Posted inଖେଳ

ଡୋପିଙ୍ଗ୍‌: ସଞ୍ଜିବନୀ ଯାଦବ ୨ ବର୍ଷ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୧୮ା୭ (ପି.ଟି.)-ଡୋପିଙ୍ଗ ନିୟମ ଉଲ୍ଲଂଘନ କରିଥିବାରୁ ଲଙ୍ଗ୍‌ ଡିଷ୍ଟାନ୍ସ ଧାବିକା ସଞ୍ଜିବନୀ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ୍ସ(ଆଇଏଏଏଫ୍‌)ର ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌(ଏଆଇୟୁ) ଦ୍ୱାରା ଦୁଇ ବର୍ଷ ସସ୍‌ପେଣ୍ଡ ହୋଇଛନ୍ତି। ଏହି ୨୩ ବର୍ଷୀୟା ଆଥଲେଟ୍‌ ୨୦୧୯ ଏସିଆନ ଚାମ୍ପିୟନଶିପ୍‌ ୧୦,୦୦୦ ମିଟର ଏବଂ ୨୦୧୭ ସଂସ୍କରଣ ୫୦୦୦ ମିଟର ରେସରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସସ୍‌ପେଣ୍ଡ ଆଦେଶ ପିଛିଲା ୨୦୧୮ ଜୁନ୍‌ ୨୯ରୁ ଲାଗୁ ହେବ। ଏହାପରେ ସେ ଅଂଶଗ୍ରହଣ କରିଥିବା ପ୍ରତିଯୋଗିତାରେ ତାଙ୍କ ଫଳାଫଳ ରେକର୍ଡରୁ ବାଦ୍‌ ଦିଆଯିବ। ଭାରତର ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି(ନାଡା) ଚାହିଁଲେ ନିଷ୍ପତ୍ତି ବିରୋଧରେ ସୁଇଜରଲାଣ୍ଡର ଲାଉସାନେସ୍ଥିତ କ୍ରୀଡ଼ାର ସର୍ବୋଚ୍ଚ ନ୍ୟାୟାଳୟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ୍‌)ରେ ଆବେଦନ କରିପାରିବ। ସୂଚନାଯୋଗ୍ୟ, ୨୦୧୮ ନଭେମ୍ବରରେ ଜାନୀୟ ଆନ୍ତଃ ରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ବେଳେ ଡୋପ୍‌ ଟେଷ୍ଟ ସମୟରେ ସଞ୍ଜିବନୀଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିଲା। ସେଥିରେ ନିଷିଦ୍ଧ ଦ୍ରବ୍ୟ ପ୍ରୋବେନ୍‌ସିଡ୍‌ର ମାତ୍ରା ଠାବ କରାଯାଇଥିଲା। ତାଙ୍କୁ ଗତ ଜୁନ୍‌ରେ ସାମୟିକ ସସ୍‌ପେଣ୍ଡ କରାଯାଇଥିଲା। ସଞ୍ଜିବନୀଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲର ପ୍ରଥମେ ସ୍ଥାନୀୟ ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା। ଏଥିରେ ଫଳାଫଳ ନେଗେଟିଭ ଆସିଥିଲା। ମାତ୍ର ପରବର୍ତ୍ତୀ କାଳରେ ଓ୍ବାଲର୍‌ଡ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ଓ୍ବାଡା)ର ମଣ୍ଟ୍ରିଲ ଲାବୋରେଟୋରିରେ ସାମ୍ପୁଲର ପୁନଃ ପରୀକ୍ଷାବେଳେ ଏଥିରେ ନିଷିଦ୍ଧ ଦ୍ରବ୍ୟର ମାତ୍ରା ରହିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବାଦିକତା କ୍ଷେତ୍ରରେ ବଢୁଛି ନିଯୁକ୍ତି ସୁଯୋଗ, ଜଣେ ଭଲ ସାମ୍ବାଦିକ….

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଟ୍ରମ୍ପ ଖେଳିଲେ ବଡ଼ ଗେମ୍! ୪୮ ଘଣ୍ଟା ପରେ ଖୋଲିଲା ହର୍ମୁଜ୍ ପ୍ରଣାଳୀ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ହଟାଇବା ନେଇ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି, “ଆମେ ଏବେ ଏହାକୁ ସମ୍ପୂର୍ଣ୍ଣ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

ସ୍କୁଲ୍‌ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

ପାରଳାଖେମୁଣ୍ଡି/ମୋହନା,୧୫।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ…

ଚିନ୍ତା ବଢ଼ାଇଲା ରିପୋର୍ଟ, ଆଗାମୀ ୩-୪ ବର୍ଷ ପାଇଁ ଲାଗି ରହିପାରେ ଗ୍ୟାସ୍ ଅଭାବ!

ନୂଆଦିଲ୍ଲୀ,୧୫।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଭାରତ ସହ ଅନେକ ଦେଶରେ ଗ୍ୟାସର ଅଭାବ ଦେଖାଦେଇଛି । ଦେଶକୁ ଆଗାମୀ ତିନିରୁ ଚାରି ବର୍ଷ ପାଇଁ ଏହି ଚ୍ୟାଲେଞ୍ଜର…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ,ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ,୧୫।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା  ଫଳାଫଳ ପ୍ରକାଶ ପାଇଛି । ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri