ତବଲା, ପଖଜରେ ଚଳୁଛି ୫ ଜୀବନ

ଗୋପ,୨୦।୧(ଡ଼ି.ଏନ୍‌.ଏ): ଆସ୍ତେ ଆସ୍ତେ ଗ୍ରାମାଞ୍ଚଳର ଲୋକମାନେ ଆଧୁନିକତାର ଛାପକୁ ଅଧିକ ପସନ୍ଦ କରୁଥିବାବେଳେ ଏହି ଆଧୁନିକତାରେ ହଜିଯାଉଛି ମୃଦଙ୍ଗ, ତବଲା ଓ ପଖଜର ବାଦନ। କିନ୍ତୁ ନିଜର ବୃତ୍ତିକୁ ଦୀର୍ଘ ୪୦ ବର୍ଷ ଧରି ଛାଡ଼ିପାରିନାହାନ୍ତି ଗୋପ ବ୍ଲକ୍‌ ଅଧୀନ ବଡ଼ତରା ଗ୍ରାମପଞ୍ଚାୟତର କାଳନ୍ଦି ଗୋଚ୍ଛାୟତ। କାଳନ୍ଦି ବାପାଙ୍କର ଏହି ବୃତ୍ତିକୁ ଆଦରି ନେଇ ତବଲା, ମୃଦଙ୍ଗ, ପଖଜ, ଚାଣ୍ଟି, ନାଲ, ଟିପୁରା ଆଦି ମରାମତି କରି ଜୀବନ ଜିଉଛନ୍ତି। ଏହି ମୃଦଙ୍ଗ ଓ ପଖଜର ମରାମତି ହିଁ ଆମ ୫ ପ୍ରାଣୀର ଆହାର ଯୋଗାଉଛି ବୋଲି କାଳନ୍ଦି କହିଛନ୍ତି। ଦିନ ଥିଲା ସନ୍ଧ୍ୟା ଆସିଲେ ବିଭିନ୍ନ ଗାଁରେ ଥିବା ଭାଗବତ ଟୁଙ୍ଗି, ଗାଁ କୋଠଘର, ମନ୍ଦିରବେଢ଼ା ଆଦି ସ୍ଥାନଗୁଡ଼ିକରେ ହରିନାମ ସହିତ ମୃଦଙ୍ଗ, ତବଲା, ପଖଜର ବାଦନ ଶୁଭୁଥିବାବେଳେ ଏବେ ତାହା କ୍ରମଶଃ ଆଧୁନିକତାର ସ୍ପର୍ଶରେ ଶୁଭୁ ନ ଥିବା ଭଳି ଜଣାପଡ଼ିଛି। ମାତ୍ର କାଳନ୍ଦି ଏହି ବୃତ୍ତିକୁ ନ ଛାଡ଼ି ଏହି ସବୁ ବାଦନର ମରାମତି କରିବା ସହ ନୂଆ ତିଆରି କରୁଥିବା ଜଣାପଡ଼ିଛି। ପ୍ରତ୍ୟେକ ଦିନ ୧୦ ରୁ ୧୨ ଘଣ୍ଟା ଧରି ଏହି କାର୍ଯ୍ୟ କରୁଥିବାବେଳେ ମାତ୍ର ୪୦୦ରୁ ୫୦୦ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ନିକଟକୁ ପୁରୀ ଜିଲାର ବିଭିନ୍ନ ଅଞ୍ଚଳରୁ ଏହି ବାଦନ ଜିନିଷଗୁଡ଼ିକ ମରାମତି କରିବାକୁ ଓ ନୂଆ ନେବାକୁ ମଧ୍ୟ କିଛି ଲୋକ ଆସୁଛନ୍ତି। ଏହିସବୁ ବାଦନ ଯନ୍ତ୍ର ମରାମତି ଓ ନୂଆକାମରେ ଚମଡ଼ା, ମାଟିହାଣ୍ଡି, ସୁତୁଲି ଆଦି ଲାଗୁଥିବାବେଳେ କେବଳ ବୃତ୍ତି ଲାଗି ଏହି କାମ ମୁଁ ଛାଡ଼ିପାରୁ ନାହିଁ। ମୋ ପରେ ପରିବାର ଏହି ବୃତ୍ତିକୁ ରଖିପାରିବ ନାହିଁ ବୋଲି ସେ ଦୁଃଖର ସହ କହିଛନ୍ତି। ଯଦି ତାଙ୍କୁ ସରକାରୀ ସହାୟତା କିଛି ମିଳନ୍ତା ସେ ହୁଏତ ନିଜର ବୃତ୍ତିକୁ ଆଉ କିଛିଦିନ ନେଇପାରନ୍ତେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୩ ବର୍ଷରେ ମନୋହରପୁର ଗଜଲକ୍ଷ୍ମୀ ପୂଜା: କଳସ ଶୋଭାଯାତ୍ରାରେ ପ୍ରକମ୍ପିତ ଅଞ୍ଚଳ, ୩୧ରେ ଭସାଣି

ବଲାଙ୍ଗୀର, ୨୭।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ମନୋହରପୁରଠାରେ ଅନୁଷ୍ଠିତ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୩୩ ବର୍ଷରେ ପଦାର୍ପଣ କରିଛି। ଏହି ପବିତ୍ର…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ତୁମୁଡ଼ିବନ୍ଧରେ ବର୍ଷା ଆରମ୍ଭ, ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ; ସଜାଗ …

ତୁମୁଡ଼ିବନ୍ଧ, ୨୭।୧୦ (ଦୀପକ କୁମାର ପରାସେଠ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ଅଞ୍ଚଳରେ ଅନୁଭୂତ ହେବା ଆରମ୍ଭ ହୋଇଛି। ଅଞ୍ଚଳରେ ପ୍ରବଳ ଗୁଳୁଗୁଳି…

ଅଳଙ୍କାର ସଫା କରିବା ବାହାନାରେ ଲୁଟ୍: ମହିଳାଙ୍କୁ ଚକମା ଦେଇ ସୁନା ଚେନ୍-ମୁଦି ନେଇ ଚମ୍ପଟ ମାରିଲେ…

ଗଞ୍ଜାମ, ୨୭।୧୦(ବିଦ୍ୟାଧର ସାହୁ): ଘରେ କୌଣସି ପୁରୁଷ ଲୋକ ନ ଥିବାର ସୁଯୋଗ ନେଇ ସୁନା-ରୁପା ଅଳଙ୍କାର ସଫା କରିବା ବାହାନାରେ ଜଣେ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କାର…

ଲିଷ୍ଟିଂ ପୂର୍ବରୁ ଶେୟାର ବଜାରରେ କମ୍ପନ: ଦେଶର ୨ୟ ମୂଲ୍ୟବାନ କମ୍ପାନୀ ହେବା ଦିଗରେ ଜିଓ ପ୍ଲାଟଫର୍ମସ! ଟାଟା-ଅଦାନୀଙ୍କୁ…

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ପୁଞ୍ଜି ବଜାର (Stock Market) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ‘ଜିଓ ପ୍ଲାଟଫର୍ମସ ଲିମିଟେଡ’ (JPL)…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’: ଗୋପାଳପୁର ବନ୍ଦର ଓ ଆର୍ଯ୍ୟପଲ୍ଲୀ ଜେଟିରେ ୩୬ ମାଛଧରା ଡଙ୍ଗାକୁ…

ଛତ୍ରପୁର / ଗୋପାଳପୁର,୨୭।୧୦(ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ),୨୭/୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ସାମ୍ନା କରିବା ପାଇଁ ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ…

କେଭାଡ଼ିଆ ଗଲେ କୋରାପୁଟର ୫୦ ପ୍ରତିନିଧି

କୋରାପୁଟ,୨୭।୧୦(ଅମିତାଭ ବେହେରା): ଗୁଜରାଟର କେଭାଡିଆଠାରେ ଆସନ୍ତା ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋରାପୁଟ ଜିଲାର…

ମାଡ଼ି ଆସୁଛି ବାତ୍ୟା: କଟକରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

କଟକ,୨୭।୧୦(ପ୍ରଭୁକଲ୍ୟାଣ ପାଲ୍‌): ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା,…

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?