ଡିଜେ ପେସାରେ ଯାଜପୁର ଜିଲାର ଝିଅ କେଟି

କ୍ଷୀରାବ୍ଧି ତନୟା ଜେନାଙ୍କୁ ସମସ୍ତେ ଜାଣନ୍ତି ଡିଜେ କେଟି ଭାବେ। ବର୍ତ୍ତମାନ କେଟି ଭୁବନେଶ୍ୱରର ଏକ ବଡ଼ ହୋଟେଲରେ ରେସିଡେନ୍ସ ଇନ୍‌ହାଉସ୍‌ ଡିଜେ ଅଛନ୍ତି। ଏହି ପୁରୁଷ ପ୍ରାଧାନ୍ୟ ବୃତ୍ତିରେ ତିଷ୍ଠି ରହିବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା। ନା ଘର ଲୋକ, ନା ସାଙ୍ଗସାଥୀ, କେହି ବି ସହଯୋଗ କରି ନ ଥିଲେ। ଯେତେବେଳେ ଏ ପ୍ରଫେଶନ୍‌ରେ ପାଦ ଥାପି ଧୀରେ ଧୀରେ ଉପରକୁ ଉଠିଥିଲେ, ସେତେବେଳେ ତାଙ୍କୁ ଅନେକେ ତାଚ୍ଛଲ୍ୟ ଶୁଣିବାକୁ ମିଳିଥିଲା। ସେଥିରେ ସେ ଭାଙ୍ଗି ପଡ଼ି ନ ଥିଲେ। ନିଜ ଇଚ୍ଛାଶକ୍ତି ବଳରେ ସେ ଏବେ କେବଳ ଓଡ଼ିଶା ନୁହେଁ, ଦେଶର ବିଭିନ୍ନ କୋଣରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ଯାଜପୁର ଜିଲା ବରୀ ଅଞ୍ଚଳର ଝିଅ କ୍ଷୀରାବ୍ଧି ୨୦୧୭ରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରି ବେଙ୍ଗାଲୁରୁରେ ଏକ କମ୍ପାନୀରେ ଚାକିରି କରିଥିଲେ। ତାଙ୍କର ମ୍ୟୁଜିକ୍‌ ଶୁଣିବା ଓ ପାର୍ଟି ଯିବାକୁ ବହୁତ ପସନ୍ଦ ଥିଲା। କ୍ଳବ୍‌ ଗଲେ ସେ ସବୁବେଳେ ଭାବନ୍ତି ନିଜେ କିପରି ଗୀତ ପ୍ଲେ କରିବେ। ଏଥିପ୍ରତି ତାଙ୍କର ଏତେ ଆଗ୍ରହ ବଢ଼ିଲା ଯେ, ସେ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ବାଙ୍ଗାଲୋରରେ ଡିଜେଇଂ(DJing) କରିଲେ। ପ୍ରଥମେ ସେ ବାଙ୍ଗାଲୋରର ଏକ କ୍ଲବ୍‌ରେ ପ୍ଲେ କରିଥିଲେ। କିନ୍ତୁ ସେ ସମୟରେ ସେ ବହୁତ ନର୍ଭସ ଥିଲେ। ସେଠାରେ ଲୋକଙ୍କ ଡିମାଣ୍ଡ ଯେଉଁଭଳି ଥିଲା ସେ ସେଭଳି କରିପାରି ନ ଥିଲେ। କିନ୍ତୁ ଧୀରେ ଧୀରେ ନିଜକୁ ସଜାଡ଼ିଥିଲେ। ଆଉ ଗତବର୍ଷ ସେ ଭୁବନେଶ୍ୱରକୁ ପଳାଇଆସିଲେ। କେଟିଙ୍କୁ ପସନ୍ଦ ଥିଲା ଇଡିଏମ୍‌, ଟେକ୍ନୋ। କିନ୍ତୁ ଭୁବନେଶ୍ୱରବାସୀଙ୍କୁ ବଲିଉଡ୍‌ ବହୁତ ପସନ୍ଦ। ତେଣୁ ସେ ବଲିଉଡ୍‌ ଶିଖିବା ପାଇଁ ଚେଷ୍ଟା କରିଲେ। ଏହାପରେ ସେ ବିଭିନ୍ନ ଶୋ’ରେ ନିଜର ପାରଦର୍ଶିତା ଦେଖାଇଲେ।

କେଟି କୁହନ୍ତି, ଚାକିରି ଛାଡ଼ି ଏ ପ୍ରଫେଶନରେ କାମ କରିବା ପାଇଁ ଯେତେବେଳେ ଚାହିଁଲି ଘରଲୋକ ସପୋର୍ଟ କରୁ ନ ଥିଲେ। ଯେହେତୁ ଘରେ କେହି ପୁଅ ନାହାନ୍ତି, ତେଣୁ ମୁଁ ଚାକିରି କରିବାକୁ ସେମାନେ ପସନ୍ଦ କରୁଥିଲେ। ଏମିତି କି କହୁଥିଲେ ଯେ, ଏଇଟା ପୁଅମାନଙ୍କ କାମ। ତୁ ଝିଅଟେ ହୋଇ କେମିତି କରିବୁ ଓ ଏଥିରେ ଭବିଷ୍ୟତ କିପରି ଗଢ଼ିବୁ। ଆଜିର ଯୁବପିଢ଼ି ଡିଜେ ଅର୍ଥ ଜାଣିଛନ୍ତି। କିନ୍ତୁ ଗାଁ ଲୋକମାନେ ଜାଣନ୍ତିନି। ସେମାନେ କେବଳ ଭାବନ୍ତି ଯେ, ଡିଜେମାନେ ବାହାଘରରେ ବରଯାତ୍ରୀ ନାଚିବା। ମୋ ବାପା ଏବେ ବି ଡିଜେର ଅର୍ଥ ବୁଝିପାରନ୍ତି ନାହିଁ। ମା’ ଏବେ ଟିକେ ଟିକେ ବୁଝିପାରୁଛନ୍ତି। ତେବେ ମୋ ମା’ ସବୁ ସମୟରେ ମୋତେ ମାନସିକ ସ୍ତରରେ ସହଯୋଗ କରନ୍ତି। ମୋର ଯେଉଁଥିରେ ଇଚ୍ଛା ସେ ଦିଗରେ କାମ କରିବାକୁ ସେ କୁହନ୍ତି। ତାଙ୍କ ପାଇଁ ମୁଁ ଆଗକୁ ବଢ଼ିପାରିଛି। ଚାକିରି ଛାଡ଼ି ଯେତେବେଳେ ଏ ପ୍ରଫେଶନ୍‌କୁ ଆସିଲି, ବହୁତ ଖୁସି ଲାଗିଲା। ନିଜକୁ ଆତ୍ମତୃପ୍ତି ମିଳିଲା। ବିଭିନ୍ନ ଜାଗାରେ ଶୋ’ କରିବା ପରେ ନିଜକୁ ଜଣେ ସେଲିବ୍ରିଟି ଭଳି ଅନୁଭବ ହେଲା। ଗୋଟେ ଝିଅ ଯେତେବେଳେ ଉପରକୁ ଉଠିବାକୁ ଚାହେଁ, ସେତେବେଳେ ତାକୁ ବହୁତ ତଳୁ ଭିଡ଼ିବାକୁ ଥାଆନ୍ତି। ଏମିତି ପରିସ୍ଥିତି ମୋ ସହିତ ମଧ୍ୟ ହୋଇଛି। ଏହି ପ୍ରଫେଶନ୍‌ରେ ଯେତେବେଳେ ମୁଁ ଏଣ୍ଟ୍ରି କରିଲି, କେତେଜଣ ଭାବନ୍ତି ଝିଅଟେ ବୋଲି ମୋତେ ଅଫର ମିଳିଯାଉଛି। କେହି ମୋ ଟ୍ୟାଲେଣ୍ଟକୁ ଦେଖନ୍ତିନି। ସେମିତି କିଛି କ୍ୱାଲିଟି ଅଛି ବୋଲି ଲୋକ ମୋତେ ପସନ୍ଦ କରୁଛନ୍ତି ଏବଂ ମୋତେ ବିଭିନ୍ନ ଜାଗାରେ ଶୋ’ ପାଇଁ ଅଫର ଆସୁଛି।
– ରିପୋର୍ଟ: ଅସମାପିକା ସାହୁ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri