ତଳେ ପଟା ଉପରେ ଜାଳେଣି କାଠ: ଜବତ ଟ୍ରାକ୍ଟର ଛାଡିଦେଲା ବନ ବିଭାଗ; ହାତଗୁଞ୍ଜା ଦେଲେ ବଦଳିଯାଉଛି ନିୟମ

ନୟାଗଡ଼ ଅଫିସ,୨୩ା୨: ଶୁକ୍ରବାର ନୟାଗଡ ବନଖଣ୍ଡ ପଞ୍ଚରିଡା ରେଞ୍ଜ ତଲାରିବନ୍ଧ ଅଞ୍ଚଳରୁ ବନ ବିଭାଗ ଜବତ କରିଥିଲା ଏକ ଜାଳେଣି କାଠ ବୋଝେଇ ଟ୍ରାକ୍ଟର। ଜବତ ପରେ ଏଥିରେ ତଳେ ପଟା ଉପରେ ଜାଳେଣି କାଠ ଥିବା ଜଣାପଡିଥିଲା। ହେଲେ ବନବିଭାଗ ନିଜ ହେପାଜତକୁ ନେବା ବେଳକୁ ପଟା ଗାଏବ ହୋଇଯାଇଥିଲା। କେବଳ ଜାଳେଣି କାଠ ଥିଲା। ଶନିବାର ଜାଳେଣି କାଠ ଥିବା ଦର୍ଶାଇ ଟ୍ରାକ୍ଟରକୁ ଛାଡି ଦିଆଯାଇଛି। ଏ ନେଇ ପଞ୍ଚରିଡା ରେଞ୍ଜର ଅର୍ଚ୍ଚନା ନାୟକଙ୍କୁ ପଚାରିବାରୁ ସେ ପ୍ରଥମେ ଜାଳେଣି କାଠ ଓ ପଟା ବୋଝେଇ ଗାଡି ଜବତ ହୋଇ ନ ଥିବା କହିଥିଲେ। ପରେ କହିଥିଲେ, ଲେଙ୍କୁଡିପଡା ଅଞ୍ଚଳରୁ ଜାଳେଣି କାଠ ବୋଝେଇ ଗାଡି ଜବତ ହୋଇଛି। ପୁଣି ଥରେ ତୁଲୁବି ଅଞ୍ଚଳରୁ କେବଳ ଜାଳ କାଠ ବୋଝେଇ ଗାଡି ଜବତ ହୋଇଥିଲା, ଯାହା ସ୍ଥାନୀୟ ବନ ସୁରକ୍ଷା ସମିତିର ଥିଲା। ଆମେ ଭୁଲ୍‌ବଶତଃ ଧରିଥିଲୁ। ଜାଳେଣି କାଠ ଯୋଗୁ ଛାଡିଦେଇଛୁ। ସେଥିରେ ପଟା ନ ଥିଲା ବୋଲି କହିଥିଲେ। ତେବେ ରେଞ୍ଜ ଅଫିସରଙ୍କ କଥାରେ କେତେ ସତ୍ୟତା ରହିଛି ତାହା ତଦନ୍ତସାପେକ୍ଷ ବୋଲି ମତପ୍ରକାଶ ପାଉଛି।

ହାତଗୁଞ୍ଜା ଦେଲେ ବଦଳିଯାଉଛି ନିୟମ
ପଞ୍ଚରିଡା ରେଞ୍ଜ ଅଞ୍ଚଳରେ କାଠ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ହାତଗୁଞ୍ଜା ଦେଲେ ଏଠାରେ ନିୟମ ବଦଳି ଯାଉଥିବା ଅଭିଯୋଗ ଉଠିଛି। ଏପରି କି ୫୬ ଧାରା ଲାଗୁ ହେବାକୁ ଥିବା ଗାଡିକୁ ମଧ୍ୟ ଛାଡି ଦିଆଯାଉଛି ବୋଲି କୁହାଯାଉଛି। ଜଣେ କାଠ ମାଫିଆଙ୍କ ସୂଚନା ଅନୁସାରେ ତଲାରିବନ୍ଧ ଅଞ୍ଚଳରୁ ପଟା ଓ ଜାଳେଣି କାଠ ବୋଝେଇ ଟ୍ରାକ୍ଟର ଜବତ ହେଲା। ହେଲେ ହାତଗୁଞ୍ଜା ଦେବାରୁ ପଟା ଗାଏବ କରି କେବଳ ଜାଳେଣି କାଠ କରାଗଲା। ତେବେ ସବୁ ଘଟଣା ରେଞ୍ଜ ଅଫିସର ଜାଣିପାରୁ ନାହାନ୍ତି। କିଛି ବନ କର୍ମଚାରୀ ହାତ ଗରମ କରି ତାଙ୍କ ନଁାରେ ଅପବାଦ କରୁଛନ୍ତି। ମହିଳା ରେଞ୍ଜ ଅଫିସରଙ୍କ ସମୟରେ କାଠ ମାଫିଆ କାଠଚୋରିକୁ ବଢ଼ାଇଛନ୍ତି । ଏଥିରେ କିଛି ବନ କର୍ମଚାରୀ ସାମିଲ ଅଛନ୍ତି । ତେବେ ରେଞ୍ଜ ଅଫିସର ବନ କର୍ମଚାରୀଙ୍କୁ ବିଶ୍ୱାସକୁ ନ ନେଇ ସେମାନଙ୍କ କାର୍ଯ୍ୟକୁ ଯାଞ୍ଚ କରାଇଲେ ସତ୍ୟାସତ୍ୟ ଜାଣିପାରିବେ ବୋଲି କହିଛନ୍ତି।

ବରବରା ଜଙ୍ଗଲରୁ ଆସୁଛି କାଠ
ଖୋର୍ଦ୍ଧା ବନଖଣ୍ଡର ବରବରା ଓ ଧୂଅଁାନଳୀ ସଂରକ୍ଷିତ ଜଙ୍ଗଲରୁ ଶାଳ ଓ ଶାଗୁଆନ କାଠ ହଳଯୋଗେ କଜଳାଇପଲ୍ଲୀ ଦେଇ ଆସୁଛି। ତେବେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉ ନ ଥିବା ଅଭିଯୋଗ ହେଉଛି। ସପ୍ତାହର ୨ରୁ ୪ଦିନ ଏକାସମୟରେ ୧୦ରୁ ୧୫ ହଳ ଯୋଗେ କାଠ ଆସୁଛି। ତେବେ ବନ ବିଭାଗ ପକ୍ଷରୁ ଧରାପଗଡ କରାଯାଉ ନ ଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri