ତିନି ତୁଣ୍ଡରେ ଛେଳି କୁକୁର

ଅଲେଖ ଚନ୍ଦ୍ର ମିଶ୍ର
ଜଣେ ଲୋକ ତା’ର ବନ୍ଧୁ ଘରୁ ଛେଳିଟିଏ ଆଣୁଥିଲା। ତାକୁ ଚଲେଇ ଚଲେଇ ନେଲେ ଡେରି ହେବ ବୋଲି କାନ୍ଧରେ ଲଦି ଚାଲିଥାଏ। ବାଟରେ ତିନି ଜଣ ଧୂର୍ତ୍ତ ତାକୁ ଦେଖିଲେ। ସେମାନେ ତିନି ବନ୍ଧୁ ଥିଲେ ଏବଂ ଅନ୍ୟକୁ ଠକିବାରେ ଓସ୍ତାଦ ଥିଲେ। ଛେଳିଟି ଖୁବ୍‌ ହୃଷ୍ଟପୁଷ୍ଟ ଥିବାରୁ ତାକୁ ମାରି ଭୋଜିକରି ଖାଇବାକୁ ତାଙ୍କ ପାଟିରୁ ଲାଳ ବୋହିଲା। ଯେମତି ହେଲେ ତାକୁ ହାସଲ କରିବାକୁ ଉପାୟ ପାଞ୍ଚିଲେ। ପରସ୍ପର ମଧ୍ୟରେ କିଛି ଆଲୋଚନା କରିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଲୋକଟି ପାଖକୁ ଆସି କହିଲା, ମଉସା ସକାଳୁ ସକାଳୁ ଏ କୁକୁରଟାକୁ କାନ୍ଧେଇ କୁଆଡେ ଯାଉଛ। ଲୋକଟି ବିରକ୍ତ ହୋଇ ଜବାବ ଦେଲା କୁକୁର! ତୁ ଅନ୍ଧ ନା କ’ଣ? ଏ ଛେଳିଟା ତତେ କୁକୁର ଭଳି ଦିଶୁଛି। ଯା… ଯାଃ…। ରାଗିଗଲ କି ମଉସା। ଯାହା ଦେଖିଲି କହିଲି। ଛେଳି ହେଉ କି କୁକୁର ସେଥିରେ ମୋର ଯାଏ ଆସେ କେତେ। କଥାଟା ଅସୁନ୍ଦର ବୋଲି ସିନା….. କହି କହି ପ୍ରଥମ ଧୂର୍ତ୍ତଟି ବାଟ ଭାଙ୍ଗି ଚାଲିଗଲା। ଲୋକଟି ବି ତା’ ବାଟରେ ଚାଲିଥାଏ। କିଛି ସମୟ ପରେ ଦ୍ୱିତୀୟ ଧୂର୍ତ୍ତଟି ସେଇ ବାଟ ଦେଇ ଆସିଲା। ଲୋକଟି ଉଦ୍ଦେଶ୍ୟରେ କହିଲା- ମହାଶୟ, କୁକୁରଟାକୁ କାନ୍ଧେଇଛନ୍ତି କାହିଁକି? ଚଲେଇ ଚଲେଇ ନେଉନାହାନ୍ତି। ଲୋକ ଦେଖିଲେ କ’ଣ କହିବେ। ଏଥରକ ଲୋକଟି ଟିକେ ନରମ ଗଳାରେ ଉତ୍ତର ଦେଲା, କୁକୁର କାହିଁ। ଏଇଟା ତ ଛେଳି। ହଉ ହେଲା ଆଜ୍ଞା, କୁକୁରଟା ଯଦି ଆପଣଙ୍କୁ ଛେଳି ଭଳି ଦିଶୁଛି ସେଥିରେ କାହାର କିଛି କହିବାର ନାହିଁ। ଯାହା ଆଖିରେ ଦେଖିଲି କହିଦେଲି। ତେଣିକି ଆପଣଙ୍କ ଇଚ୍ଛା, କହି ଧୂର୍ତ୍ତଟି ଚାଲିଗଲା। ଲୋକଟି ମନରେ ସନ୍ଦେହ ହେଲା। ଛେଳିଟିକୁ ତଳେ ଠିଆ କରେଇ ପରଖି ନେଲା। ତା’ ପରେ ପୁଣି ତାକୁ କାନ୍ଧେଇ ଚାଲିଲା। କିଛି ବାଟ ଗଲା ପରେ ତୃତୀୟ ଧୂର୍ତ୍ତଟି ସେଇବାଟ ଦେଇ ଆସୁ ଆସୁ ଲୋକଟିକୁ ଦେଖି ହସିଲା, ଛି ଛି ଯୁଗ କ’ଣ ହେଲା। କୁକୁର ଭଳି ଏକ ଅଛୁଆଁ ପଶୁ ପୁଣି ମଣିଷ କାନ୍ଧରେ ବସିଛି। ପ୍ରକାଶ୍ୟରେ କହିଲା, ଆଜ୍ଞା! କୁକୁର ଭଳି ଏକ ଅପରଛନିଆ ଜୀବଟାକୁ କାନ୍ଧରେ କାହିଁକି ବସେଇଛନ୍ତି। ସେ ଆପଣଙ୍କ ଉପରେ ମୂତିବ ହଗିବ। ସେଇଟାକୁ ତୁରନ୍ତ ଫୋପାଡି ଦିଅନ୍ତୁ। ଦେଖେଇ ଦେଖେଇ ଏତକ କହିଦେଇ ଧୂର୍ତ୍ତଟି ଚାଲିଗଲା। ଏଥରକ ଲୋକଟିର ସନ୍ଦେହ ଦୂର ହୋଇଗଲା। ତା’ କାନ୍ଧରେ ଥିବା ଜୀବଟି ବୋଧହୁଏ ଗୋଟାଏ ପିଶାଚ, ଯାହାର ପ୍ରକୃତ ରୂପ କୁକୁର, କିନ୍ତୁ ତାକୁ ଛେଳି ଭଳି ଦିଶୁଛି। ତୁରନ୍ତ ତାକୁ ଫୋପାଡି ଦେଇ ଚାଲିଗଲା। ତିନି ଧୂର୍ତ୍ତ ବନ୍ଧୁ ଛେଳିଟିକୁ ଧରି ନେଇ ଆନନ୍ଦରେ ଭୋଜି କରିବାକୁ ଚାଲିଲେ। କଥା ରହିଗଲା, ତିନି ତୁଣ୍ଡରେ ଛେଳି କୁକୁର।
ଘରେ ଘରେ ପରିଚିତ ଏଇ ଲୋକ କଥାଟି ଯେତିକି ଆମୋଦଦାୟକ ସେତିକି ଉପଦେଶାତ୍ମକ। ଅନ୍ୟର ବାକଚାତୁରୀରେ ଭଳିଯାଇ ଲୋକମାନେ କିପରି ଆତ୍ମବିଶ୍ୱାସକୁ ହରେଇବସନ୍ତି ଏହା ତାହାର ଏକ ଦୃଷ୍ଟାନ୍ତ। ନିଜର କଥାରେ ଦୃଢ଼ନିଶ୍ଚିତ ଥିବା ଲୋକ ବି ଏଭଳି ସ୍ଥିତିର ସମ୍ମୁଖୀନ ହୋଇ ମତ ବଦଳାନ୍ତି। ତିନି ଚାରିଜଣ ଏକା କଥାକୁ ଦୋହରାଇଲେ ସତ୍ୟ ଅସତ୍ୟରେ ଏବଂ ଅସତ୍ୟ ସତ୍ୟରେ ପରିଣତ ହୋଇଯାଏ। ଦୋଷୀ ନିର୍ଦ୍ଦୋଷ ଏବଂ ନିର୍ଦ୍ଦୋଷ ଦୋଷୀ ସାବ୍ୟସ୍ତ ହୁଏ। ଦୃଢ଼ ମନୋବଳ ଥିବା ଲୋକ ବି ଏ କ୍ଷେତ୍ରରେ ହଡ଼ବଡ଼େଇଯାଏ। ଅବ୍ୟବସ୍ଥିତଚିତ୍ତ ଲୋକଙ୍କର କଥା ସହଜରେ ଅନୁମେୟ। ଏହା ଏକ ସାଧାରଣ କଥା ଯେ ସମାଜରେ ଯଦି ଜଣେ ଲୋକକୁ ଥରେ ଖରାପ ବୋଲି ପ୍ରଚାର କରିଦିଆଯାଏ, ବିନା ବିଚାରରେ ସମସ୍ତେ ତାକୁ ଖରାପ କୁହନ୍ତି। ସେହିପରି କୌଣସି ସାଧାରଣ ଲୋକକୁ ଅସାଧାରଣ ଶକ୍ତି ବା ଚମତ୍କାରିତାର ଅଧିକାରୀ ବୋଲି କହି ବୁଲିଲେ ଲୋକେ ତାକୁ ସହଜରେ ବିଶ୍ୱାସ କରନ୍ତି। ଯେମିତି ବିଭିନ୍ନ ବାବା ଗୁରୁ ଇତ୍ୟାଦି। କେତେକ କ୍ଷେତ୍ରରେ ଏକା ପ୍ରଶ୍ନକୁ ବାରମ୍ବାର ଦୋହରାଇଲେ ଉତ୍ତରଦାତା ବେଳେ ବେଳେ ଘାବରେଇଯାଏ ଏବଂ ମିଥ୍ୟାବାଦୀର ମୁହଁରୁ ସତ୍ୟ ଆପେ ଆପେ ବାହାରିପଡ଼େ। ଲୋକକଥାକୁ ପରୀକ୍ଷା, ନିରୀକ୍ଷା କରିବା ପାଇଁ ଧୈର୍ଯ୍ୟ କେତେଜଣଙ୍କର ଥାଏ। ଏହାର ଅନ୍ୟ ଏକ ରୂପ ହେଲା ଗୁଜବ। କିଛି ସତ୍ୟତା ନ ଥିବା ଏକ ଅପପ୍ରଚାର ଥରେ ପ୍ରସାରିତ ହୋଇଗଲେ ସେଥିରୁ ମୁକୁଳିବା କଷ୍ଟସାଧ୍ୟ। ଆଶ୍ଚର୍ଯ୍ୟର କଥା ଯେ କିଛି ନ ଜାଣିଥିବା ଲୋକ ବି ଆଖିରେ ଦେଖିଛି ବୋଲି କହନ୍ତି। କିନ୍ତୁ ପ୍ରକୃତ ବିଜ୍ଞ ଲୋକ ସଦା ନିର୍ବିକାର।
ସାରଦାଶ୍ରୀ, ୯୦୪ ଶାସ୍ତ୍ରୀନଗର
ୟୁନିଟ୍‌-୪, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri