ଟ୍ରେନ୍‌ ସମ୍ପ୍ରସାରଣ ପାଇଁ ଦାବିପତ୍ର

ବ୍ରହ୍ମପୁର ଅଫିସ୍‌,୮ା୧୧-ଗଞ୍ଜାମ ଜିଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଏକ ବୈଠକ ସ୍ଥାନୀୟ ପାତାଳେଶ୍ୱର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେ।ଇଥିଲା। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅନୁଷ୍ଠାନ ସଭାପତି ପ୍ରଫେସର ଡ.ରବିନାରାୟଣ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ସଭା ଅବସରରେ କାର୍ଯ୍ୟକାରୀ ସଭାପତି ରାଧାଚରଣ ନାୟକ, ଆଇନ ପରାମର୍ଶଦାତା ଆଇନଜୀବୀ ଜିତେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ଗୋପାଳକୃଷ୍ଣ ପାଢ଼ୀ, ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀଙ୍କ ସମେତ ହାଡ଼ିବନ୍ଧୁ ମାଳି, ବିଜୟ କୁମାର ସାହୁ, ସ୍ବର୍ଣ୍ଣପ୍ରଭା ମିଶ୍ର, ପ୍ରମୋଦିନୀ ପଣ୍ଡା, ଡ.ସୂଚନା ପାଢ଼ୀ, ପ୍ରମିଳା ମହଲା, ଲକ୍ଷ୍ମୀପ୍ରିୟା ମାଳି, ଭିକାରୀଚରଣ ମହାପାତ୍ର, ଲଡୁକେଶ ମିଶ୍ର, ସୁବାସ ଚନ୍ଦ୍ର ସୁବୁଦ୍ଧି, ତ୍ରିନାଥ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ସଭ୍ୟାସଭ୍ୟ ଯୋଗ ଦେଇଥିଲେ । ଏଥି ସହ ପଲାସା ଭୁବନେଶ୍ୱର ଡିଏମ୍‌ୟୁ ଟ୍ରେନକୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ଇଚ୍ଛାପୁର କଟକ ମେମୋ ଟ୍ରେନ ବ୍ରହ୍ମପୁରରୁ ଚଳାଚଳ କରିବା, ବର୍ତ୍ତମାନ ବିଶାଖାପାଟଣାରୁ ଆଲ୍ଲାହାବାଦ୍‌ ସାମୟିକ ଭାବେ ଚଳାଚଳ କରୁଥିବା ଟ୍ରେନକୁ ନିତିଦିନିଆ କିମ୍ବା ସପ୍ତାହକୁ ତିନିଦିନ ଚଳାଚଳ କରିବା, ପୂର୍ବରୁ ପ୍ରସ୍ତାବିତ ବ୍ରହ୍ମପୁରରୁ ସମ୍ବଲପୁର ଭାୟା ଭଞ୍ଜନଗର-ଫୁଲବାଣୀ ରେଢାଖୋଲ ରେଳପଥ ନିର୍ମାଣ କରିବା, ବ୍ରହ୍ମପୁର ନିକଟରେ ରେଳଡବା ଧୁଆ, ସଫା ଓ ସଜଡା ସହ ଟ୍ରେନରେ ପାଣି ଭରିବା ବ୍ୟବସ୍ଥିତ କେନ୍ଦ୍ର ସ୍ଥାପନ କରିବା ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଥିଲା । ପରେ ପଦାଧିକାରୀମାନେ ଏ ସମ୍ପର୍କିତ ଏକ ଦାବିପତ୍ର ବ୍ରହ୍ମପୁର ରେଳ ପ୍ରବନ୍ଧକ ଚଣ୍ଡୀ ତ୍ରିଦେବ ପ୍ରସନ୍ନ କୁମାର ଦାସଙ୍କ ଜରିଆରେ ଖୋର୍ଦ୍ଧାରୋଡ଼ ରେଳବାଇ ଡିଭିଜନାଲ ପ୍ରବନ୍ଧକଙ୍କୁ ପ୍ରଦାନ କରିଥିଲେ । ଷ୍ଟେଶନ ପ୍ରବନ୍ଧକ ଦାସ ସ୍ମାରକପତ୍ର ଗ୍ରହଣ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସ୍ମାରକପତ୍ରର ନକଲ ଭୁବନେଶ୍ୱର ରେଳବାଇ ମହାପ୍ରବନ୍ଧକଙ୍କ ସମେତ ରେଳମନ୍ତ୍ରୀ, ଭାରତ ସରକାର ନୂଆଦିଲ୍ଲୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତି, ବ୍ରହ୍ମପୁର ଏମ୍‌ପିଙ୍କୁ ଏହାର ସମାଧାନ ପାଇଁ ପଠାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri