ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ନକ୍‌ସା ପ୍ରସ୍ତୁତ ଅନୁଦାନ ଆସିଲେ ଜମି ଅଧିଗ୍ରହଣ ହେବ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ଅସରାଏ ବର୍ଷା ହେଲେ ରାଜଧାନୀ ହୋଇଯାଏ ଜଳମଗ୍ନ। ଜଳ ନିଷ୍କାସନର ସୁବ୍ୟବସ୍ଥା ନ ଥିବାରୁ ପ୍ରତିବର୍ଷ ଜଳବନ୍ଦି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ରାଜଧାନୀବାସୀ। ତେବେ ଏହି ସମସ୍ୟାକୁ ଦୂର କରିବା ଲାଗି ବିଏମ୍‌ସି ପକ୍ଷରୁ ‘ଡ୍ରେନ୍‌ ବିକାଶ ଯୋଜନା’ ଆରମ୍ଭ କରାଯାଇଛି। ଏହି ଯୋଜନାରେ ସହର ମଧ୍ୟ ଦେଇ ଗଙ୍ଗୁଆ ନାଳରେ ମିଶିଥିବା ୧୩ ପ୍ରାକୃତିକ ନାଳର ବିକାଶକୁ ଗୁରୁତ୍ୱ ଦିଆଯାଇଛି। ଏନେଇ ବିଏମ୍‌ସି ଡ୍ରେନେଜ୍‌ ଡିଭିଜନ୍‌ ପକ୍ଷରୁ ବ୍ଲ୍ୟୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଯୋଜନା ବର୍ତ୍ତମାନ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରାଯୁକ୍ତିକ ସମୀକ୍ଷା ଅଧୀନରେ ରହିଛି। ପ୍ରସ୍ତାବ ମଞ୍ଜୁର ହୋଇ ଅନୁଦାନ ଆସିବା କ୍ଷଣି ବିଏମ୍‌ସି ଡ୍ରେନ୍‌ର ବିକାଶ ପାଇଁ ଆବଶ୍ୟକ ଘରୋଇ ଜମି ଅଧିଗ୍ରହଣ କରିବ ବୋଲି ସୋମବାର ପ୍ରକାଶିତ ଏକ ପ୍ରେସ୍‌ ବିବୃତ୍ତିରୁ ଜଣାପଡ଼ିଛି।
ସୂଚନାନୁଯାୟୀ, ମୋଟ ୬୧.୪୩୮ ଏକର ଜମିକୁ ବିଏମ୍‌ସି ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ଅଧିଗ୍ରହଣ କରିବ, ଯାହା ସହରର ୧୩ ପ୍ରାକୃତିକ ନାଳଗୁଡ଼ିକୁ ଆହୁରି ପ୍ରଶସ୍ତ କରିବ। ଫଳରେ ବର୍ଷାଜଳ ଓ ଦୈନିକ ନିଷ୍କାସିତ ହେଉଥିବା ବର୍ଜ୍ୟ ସହଜରେ ଗଙ୍ଗୁଆରେ ମିଶିପାରିବ। ଏନେଇ ବିଏମ୍‌ସି ୭୫୩କୋଟି ବ୍ୟୟବରାଦ ରଖିଥିବାବେଳେ ମୋଟ ୬୫.୬୨୧ କିଲୋମିଟର ରାସ୍ତାରେ ଏହି ଜମି ଅଧିଗ୍ରହଣ କରାଯିବ। ତେବେ ଟ୍ରାନ୍ସଫରେବଲ ଡେଭଲପ୍‌ମେଣ୍ଟ ରାଇଟ୍‌ସ (ଟିଡିଆର୍‌) ଆକ୍ଟ-୨୦୧୫ କିମ୍ବା ସିଧାସଳଖ କ୍ରୟ ପ୍ରକ୍ରିୟା ଦେଇ ଜମି ଅଧିଗ୍ରହଣ ସମ୍ଭବ ବୋଲି ବିଏମ୍‌ସି କହିଛି। ପ୍ରସ୍ତାବ ମଞ୍ଜୁର ହୋଇ ଅନୁଦାନ ଆସିବାମାତ୍ରେ କର୍ତ୍ତୃପକ୍ଷ ଜମି ଅଧିଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରେସ୍‌ ବିବୃତ୍ତିରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri