Posted inଜାତୀୟ

ଡାକ୍ତରୀ ଛାତ୍ରୀ ପାୟଲ ତଡଓ୍ବି ମୃତ୍ୟୁ ମାମଲା: କୋର୍ଟରେ କାନ୍ଦିଲେ ୩ ଅଭିଯୁକ୍ତ ଡାକ୍ତର

ମୁମ୍ବାଇ, ୧୧।୬:ମୁମ୍ବାଇର ବିୱାଇଏଲ ନାୟର ହସ୍ପିଟାଲର ଛାତ୍ରୀନିବାସରେ ସଂରକ୍ଷିତ ବର୍ଗର ମହିଳା ଡାକ୍ତର ପାୟଲ ତଡଓ୍ବିଙ୍କ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ୩ ଜଣ ଡାକ୍ତର କୋର୍ଟରେ କାନ୍ଦିଛନ୍ତି। ଏକ ମାମଲା ସମସ୍ତ ଘଟଣାକ୍ରମ ରେକର୍ଡଂ କରାଯାଉ ବୋଲି ପାୟଲଙ୍କ ମା’ କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି କୋର୍ଟ ମାମଲାର ରେକର୍ଡିଂ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଶୁଣାଣି ବେଳେ ଅଭିଯୁକ୍ତ ବରିଷ୍ଠ ମହିଳା ଡାକ୍ତର ଭକ୍ତି ମେହେର, ଡା. ହେମା ଆହୁଜା ଏବଂ ଡା. ଅଙ୍କିତା ଖଣ୍ଡେଲୱାଲ କୋର୍ଟ ଉପସ୍ଥିତ ଥିଲେ। ଏହି ସମୟରେ ୩ଜଣ ମହିଳା ଡାକ୍ତର କାନ୍ଦି କାନ୍ଦି କହିଥିଲେ ଯେ, ଆମେ ଜେଲରେ ଏତେ ଦିନ ରହିଲୁଣି। ସମ୍ପର୍କୀୟଙ୍କୁ ଭେଟିବାକୁ ଦିଆଯାଉନାହିଁ ବୋଲି କହିଥିଲେ। ତିନି ଡାକ୍ତରଙ୍କ ଜାମିନ ଆବେଦର ଶୁଣାଣି ୧୭ ଜୁନରେ ହେବା ବୋଲି କୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ପାୟଲଙ୍କ ଘର ଜଲଗାଓଁରେ। ସେ ଏକ ଆଦିବାସୀ ପରିବାରରୁ ଆସିଥିବାରୁ ତାଙ୍କ ଜାତିକୁ ନେଇ ଅଭିଯୁକ୍ତ ଡାକ୍ତରମାନେ ବାରମ୍ବାର କଟୁ ଆକ୍ଷେପ କରିଆସୁଥିଲେ। ଏପରି କି ତାଙ୍କୁ ଏକ ହ୍ବାଟ୍ସଆପ ଗ୍ରୁପରେ ମଧ୍ୟ ଆକ୍ଷେପ କରି ଲଜ୍ଜିତ କରୁଥିଲେ। ଗତ ୨୨ ତାରିଖରେ ହଷ୍ଟେଲ ରୁମରୁ ପାୟଲଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। କିନ୍ତୁ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ ବସିପଡ଼ିଥିଲା। ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଦେଶବ୍ୟାପୀ ଜୋରଦାର ବିରୋଧ ସୃଷ୍ଟି ହେବାରୁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri