ତଥ୍ୟ ସଂଗ୍ରହ କଲେ କେନ୍ଦ୍ରୀୟ ଟିମ୍‌: ମଜୁରି ବୃଦ୍ଧି, ଠିକ୍‌ ସମୟରେ ଅନୁଦାନ ଦେବାକୁ ପ୍ରସ୍ତାବ

ଛତ୍ରପୁର,୧୦ା୧୧(ଡି.ଏନ.ଏ.)- ଦୁଇଜଣିଆ କେନ୍ଦ୍ରୀୟ ଟିମ୍‌ ୨ଦିନ ଧରି ଗଞ୍ଜାମ ଜିଲାରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଜନସାଧାରଣ ଓ ମହିଳା ସଂଘଗୁଡିକ ସହ ଆଲୋଚନା କରିଥିଲେ। ଶନିବାର ତୃତୀୟ ଦିନରେ ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମ୍ବନ୍ଧରେ ଉପସ୍ଥିତ ଅଧିକାରୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଚାଲିଥିବା କାର୍ଯ୍ୟ ସମ୍ପର୍କରେ କେନ୍ଦ୍ରୀୟ ଟିମ୍‌ର ଗିରିଜା ପି. ଗୁପ୍ତା ଓ ଏନ୍‌. ଆର୍‌. ଭାନୁମତିଙ୍କୁ ଅବଗତ କରାଯାଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏପିଡି ରବି ନାରାୟଣ ତ୍ରିପାଠୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ
ଥିଲେ। ଏମ୍‌ଜିଏନ୍‌ଆର୍‌ଇଜିଏସରେ କାମ କରୁଥିବା ଶ୍ରମିକଙ୍କ ମଜୁରି ବୃଦ୍ଧି କରିବା ପାଇଁ ପ୍ରଶାସନ ପକ୍ଷରୁ କେନ୍ଦ୍ରୀୟ ଟିମ୍‌ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶ୍ରମିକଙ୍କ ଦୈନିକ ମଜୁରି ରାଜ୍ୟ ସରକାର ୨୯୮ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଏମଜିଏନଆରଇଜିଏସ୍‌ରେ ଦୈନିକ ୧୮୮ ଟଙ୍କା ମିଳୁଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ଅନୁଦାନ ଆସିବାରେ ବିଳମ୍ବ ଯୋଗୁ ବିଭିନ୍ନ ସମୟରେ ଶ୍ରମିକଙ୍କୁ ଠିକ୍‌ ସମୟରେ ମଜୁରି ମିଳୁ ନ ଥିବା କୁହାଯାଇଥିଲା। ଜିଲାରେ ଏମଜିଏନଆର୍‌ଇଜିଏସରେ ଲେମନ୍‌ ଗ୍ରାସ୍‌, କାଜୁ, ଆମ୍ବ ଓ କାଗଜି ଲେମ୍ବୁ ଚାଷ ହେଉଥିବା ସମ୍ପର୍କରେ କେନ୍ଦ୍ରୀୟ ଟିମ୍‌କୁ ସୂଚନା ଦିଆଯାଇଥିଲା। ୨୦୦୬-୦୭ରେ ଜିଲାରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ତେବେ ଦିନକୁ ଦିନ ଏହି ଯୋଜନାରେ ଶ୍ରମିକମାନଙ୍କ କାମ କରିବା ସଂଖ୍ୟା ସହ ଶ୍ରମଦିବସ କମିବାରେ ଲାଗିଛି। ୨୦୧୭ରେ ୧୧ପ୍ରତିଶତ, ୨୦୧୮-୧୯ରେ ୮୩ ପ୍ରତିଶତ ଓ ୨୦୧୯-୨୦ (ବର୍ତ୍ତମାନ ସୁଦ୍ଧା)ରେ ୪୨ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି। ରୁରାଲ ହାଉସିଂ ହିତାଧିକାରୀଙ୍କୁ ଏହି ଯୋଜନାରେ ପାଇଖାନା, କମ୍ପୋଷ୍ଟ ପିଟ୍‌ ଆଦି ନିର୍ମାଣ ପାଇଁ ସହାୟତା ପ୍ରଦାନ କରାଯାଉଛି। ବିଭିନ୍ନ ଆବାସ ମେଳା, ଶ୍ରମିକ ସଂଘ ମେଳ, ସତରଞ୍ଜି ବୈଠକ ଓ ମୋ ନିବେଦନ କାର୍ଯ୍ୟକ୍ରମରେ ଏମ୍‌ଜିଏନ୍‌ଆରଇଜିଏସ୍‌ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଥିବା କେନ୍ଦ୍ରୀୟ ଟିମ୍‌କୁ ସୂଚନା ଦିଆଯାଇଥିଲା। କଲଭର୍ଟ, ଅଙ୍ଗନୱାଡି କେନ୍ଦ୍ର, ପାର୍କ, ପଞ୍ଚାୟତ ବିଲଡିଂ ନିର୍ମାଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା। ଜିଲାର ୧ ଲକ୍ଷ ୩୫ ହଜାର ୩୩୩ ଏସ୍‌ସି ଓ ଏସ୍‌ଟି ପରିବାରଙ୍କୁ ଏହି ଯୋଜନାରେ ଜବକାର୍ଡ ପ୍ରଦାନ କରାଯାଇଛି। ଏମଜିଏନଆରଇଜିଏସ୍‌ରେ ମହିଳା ମାନଙ୍କୁ ମଧ୍ୟ କାମ ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ରୀୟ ଟିମକୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri