ତେଣ୍ଟା ନାଳରେ ମାଛମରାକୁ ନେଇ ତେଜୁଛି ବିବାଦ: ବେଆଇନ ଆଡ଼ିବନ୍ଧ ଯୋଗୁ ଚାଷଜମିକୁ ଯାଇପାରୁନି ପାଣି, ବଢ଼ୁଛି ଚାଷୀ ଅସନ୍ତୋଷ

ବିିଞ୍ଝାରପୁର,୧୧।୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବରପଦା ତେଣ୍ଟା ନାଳରେ ମାଛ ଧରିବାକୁ ସ୍ଲୁଇସ୍‌ ଗେଟ୍‌ ବନ୍ଦ କରିବା ସହିତ ଆଡିବନ୍ଧ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚଳିତ ବର୍ଷ ବର୍ଷା ଅଭାବରୁ ବିଞ୍ଝାରପୁର ବ୍ଲକର ପ୍ରାୟ ଅଧିକାଂଶ ପଞ୍ଚାୟତରେ ମରୁଡି ଆଶଙ୍କା ସୃଷ୍ଟି ହୋଇଥିବାବେଳେ ଗତ୨ଦିନ ତଳେ ବିଞ୍ଝାରପୁର ଅଞ୍ଚଳରେ ମୋଟ ୨୩୭ମିଲି ମିଟର ବର୍ଷା ହୋଇଥିଲା। ଫଳରେ ତେଣ୍ଟାନାଳରେ କେନାଲ ପାଣି ପ୍ରବେଶ କରିବା ସହ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମନରେ ଚାଷ କାର୍ଯ୍ୟ ପାଇଁ ନୂତନ ଆଶା ଭରିଥିଲା। ମାତ୍ର ଖୋଳା ମାହାରାଠାରୁ ବରପଦା ଚିଲ ପଡ଼ିଆ ପର୍ଯ୍ୟନ୍ତ ବହିଯାଉଥିବା ତେଣ୍ଟାନାଳରେ କେତେକ ଅସାମାଜିକ ବ୍ୟକ୍ତି ମାଛ ମାରିବାକୁ ପାଣିକୁ ଅଟକ ରଖି ମାଛ ଧରିବାକୁ ଜାଲ ବସାଇଛନ୍ତି। ଏପରି କି ଏହି ନାଳରେ ଆଡିବନ୍ଧ ବସାଇବା ଯୋଗୁଁ ଚାଷ ଜମିକୁ ପାଣି ଯାଇପାରୁ ନାହିଁ। ଏହି ପାଣି ଅଟକ ଯୋଗୁ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମି ପ୍ରଭାବିତ ହେଉଥିବାରୁ ଚାଷୀମାନେ ମୁଣ୍ଡରେ ହାତମାରି ବସିଛନ୍ତି। ଏହି ଆଡ଼ିବନ୍ଧକୁ କାଟିବା ସହିତ ସ୍ଲୁଇସ୍‌ ଗେଟକୁ ଖୋଲିବା ପାଇଁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ କିଛି ଶୁଣୁ ନାହିଁ। ସେହିପରି ନାଗପୁରା ଓ ବରପଦାକୁ ସଂଯୋଗ କରୁଥିବା ତେଣ୍ଟା ପୋଲ ନିକଟରେ ପ୍ରବଳ ଦଳ ହୋଇଥିବାରୁ ପାଣିର ଗତିପଥ ସ୍ଥିର ରହୁଛି ା ଏହି ସବୁ ସମସ୍ୟାକୁ ପ୍ରଶାସନ ସମାଧାନ ନ କଲେ ସ୍ଥାନୀୟ ଚାଷଜମି ପ୍ରଭାବିତ ହେବବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଏହି ବେଆଇନ ଭାବେ ମାଛ ଧରିବାକୁ ଆଡ଼ିବନ୍ଧ କରି ଜାଲ ବିଛାଯାଇଥିଲେ ମଧ୍ୟ ପ୍ରଶାସନ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଚିକଣା, ବ୍ରାହ୍ମଣୀ ଗଁା, ଉତ୍ତଙ୍ଗରା, ଉଡ୍ରଙ୍ଗ, ଯୋଇଁମରା, ବରପଦା ଆଦି ଅଞ୍ଚଳର ଚାଷୀମାନେ ଏହି ସମସ୍ୟାର ଶିକାର ହେଉଛନ୍ତି। ସୂଚନା ଯୋଗ୍ୟ ଗତ ବର୍ଷ ବିଞ୍ଝାରପୁର ବ୍ଲକ ଅଧିନ ନଇଆ ନାଳରେ ଆଡିବନ୍ଧ କରି ମାଛଧରାକୁ ନେଇ ଅଣ୍ଢାଳୋ ଓ ଫଳପୁର ଗ୍ରାମ ମଧ୍ୟରେ ବିବାଦ ମଧ୍ୟ ଦେଖାଦେଇଥିଲା। ବିବାଦ ଉଗ୍ରରୁପ ନେବା ସହିତ ଘଟଣାକୁ କେନ୍ଦ୍ର କରି ଫଳପୁର ଗ୍ରାମର ଜୈନିକ ବୃଦ୍ଧଙ୍କୁ ଅଣ୍ଢାଳୋ ଗ୍ରାମର କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ବିଞ୍ଝାରପୁର ଥାନା ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ଏବେ ପୁଣି ଏଭଳି ଏକ ସମସ୍ୟା ସୃଷ୍ଟି ହୋଇଥିବାରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ପୂର୍ବରୁ ଏହାର ସମାଧାନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଅପରପକ୍ଷରେ ଏହି ଘଟଣାର ଖୁବଶୀଘ୍ର ତଦନ୍ତ କରାଯାଇ ଆଡିବନ୍ଧ ଭାଙ୍ଗି ଚାଷଜମିକୁ ପାଣି ଯୋଗାଇ ଦିଆଯିବ ବୋଲି ତହସିଲଦାର ମିନତୀ ଜଗଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

Budget 2026: ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri