ତଥ୍ୟ ସଂଗ୍ରହ କଲେ କେନ୍ଦ୍ରୀୟ ଟିମ୍‌: ମଜୁରି ବୃଦ୍ଧି, ଠିକ୍‌ ସମୟରେ ଅନୁଦାନ ଦେବାକୁ ପ୍ରସ୍ତାବ

ଛତ୍ରପୁର,୧୦ା୧୧(ଡି.ଏନ.ଏ.)- ଦୁଇଜଣିଆ କେନ୍ଦ୍ରୀୟ ଟିମ୍‌ ୨ଦିନ ଧରି ଗଞ୍ଜାମ ଜିଲାରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଜନସାଧାରଣ ଓ ମହିଳା ସଂଘଗୁଡିକ ସହ ଆଲୋଚନା କରିଥିଲେ। ଶନିବାର ତୃତୀୟ ଦିନରେ ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମ୍ବନ୍ଧରେ ଉପସ୍ଥିତ ଅଧିକାରୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଚାଲିଥିବା କାର୍ଯ୍ୟ ସମ୍ପର୍କରେ କେନ୍ଦ୍ରୀୟ ଟିମ୍‌ର ଗିରିଜା ପି. ଗୁପ୍ତା ଓ ଏନ୍‌. ଆର୍‌. ଭାନୁମତିଙ୍କୁ ଅବଗତ କରାଯାଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏପିଡି ରବି ନାରାୟଣ ତ୍ରିପାଠୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ
ଥିଲେ। ଏମ୍‌ଜିଏନ୍‌ଆର୍‌ଇଜିଏସରେ କାମ କରୁଥିବା ଶ୍ରମିକଙ୍କ ମଜୁରି ବୃଦ୍ଧି କରିବା ପାଇଁ ପ୍ରଶାସନ ପକ୍ଷରୁ କେନ୍ଦ୍ରୀୟ ଟିମ୍‌ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶ୍ରମିକଙ୍କ ଦୈନିକ ମଜୁରି ରାଜ୍ୟ ସରକାର ୨୯୮ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଏମଜିଏନଆରଇଜିଏସ୍‌ରେ ଦୈନିକ ୧୮୮ ଟଙ୍କା ମିଳୁଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ଅନୁଦାନ ଆସିବାରେ ବିଳମ୍ବ ଯୋଗୁ ବିଭିନ୍ନ ସମୟରେ ଶ୍ରମିକଙ୍କୁ ଠିକ୍‌ ସମୟରେ ମଜୁରି ମିଳୁ ନ ଥିବା କୁହାଯାଇଥିଲା। ଜିଲାରେ ଏମଜିଏନଆର୍‌ଇଜିଏସରେ ଲେମନ୍‌ ଗ୍ରାସ୍‌, କାଜୁ, ଆମ୍ବ ଓ କାଗଜି ଲେମ୍ବୁ ଚାଷ ହେଉଥିବା ସମ୍ପର୍କରେ କେନ୍ଦ୍ରୀୟ ଟିମ୍‌କୁ ସୂଚନା ଦିଆଯାଇଥିଲା। ୨୦୦୬-୦୭ରେ ଜିଲାରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ତେବେ ଦିନକୁ ଦିନ ଏହି ଯୋଜନାରେ ଶ୍ରମିକମାନଙ୍କ କାମ କରିବା ସଂଖ୍ୟା ସହ ଶ୍ରମଦିବସ କମିବାରେ ଲାଗିଛି। ୨୦୧୭ରେ ୧୧ପ୍ରତିଶତ, ୨୦୧୮-୧୯ରେ ୮୩ ପ୍ରତିଶତ ଓ ୨୦୧୯-୨୦ (ବର୍ତ୍ତମାନ ସୁଦ୍ଧା)ରେ ୪୨ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି। ରୁରାଲ ହାଉସିଂ ହିତାଧିକାରୀଙ୍କୁ ଏହି ଯୋଜନାରେ ପାଇଖାନା, କମ୍ପୋଷ୍ଟ ପିଟ୍‌ ଆଦି ନିର୍ମାଣ ପାଇଁ ସହାୟତା ପ୍ରଦାନ କରାଯାଉଛି। ବିଭିନ୍ନ ଆବାସ ମେଳା, ଶ୍ରମିକ ସଂଘ ମେଳ, ସତରଞ୍ଜି ବୈଠକ ଓ ମୋ ନିବେଦନ କାର୍ଯ୍ୟକ୍ରମରେ ଏମ୍‌ଜିଏନ୍‌ଆରଇଜିଏସ୍‌ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଥିବା କେନ୍ଦ୍ରୀୟ ଟିମ୍‌କୁ ସୂଚନା ଦିଆଯାଇଥିଲା। କଲଭର୍ଟ, ଅଙ୍ଗନୱାଡି କେନ୍ଦ୍ର, ପାର୍କ, ପଞ୍ଚାୟତ ବିଲଡିଂ ନିର୍ମାଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା। ଜିଲାର ୧ ଲକ୍ଷ ୩୫ ହଜାର ୩୩୩ ଏସ୍‌ସି ଓ ଏସ୍‌ଟି ପରିବାରଙ୍କୁ ଏହି ଯୋଜନାରେ ଜବକାର୍ଡ ପ୍ରଦାନ କରାଯାଇଛି। ଏମଜିଏନଆରଇଜିଏସ୍‌ରେ ମହିଳା ମାନଙ୍କୁ ମଧ୍ୟ କାମ ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ରୀୟ ଟିମକୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଧାନସଭା ଗୃହ କମିଟି: ବିକାଶ କାର୍ଯ୍ୟର…

ପୁରୁଷୋତ୍ତମପୁର,୨୦ା୮(ସବିତା ମିଶ୍ର): ଓଡ଼ିଶା ବିଧାନସଭା ଗୃହ କମିଟି (ସବମିସନ୍) ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ଅବସରରେ ଗୁରୁବାର ସନ୍ଧ୍ୟାରେ ମା’ ତାରାତାରିଣୀଙ୍କ ପୀଠ ପରିଦର୍ଶନ କରିଛନ୍ତି। କମିଟି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri