ତମ୍ବାପାତ୍ରରେ ପିଅନ୍ତୁ ପାଣି: ମିଳିବ ଅନେକ ଉପକାର

ତମ୍ବାପାତ୍ରରେ ଏକ ପ୍ରକାର ମାଇକ୍ରୋନ୍ୟୁଟ୍ରିଏଣ୍ଟ ରାସାୟନିକ ଉପାଦାନ ରହିଛି, ଯାହାକି ଶରୀରରେ ମିନେରାଲ ଏବଂ ଜରୁରୀ ନ୍ୟୁଟ୍ରିଶନର ଅଭାବକୁ ପୂରଣ କରିଥାଏ। ତମ୍ବାପାତ୍ରରେ ପାଣି ପିଇବା ଦ୍ୱାରା ଇମ୍ୟୁନିଟି ପାଓ୍ବାର ବଢ଼ିବା ସହ ହଜମ ଠିକ୍‌ ଭାବେ ହୋଇଥାଏ। ଏଥିସହ କ୍ୟାନ୍‌ସର ପରି ମାରାତ୍ମକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ତମ୍ବାପାତ୍ରରେ ପାଣି ରଖିବା ଦ୍ୱାରା ଏଥିରେ ଥିବା ସମସ୍ତ ପ୍ରକାର ବ୍ୟାକ୍ଟେରିଆ ନଷ୍ଟ ହେବା ସହ ଏହି ପାଣି ପିଇଲେ ଶରୀର ଥଣ୍ଡା ରହେ।
ତମ୍ବାପାତ୍ର ପାଣିର ଉପକାରିତା:
ହଜମକ୍ରିୟା ବୃଦ୍ଧି: ତମ୍ବାପାତ୍ରରେ ପାଣି ପିଇବା ଦ୍ୱାରା ଉଦର ସମ୍ବନ୍ଧୀୟ ସମସ୍ତ ପ୍ରକାର ସମସ୍ୟା ଦୂର ହେବା ସାଙ୍ଗକୁ ହଜମ ଠିକ୍‌ ହୋଇଥାଏ। ଏଥିସହ ଲିଭର ଏବଂ କିଡ୍‌ନୀ ମଧ୍ୟ ଠିକ୍‌ ରହିଥାଏ।
ଯୌବନ ଦୀର୍ଘସ୍ଥାୟୀ: ମୁହଁରେ ଦେଖାଯାଉଥିବା ବୟସ୍କ ଛାପକୁ ନେଇ ଚିନ୍ତାରେ ଥିଲେ ତମ୍ବାପାତ୍ରରେ ପାଣି ପିଇବା ଆରମ୍ଭ କରିଦିଅନ୍ତୁ। କାରଣ ତମ୍ବାରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଏହା ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ସହାୟକ ହୋଇଥାଏ।
ହୃଦ୍‌ରୋଗରୁ ରକ୍ଷା: ଆଜିକାଲିର ବ୍ୟସ୍ତବହୁତ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକେ ହୃଦ୍‌ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ପାଇଁ ତମ୍ବାପାତ୍ରରେ ପାଣି ପିଇବା ଭଲ। ବ୍ଲଡ୍‌ପ୍ରେସର ଠିକ୍‌ ରହିବା ସାଙ୍ଗକୁ ଖରାପ କୋଲେ୍‌ଷ୍ଟରଲକୁ କମ୍‌ କରିଥାଏ।
ଓଜନ ହ୍ରାସରେ ସହାୟକ: ତମ୍ବାପାତ୍ରରେ ପାଣି ପିଇ ପ୍ରାକୃତିକ ଉପାୟରେ ଓଜନ କମ୍‌ କରାଯାଇପାରିବ।
କ୍ୟାନ୍‌ସରରୁ ମୁକ୍ତି: ତମ୍ବାପାତ୍ରରେ ପାଣି ପିଇ କ୍ୟାନ୍‌ସର ପରି ରୋଗଠାରୁ ନିଜକୁ ଦୂରେଇ ରଖିପାରିବେ। ତମ୍ବାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରରେ ଥିବା ଫ୍ରି ରେଡିକଲ୍ସର ପ୍ରଭାବକୁ ନ୍ୟୁଟ୍ରାଲାଇଟ୍‌ କରିଥାଏ, ଯାହାକି କ୍ୟାନ୍‌ସରର ଏକ ମୁଖ୍ୟ କାରଣ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri