ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ : ୨ ମାସରେ ଭାଙ୍ଗିଲା ପାନୀୟ ଜଳ ପ୍ରକଳ୍ପ

ଫିରିଙ୍ଗିଆ, ୭ା୧-କନ୍ଧମାଳ ଜିଲା ପିରିଙ୍ଗିଆ ବ୍ଲକରେ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ଅଧିନରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ପ୍ରକଳ୍ପ ତିଆରି ହେବାର ମାସେ ନ ପୁରୁଣୁ ତାହା ଭାଙ୍ଗି ଯାଉଛି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ସରକାର ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଯେଉଁ ୫ଟିକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି, ତାହା ଏହି ବ୍ଲକରେ କାର୍ଯ୍ୟକାରୀ ହେଉନାହିଁ। ବିଭାଗର ମନମୁଖି କାର୍ଯ୍ୟକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଏଭଳି ଏକ ନିମ୍ନମାନର ପ୍ରକଳ୍ପ ସଲାଗୁଡା ପଞ୍ଚାୟତ ନେଡିପଦରରେ ଦେଖିବାକୁ ମିଳିଛି। ଯେଉଁଠି ୯ ଲକ୍ଷ ଟଙ୍କାରେ ହୋଇଥିବା ଏକ ପଥର କୂଅ(ପାନୀୟ ଜଳ ପ୍ରକଳ୍ପ) ଭାଙ୍ଗି ଯାଇଛି।
ସଲାଗୁଡା ପଞ୍ଚାୟତ ନେଡିପଦର ଗ୍ରାମର ଜଳପଦର, ମୁଣ୍ଡାସାହି, ପିଡିଆପଙ୍ଗା, କୁମ୍ଭାରଖୋଲ ସାହିକୁ ପାନୀୟ ଜଳ ଯୋଗାଣ ପାଇଁ ୪୫ ଲକ୍ଷ ଟଙ୍କାର ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୨୦୧୯ ଅଗଷ୍ଟରେ ଶେଷ ହୋଇଥିଲା। ଏହି ପ୍ରକଳ୍ପର କୂଅ ପାଇଁ ୯ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। କାମ ଶେଷ ହେବାର ମାତ୍ର ୨ ମାସ ପରେ ଏହା ଭାଙ୍ଗିଗଲା। ଆଜି ପର୍ଯ୍ୟନ୍ତ ତାର ମରାମତି ହୋଇନାହିଁ। ମାତ୍ର ବିଭାଗ ତାଙ୍କର ବିଲ କରି ଦେଇଛି। ଯନ୍ତ୍ରୀ କିପରି କାମ ତଦାରଖ କରୁଥିଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସରକାରୀ ଟଙ୍କାରେ ପିଲା ଖେଳ ଚାଲିଛି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ମୋ ସରକାରରେ ଅଭିଯୋଗ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଠିକାଦାର କୂଅ ମରାମତି ନ କରି ପାଣି ପାଇଁ ପାଇପ ବିଛାଇବା ଲାଗି ସଜବାଜ ହେଉଛନ୍ତି। ଯେଉଁ ପାଇପ ଆଣିଛନ୍ତି ତାହା ନିମ୍ନମାନର ବୋଲି ଜାଣିବାକୁ ମିଳିଛି। ଆମେ ଆଜି ପର୍ଯ୍ୟନ୍ତ ନଇ ନାଳରୁ ପାଣି ପିଉଛୁ। ପାନୀୟ ଜଳ ଯୋଗାଇବା ପାଇଁ ଠିକାଦାର ଏଠି ଗୋଟିଏ କୂଅ କରିଥିଲେ। ତାହା ଭୁଶୁଡି ଯାଇଛି। ଠିକାଦାର ଆଉ ଏଠାକୁ ଆସୁ ନାହାନ୍ତି। ପାଣି ୪ ଗ୍ରାମକୁ ଦିଆଯିବ ବୋଲି କୁହା ଯାଇଥିଲା କିନ୍ତୁ ପାଇପ ପଡିନାହିଁ। ଏପଟେ କୂଅ ଭାଙ୍ଗି ଗଲାଣି। ବିଭାଗୀୟ ଅଧିକାରୀ ଏବଂ ଠିକାଦାର ପ୍ରକଳ୍ପ ବାବଦ ଅର୍ଥ ହରିଲୁଟ କରୁଛନ୍ତି ବୋଲି ଗ୍ରାମର ଭରତ ଦିଗାଲ, ତ୍ରିନାଥ ଦିଗାଲ ପ୍ରକାଶ କରିଛନ୍ତିି। ସରପଞ୍ଚ ସୁମିତ୍ରା କହଁର କୁହନ୍ତି, ଘଟଣା ନେଇ ମୁଁ ବ୍ଲକ ଯନ୍ତ୍ରୀଙ୍କ ସହ ଫୁଲବାଣୀରେ ଆରଡବ୍ଲ୍ୟୁଏସ୍‌ଏସ୍‌ ଅଫିସ ଯାଇ ଅଭିଯୋଗ କରିଛି। ହେଲେ କାମ ଆଜି ପର୍ଯ୍ୟନ୍ତ ହୋଇନାହିଁ। ଏ ନେଇ ଆରଡବ୍ଲ୍ୟୁଏସ୍‌ଏସ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ଦେବହରି ପ୍ରଧାନଙ୍କୁ ପଚାରିବାରୁ କୂଅ ମରାମତି କାର୍ଯ୍ୟ ଠିକାଦାର କରିବେ। ଲୋକଙ୍କୁ କିପରି ଜଳ ଯୋଗାଣ ହେବ ଆମେ ସେ ଉପରେ ଦୃଷ୍ଟି ଦେଉଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?