ଡେଲିଭରି ବୟଠାରୁ ଠକିନେଲେ ୮ମୋବାଇଲ

ବାରିପଦା ଅଫିସ, ୨୩।୨-ବାରିପଦା ଟାଉନରେ ଜଣେ ଡେଲିଭରି ବୟଠାରୁ ଦୁଇ ଜଣ ଯୁବକ ୮ମୋବାଇଲ ଠକି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଯାଜପୁର ଓ ଭୁବନେଶ୍ୱରରୁ ଉଠାଇ ଆଣିଛି। ରବିବାର ପଚରାଉଚରା କରାଯିବା ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାରୁ ସୂଚନା ମିଳିଛି। ସୂଚନା ଅନୁସାରେ ଟାଉନ ଥାନା ଅନ୍ତର୍ଗତ ବିଜୟ ରାମଚନ୍ଦ୍ରପୁରର ଦେବବ୍ରତ ପଲେଇ ଏକ ସଂସ୍ଥାର ଡେଲିଭରି ବୟ ଭାବେ କାର୍ଯ୍ୟ କରନ୍ତି। ଗତ ୧୭ ତାରିଖରେ ଜଣେ ଯୁବକ ୧୦ଟି ମୋବାଇଲ ଅର୍ଡର କରିଥିଲେ। ଅମ୍ବିକା ମନ୍ଦିର ଛକ ନିକଟରେ ରହୁଥିବା ଉକ୍ତ ଯୁବକ ଜଣଙ୍କ ଡେଲିଭରି ବୟଠାରୁ ସମସ୍ତ ମୋବାଇଲ୍‌ ରଖି ଟଙ୍କା ଦେଇଥିଲେ।
ଏହା ପରେ ମୋବାଇଲ ଅର୍ଡର କରିଥିବା ଯୁବକ ଆଉ ଜଣେ ଯୁବକଙ୍କୁ ତାଙ୍କ ଭାଇ ବୋଲି ପରିଚୟ ଦେଇ ଡେଲିଭରି ବୟ ଦେବବ୍ରତଙ୍କ ସହିତ ବନ୍ଧୁତା କରିବା ସହ ତାଙ୍କ ନମ୍ବର ନେଇଥିଲେ। କିଛି ସମୟ ପରେ ଯୁବକ ଜଣଙ୍କ ଡେଲିଭରି ବୟଙ୍କୁ ଡାକି ୮ଟି ମୋବାଇଲ ପ୍ୟାକେଟ୍‌ ଫେରାଇ ଦେଇଥିଲେ। ଫଳରେ ଦେବବ୍ରତଙ୍କଠାରୁ ସେ ୨ଲକ୍ଷ ୮୮ ହଜାର ଟଙ୍କା ଫେରସ୍ତ ନେଇ ଯାଇଥିଲେ। ମାତ୍ର ଦେବବ୍ରତ ଡିପୋରେ ଯାଇ ଉକ୍ତ ପ୍ୟାକେଟ ଗୁଡ଼ିକ ଡିପୋଜିଟ କରିବାପରେ ସେଥିରେ ମୋବାଇଲ ବଦଳରେ ସାବୁନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ଯୁବକଙ୍କ ନମ୍ବରକୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ୍‌ ଲାଗି ନ ଥିଲା। ଡେଲିଭରି କରିଥିବା ଉକ୍ତ ସ୍ଥାନରେ ପହଞ୍ଚି ସେ ଖୋଜାଖୋଜି କରିଥିଲେ ମଧ୍ୟ ଦୁଇ ଯୁବକଙ୍କ ପତ୍ତା ପାଇ ନ ଥିଲେ। ପରେ ସେ ଟାଉନ ଥାନାରେ ଅଭିଯୋଗ କରିବାପରେ ପୋଲିସ ଏନେଇ ଏକ ମାମଲା (ନଂ.୧୦୨/୨୦) ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଭାସୁଥିଲା ମହିଳାଙ୍କ ମୃତଦେହ, ଲୋକେ ଗାଧୋଇବାକୁ ଯିବାବେଳେ…

ବୈଶିଙ୍ଗା,୩ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ନିକଟସ୍ଥ ନୂଆସାହି ଗ୍ରାମ ପୋଖରୀରୁ ବୁଧବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଏହି ସବୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ବାରିପଦା,୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା…

ଆସିଲା ଖୁସିଖବର: ମା’ ହେଲା ‘ଜିନ୍ନତ’

ଭୁବନେଶ୍ୱର,୨।୬: ମୟୁରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି॥ ମା’ ହୋଇଛି ବାଘୁଣୀ ‘ଜିନ୍ନତ’। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଶିମିଳିପାଳରେ ମଣିଷଖିଆ ବାଘ; ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ, ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି

କରଞ୍ଜିଆ,୧।୬(କବିତା ମହାନ୍ତ): ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରୁ ଛାତିଥରା ଘଟଣା…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri