ତକିଆ କିଣିବା ବେଳେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

ନିଦ ନ ଆସିବାର ବହୁ କାରଣ ହୋଇପାରେ। ପ୍ରାୟ ସମୟରେ କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ବା ବାହାରକୁ ଗଲେ କିଛି ଲୋକଙ୍କୁ ସୁଖଦ ନିଦ୍ରା ହୋଇ ନ ଥାଏ। ଶୋଇବା ବେଳେ ଆରାମଦାୟକ ଲାଗୁ ନ ଥିବାରୁ ସାରା ରାତି ଉଜାଗରରେ କଟିଯାଏ। ଏହାର ଏକମାତ୍ର କାରଣ ତକିଆ ମଧ୍ୟ ହୋଇପାରେ। ଆମ ଘରକୁ ଆମେ ନିଜ ଅନୁସାରେ ସଜାଇଥାଉ। ବିଶେଷକରି ଖଟରେ ଆମେ ନିଜ ପସନ୍ଦର ତକିଆରେ ଶୋଇଥାଉ। ଫଳରେ ଘରେ ସୁଖନିଦ୍ରା ଆସିଥାଏ। କିଛି ଲୋକ ତକିଆକୁ ନେଇ ଏତେ ସଜାଗ ଥାନ୍ତି ଯେ ବାହାରକୁ ଯିବା ବେଳେ ନିଜ ତକିଆକୁ ସାଙ୍ଗରେ ନେଇଯାଇଥାନ୍ତି। ତେବେ ଶୋଇବା ବେଳେ ବ୍ୟବହୃତ ହେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷ କିଣିବା ବେଳେ ଲୋକମାନେ ବିଶେଷ ଧ୍ୟାନ ଦେଉ ନ ଥିବାରୁ ପରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆସନ୍ତୁ ଜାଣିବା ତକିଆ କିଣିବା ବେଳେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।
*ସୁଖଦ ନିଦ୍ରା ପାଇଁ ସବୁବେଳେ ତକିଆ କିଣିବା ବେଳେ ଧ୍ୟାନ ଦିଅନ୍ତୁ। କାରଣ ନିଦ ନ ହେଲେ ଏହା ସିଧାସଳଖ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇଥାଏ। ବଜାରରେ ଭିନ୍ନ ଭିନ୍ନ କିସମର ତକିଆ ମିଳୁଥିବା ବେଳେ କିଣିବା ସମୟରେ ଉଚିତ୍‌ ତକିଆର ଚୟନ କରିବା ଜରୁରୀ। ସବୁବେଳେ ମେମୋରି ଫୋମ୍‌ଯୁକ୍ତ ତକିଆ କିଣନ୍ତୁ। ଏହି ତକିଆ ବେକ ଓ ମୁଣ୍ଡକୁ ସପୋର୍ଟ ଦେଇଥାଏ। ଏହି ତକିଆ ଅପେକ୍ଷାକୃତ ନରମ ହୋଇଥିବାରୁ ଶୋଇବା ବେଳେ କଷ୍ଟ ହୁଏ ନାହିଁ।


*ଗର୍ଭବତୀ ମହିଳାଙ୍କ ପାଇଁ ସବୁଠାରୁ ଭଲ ତକିଆ ହେଉଛି ପ୍ରେଗନାନ୍ସି ପିଲୋ। ଏହି ପିଲୋ ସାଧାରଣ ତକିଆ ଅପେକ୍ଷା ଅଧିକ ନରମ ହୋଇଥାଏ। ଏଣୁ ଗର୍ଭବତୀଙ୍କୁ ଶୋଇବା ବେଳେ ଅସୁବିଧାର ସାମ୍ନା କରିବାକୁ ପଡେ ନାହିଁ। ଅନ୍‌ଲାଇନ୍‌ରେ ଏହି ତକିଆ ଶସ୍ତାରେ ଉପଲବ୍ଧ ହେଉଛି।
* ସବୁଠାରୁ ଜରୁରୀ କଥା ହେଉଛି ତକିଆକୁ ପ୍ରାୟ ୨ବର୍ଷରେ ଥରେ ବଦଳାଇବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri