲେ ଶତାଧିକ ଗରିବ ରୋଜଗାର ହରାଇବେ। ତେଣୁ ପ୍ରଶାସନ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ନିକଟରେ କପଡ଼ା ଦୋକାନ କରିଥିବା ଉଠା ବ୍ୟବସାୟୀମାନେ ସାବିତ୍ରୀ ମହିଳା କଲେଜ ରାସ୍ତାରେ ବୁଧବାରଠାରୁ ଦୋକାନ କରିଛନ୍ତି।
ଉକ୍ତ ରାସ୍ତାରେ ଦୋକାନକୁ ନେଇ ଆଗାମୀ ଦିନରେ ବିବାଦ ଦେଖାଦେବା ସମ୍ଭାବନା ରହିଛି। କାରଣ ଗତ ମାସରେ ସାବିତ୍ରୀ ମହିଳା କଲେଜ ଛାତ୍ରୀମାନେ କେତେକ ଉଠା ଦୋକାନୀଙ୍କ ପାଇଁ ଉପୁଜିଥିତ୍ବା ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଥିଲେ। ତେଣୁ ବିବାଦ ଆସିବା ପୂର୍ବରୁ ପ୍ରଶାସନ ପକ୍ଷରୁ ଉଠା ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri