ଜିଲା କାରାଗାର ସମସ୍ୟାର ଗନ୍ତାଘର

ଢେଙ୍କାନାଳ ଅଫିସ, ୨୩।୨ – ହୁଗୁଳି ଯାଇଛି ଢେଙ୍କାନାଳ ଜିଲା କାରାଗାର ସୁରକ୍ଷା ବ୍ୟବସ୍ଥା। କର୍ମଚାରୀ ଅଭାବଠାରୁ ଆରମ୍ଭ କରି ଭିତ୍ତିଭୂମି ଯାଏ ଯେଉଁଠି ଉଣ୍ଡିଲେ ବାରି ହୋଇପଡୁଛି ପୁଳାପୁଳା ସମସ୍ୟା। ଜେଲ ହାଜତକୁ ଅନାୟାସରେ ପ୍ରବେଶ କରୁଛି ନିଶାଦ୍ରବ୍ୟ। ସଙ୍ଗିନ ଅପରାଧରେ ଜଡ଼ିତ ଅପରାଧୀମାନେ ହୁଗୁଳା ଭିତ୍ତିଭୂମିର ଭରପୂର ଫାଇଦା ଉଠାଉଛନ୍ତି। ଫଳରେ ଇତିହାସର ମୂକସାକ୍ଷୀ ପାଲଟିଥିବା ୧୦୦ବର୍ଷର ଏହି ପୁରୁଣା ଜେଲ ଏବେ ସମସ୍ୟାର ଗନ୍ତାଘର ପାଲଟିଛି।
ରାଜ୍ୟର ଅନ୍ୟତମ ପୁରୁଣା କାରାଗାର ମଧ୍ୟରେ ଢେଙ୍କାନାଳ ଜିଲା ଜେଲ ଅନ୍ୟତମ।
ଏତେ ପୁରୁଣା ଜେଲର ଭିତ୍ତିଭୂମି ସୁଦୃଢ଼ କରିବାକୁ ଅନେକ ବ୍ୟବସ୍ଥା ଗ୍ରହଣ କରାଯିବା କଥା। ହେଲେ ଏହା ହୋଇପାରୁନାହିଁ। ଜେଲ ସୁରକ୍ଷା ଲାଗି ଖଞ୍ଜାଯାଇଥିବା ୩୨ ସିସିଟିଭି କ୍ୟାମେରା ମଧ୍ୟରୁ ୮ଟି ଅଚଳ ହୋଇଛି। ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ପାଲଟିଛି ଜେଲ୍‌ ପରିସର। ଗୁରୁତର ଅପରାଧରେ ଜଡ଼ିତ ଥିବା କଏଦୀଙ୍କ ପାଇଁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଛି। ସେମାନଙ୍କୁ ପାନ, ବିଡ଼ି, ସିଗାରେଟ୍‌, ଗୁଟ୍‌ଖାଠାରୁ ଆରମ୍ଭ କରି ବିଭିନ୍ନ ନିଶାଦ୍ରବ୍ୟ ଯୋଗାଇ ଦିଆଯାଉଛି। ଜେଲ ପାଚେରି ଚାରିପଟେ ପଡ଼ିଥିବା ଶତାଧିକ ଖାଲି ମଦ ବୋତଲ ଏହାର ପ୍ରମାଣ ବୋଲି ଆଲୋଚନା ହେଉଛି। ଦୋଳମଣ୍ଡପ ସାହିର ପୂର୍ଣ୍ଣଚନ୍ଦ୍ର ବେହେରା ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ତଥା ଓ୍ବାର୍ଡର ବୈରାଗୀ ବେହେରା ଗିରଫ ହେବାପରେ ଏପରି ଅନେକ ତଥ୍ୟ ପଦାକୁ ଆସିଛି।
୧୯୧୬ରେ ପ୍ରତିଷ୍ଠା ହୋଇଥିବା ଢେଙ୍କାନାଳ ଜିଲା ଜେଲ। ସେହି ସମୟରେ ଏଠାରେ ୨୩୧ କଏଦୀ ରହିବାର ବ୍ୟବସ୍ଥା ହୋଇଥିଲା। ଏବେ ୩୩୩ କଏଦୀ ରହୁଛନ୍ତି, ଯାହା ପାଖାପାଖି ୧୦୦ ଅଧିକ। ଫଳରେ ସମସ୍ୟା ବଢ଼ିବାରେ ଲାଗିଛି। ଏକଦୀଙ୍କ ଉପରେ ନଜର ରଖିବାକୁ ଜେଲ ଚାରିପଟେ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯାଇଛି। ହେଲେ ଓ୍ବାଚ୍‌ ଟାଓ୍ବାରଗୁଡ଼ିକରେ ତାଲା ଝୁଲୁଛି। ଏହାର ସୁଯୋଗରେ ଗତ ଡିସେମ୍ବର ୧୩ରେ ବିଚାରାଧୀନ କଏଦୀ ଶିବ ମୁଣ୍ଡା ପାଚେରି ଡେଇଁ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ। ଅଦ୍ୟାବଧି ତାଙ୍କର ପତ୍ତା ମିଳୁନାହିଁ। ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳର କର୍ମଚାରୀ ଜେଲରେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ଭିତରୁ କେତେଜଣ ଅପରାଧୀଙ୍କ ହାତବାରିସି ପାଲଟିଥିବା ଚର୍ଚ୍ଚା ଜୋର୍‌ ଧରିଛି। କର୍ମଚାରୀ ଅଭାବ ସମସ୍ୟାରେ ସନ୍ତୁଳି ହେଉଛି ଜିଲା କାରଗାର। ନିକଟରେ ଜେଲ୍‌ ଅଧୀକ୍ଷକଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ଅତିରିକ୍ତ ଜେଲର ଦାୟିତ୍ୱରେ ଅଛନ୍ତି। ଜେଲର କାମାକ୍ଷାନଗରକୁ ଡେପୁଟେଶନରେ ଯାଇଛନ୍ତି। ୩୬ ଓ୍ବାର୍ଡର ପଦବୀରୁ ୬ଟି ଖାଲିପଡ଼ିଛି, ଯାହା ସମସ୍ୟାକୁ ବହୁଗୁଣିତ କରିଛି।
ଏ ସଂକ୍ରାନ୍ତରେ ଅଧୀକ୍ଷକଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜେଲର ସୁମାର୍ଜନୀ ପ୍ରଧାନ କୁହନ୍ତି, କର୍ମଚାରୀ ଅଭାବ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଅଧିକ ୪୫ଟି ସିସିଟିଭି କ୍ୟାମେରା ଯୋଗାଇ ଦେବାକୁ କୁହାଯାଇଛି। ଅନ୍ୟ ପ୍ରସଙ୍ଗଗୁଡ଼ିକୁ ସେ ଏଡ଼ାଇ ଯାଇଥିଲେ। ତାଙ୍କ ନଜରରେ ଏଭଳି ଘଟଣା ଘଟିନାହିଁ। ତାଙ୍କର ପ୍ରତିକ୍ରିୟା ଦେବାର ଅଧିକାର ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ: ବିଜେଡିରୁ ଅବିନାଶ ସାମଲ, ଭାଜପାରୁ ରୁଦ୍ର ପାଣି ପ୍ରାର୍ଥୀ

ଢେଙ୍କାନାଳ,୨୮ା୩(ରତନ ନାୟାର)ଚଳିତ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକ ସଭା ଆସନ ନିମନ୍ତେ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ବିଜେଡିରୁ...

ଢେଙ୍କାନାଳରୁ ସୁଧୀର, କାମାକ୍ଷାନଗରରୁ ପ୍ରଫୁଲ୍ଲ ଓ ପରଜଙ୍ଗରୁ ନୃସିଂହ

ଢେଙ୍କାନାଳ,୨୮ା୩(ରତନ ନାୟାର)ଢେଙ୍କାନାଳ ଜିଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରାର୍ଥୀ ଘୋଷଣା କରାଯାଇଛି। ଢେଙ୍କାନାଳ, କାମାକ୍ଷାନଗର...

ପ୍ରଫୁଲ୍ଲଙ୍କୁ ପଞ୍ଚମଥର ପାଇଁ ମିଳିଲା ବିଜେଡି ଟିକେଟ୍‌

କାମାକ୍ଷାନଗର,୨୭।୩(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୭ ବିଧାନସଭା ପାଇଁ ପ୍ରଫୁଲ୍ଲ କୁମାର ମଲ୍ଲିକକୁ ପୂନର୍ବାର ବିଜେଡି ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

୨ ଭାଇଙ୍କ ମଧ୍ୟରେ ହାତାହାତି, ଚାଲିଗଲା ବଡ଼ ଭାଇଙ୍କ ଜୀବନ

ଓଡ଼ାପଡ଼ା,୨୪।୩(ରଞ୍ଜିତ ନାୟକ): ଢେଙ୍କାନାଳ ସଦର ଥାନା ଗୁଣଦେଇ ପଞ୍ଚାୟତ ଅଧୀନ କାଉଁରିଆପାଳ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ସମସ୍ୟାକୁ କେନ୍ଦ୍ର କରି...

କପିଳାସ, ବଳରାମ ମନ୍ଦିର ପ୍ରସାଦ ପାଇଁ ଟେଣ୍ଡର ପଡ଼ିଲାନି

ଢେଙ୍କାନାଳ,୨୨ା୩(ରତନ ନାୟାର): ଢେଙ୍କାନାଳ ଜିଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଢେଙ୍କାନାଳ ସହରସ୍ଥିତ ଶ୍ରୀ ସିଦ୍ଧ ବଳରାମଙ୍କ ମନ୍ଦିର ଅବଢ଼ା ତଥା ପ୍ରସାଦ...

ଆମ୍ବକୁ ବିପଦ ରେଡ୍‌ବ୍ୟାଣ୍ଡ୍‌ ପୋକ

ଢେଙ୍କାନାଳ,୧୯ା୩(ରତନ ନାୟାର):ଆମ୍ବ ଚାଷରେ ଢେଙ୍କାନାଳ ଜିଲା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲାର ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ପ୍ରାୟ ୪୦ରୁ...

ନୀରବ, ନିମଶ୍ଚଳ ହାତୀ ଉଦ୍ଧାର କେନ୍ଦ୍ର

ଢେଙ୍କାନାଳ,୧୭ା୩(ରତନ ନାୟାର) ଖାଁ ଖାଁ ଲାଗୁଛି ପୂରା ପରିବେଶ। ସବୁଠି ଯେମିତି ଛାଇଯାଇଛି ନୀରବତା। ନିଶ୍ଚଳ ହୋଇଯାଇଛି ସବୁକିଛି। ଚୁପ୍‌ଚାପ୍‌ ହୋଇଯାଇଛନ୍ତି ମାହୁନ୍ତ ଦୀପୁଙ୍କ ସମେତ...

ଗାଧୋଉଥିବା ବେଳେ ନଦୀରେ ବୁଡିଗଲେ ଇଞ୍ଜିନିୟରିଂ ଛାତ୍ର

ପରଜଙ୍ଗ,୧୪।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri