ଟ୍ରେଣ୍ଡି ଛତା

ବର୍ଷା ହେଉ କି ଖରା, ଛତାର ଚାହିଦା ସବୁବେଳେ ରହିଛି। ତେଣୁ ଲୋକଙ୍କ ଆବଶ୍ୟକତାକୁ ଅନୁଭବ କରି ଦିନକୁ ଦିନ ମାର୍କେଟ୍‌କୁ ନୂଆ ନୂଆ ଡିଜାଇନ୍‌ର ଛତା ବି ଆସୁଛି। ତେବେ ଏଠାରେ ଏମିତି କିଛି ଷ୍ଟାଇଲିଶ୍‌ ଛତା ସମ୍ପର୍କରେ ଉଲ୍ଲେଖ କରାଯାଇଛି, ଯାହା ବର୍ଷାଦିନେ ବର୍ଷା ପାଣିରୁ ଓ ଖରାଦିନେ ପ୍ରଖର ସୂର୍ଯ୍ୟକିରଣରୁ ଲୋକଙ୍କୁ ସୁରକ୍ଷା ଦେବା ସହ ଟ୍ରେଣ୍ଡି ମଧ୍ୟ ଲାଗିପାରୁଛି…

ୟୁଭି ରେ’ ବ୍ଲକିଂ ଅମ୍ବ୍ରେଲା: ପ୍ରଖର ସୂର୍ଯ୍ୟକିରଣରେ ଥିବା କ୍ଷତିକାରକ ୟୁଭି ରେ’ ଅନେକ ସମୟରେ ଆମ ଶରୀରରେ ବିଭିନ୍ନ ପ୍ରକାର ଚର୍ମରୋଗ ସୃଷ୍ଟି କରିଥାଏ। ହେଲେ ଏବେ ମାର୍କେଟ୍‌କୁ ଏକ ସ୍ବତନ୍ତ୍ର ଧରଣର ଛତା ଆସିଲାଣି, ଯାହା ସୂର୍ଯ୍ୟଙ୍କର ଏହି କ୍ଷତିକାରକ ରଶ୍ମିଙ୍କୁ ଆଉ ଆମ ଶରୀର ଉପରେ ପଡ଼ିବାକୁ ଦେବନାହିଁ। କାରଣ ଏହି ଛତାକୁ ଏକ ସ୍ବତନ୍ତ୍ର ସୋଲାର୍‌ଟେକ୍‌ ଫାବ୍ରିକ୍‌ ଦ୍ୱାରା ତିଆରି କରାଯାଇଛି, ଯାହା ସୂର୍ଯ୍ୟଙ୍କର ୟୁଭି ରେ’କୁ ବ୍ଲକ୍‌ କରିଥାଏ। ବିଶେଷକରି ଏହି ଛତା ଡବଲ୍‌ କୋଟେଡ୍‌ରେ ଆସିଥାଏ, ଯାହାର ଉପର ପାର୍ଶ୍ୱରେ ଗୋଟେ ରଙ୍ଗ ଆଉ ଭିତର ପାର୍ଶ୍ୱରେ ଅନ୍ୟ ଏକ ରଙ୍ଗ ରହିଥାଏ।

ସି ଥ୍ରୋ ଅମ୍ବ୍ରେଲା: ଏହା ମୁଖ୍ୟତଃ ଏକ ଟ୍ରାନ୍ସପାରେଣ୍ଟ ଛତା, ଯାହାକୁ ଯେକୌଣସି ରଙ୍ଗର ଆଉଟ୍‌ଫିଟ୍‌ ସହ କ୍ୟାରି କରିପାରିବେ। ତେବେ ଟ୍ରାନ୍ସପାରେଣ୍ଟ ହୋଇଥିବାରୁ ପ୍ରବଳ ବର୍ଷା ହେଉଥିବା ସମୟରେ ଏହା ମଧ୍ୟଦେଇ ବାହାରର ଦୃଶ୍ୟ ଦେଖିବାରେ ବହୁ ସୁବିଧା ହୋଇଥାଏ।

ହାର୍ଟ ଶେପ୍‌ ଅମ୍ବ୍ରେଲା: ରୋମାଣ୍ଟିକ୍‌ ରୋମାଣ୍ଟିକ୍‌ ଲାଗେ ଏହି ଛତାକୁ କ୍ୟାରି କଲେ। କାରଣ ଏହି ଛତାର ଶେପ୍‌ ହଁ ସେମିତି ହୋଇଥାଏ। ବିଭିନ୍ନ ରଙ୍ଗରେ ଆସୁଥିବା ହାର୍ଟଶେପ୍‌ର ଏହି ଛତା ମଧ୍ୟରୁ ଖାସ୍‌ କରି ନାଲି ରଙ୍ଗକୁ ଅନେକେ ପସନ୍ଦ କରୁଥିବା ଦେଖିବାକୁ ମିଳେ।

ପୋଲ୍‌କା ଡଟ୍‌ ପ୍ରିଣ୍ଟ ଅମ୍ବ୍ରେଲା: ପୋଲ୍‌କା ଡଟ୍‌ର ଫ୍ୟାଶନ୍‌ କେବେ ବି ପୁରୁଣା ହୁଏ ନାହିଁ। ଏହି ପ୍ରିଣ୍ଟ ଥିବା ଆଉଟ୍‌ଫିଟ୍‌ ଯେମିତି ଷ୍ଟାଇଲିଶ୍‌ ଲାଗେ, ଠିକ୍‌ ସେମିତି ଏହି ପ୍ରିଣ୍ଟର ଛତା ବି ଟ୍ରେଣ୍ଡି ଲାଗିଥାଏ। ବିଶେଷକରି ଖରାଦିନେ ଅନେକ ଯୁବତୀ ଏହାକୁ କୁଲ୍‌ ସମର୍‌ ଫ୍ୟାଶନ୍‌ ଟ୍ରେଣ୍ଡ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ।

ଫ୍ଲୋରାଲ୍‌ ଶେପ୍‌ ଅମ୍ବ୍ରେଲା: ଆଜିକାଲି ଫ୍ଲୋରାଲ୍‌ ଶେପ୍‌ବାଲା ଛତାର ଚାହିଦା ବେଶ୍‌ ରହିଥିବା ଦେଖିବାକୁ ମିଳୁଛି। ଏହା ଟ୍ରେଣ୍ଡି ବି ଲାଗୁଛି। ବିଭିନ୍ନ ରଙ୍ଗର ତଥା ବିଭିନ୍ନ ଫୁଲ୍‌ର ଡିଜାଇନ୍‌ରେ ଆସୁଥିବା ଏହି ଛତାଗୁଡ଼ିକୁ ଉଭୟ ବର୍ଷାଦିନେ ଓ ଖରାଦିନେ ମଧ୍ୟ ବ୍ୟବହାର କରିହେବ।

ଆନିମଲ୍‌ ପ୍ରିଣ୍ଟ ଅମ୍ବ୍ରେଲା: ପୋଲ୍‌କା ଡଟ୍‌ ପରି ଆନିମଲ୍‌ ପ୍ରିଣ୍ଟ ବି କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ତେଣୁ ଏହି ପ୍ରିଣ୍ଟ ଥିବା ଛତା ବି ଟ୍ରେଣ୍ଡି ଲାଗେ।

ଫ୍ରିଲ୍‌ ଅମ୍ବ୍ରେଲା: ଆଉଟ୍‌ଫିଟ୍‌ଗୁଡ଼ିକରେ ଫ୍ରିଲ୍‌ ଡିଜାଇନ୍‌ ହୋଇଥିବା ତ ଅନେକ ଦେଖିଥିବେ। ହେଲେ ଏବେ ଛତା ବି ଏହି ଡିଜାଇନ୍‌ ହୋଇ ମାର୍କେଟ୍‌ରେ ମିଳିଲାଣି, ଯାହା ଦେଖିବାକୁ ମଧ୍ୟ ଖୁବ୍‌ ସୁନ୍ଦର ଲାଗୁଛି। ଖାସ୍‌ କରି ଫ୍ରିଲ୍‌ ଡିଜାଇନ୍‌ବାଲା ଆଉଟ୍‌ଫିଟ୍‌ ସହ ଯଦି ଏହି ଛତାକୁ ବ୍ୟବହାର କରାଯାଏ, ତା’ହେଲେ ତାହା ଆକର୍ଷଣୀୟ ଓ ମ୍ୟାଚିଂ ଲୁକ୍‌ ନିଶ୍ଚୟ ଦେବ।

ଗଗଲ୍ସ ଅମ୍ବ୍ରେଲା: ଗଗଲ୍ସ ବା ଚଷମା। ଚଷମା ଡିଜାଇନ୍‌ ଥିବା ଏହି ଛତାକୁ ଧରିଲେ ଅନେକ ସୁବିଧା ହୋଇଥାଏ। ଯଥା ଖରା କିମ୍ବା ବର୍ଷା ଦିନେ ଏହାକୁ ଧରି ଯିବାବେଳେ ଛତାରେ ଥିବା ଏହି ଚଷମା ଡିଜାଇନ୍‌କୁ ଆଖି ସାମ୍‌ନାରେ ରଖିଲେ ବାହାରର ଦୃଶ୍ୟକୁ ଆରାମରେ ଦେଖିହୁଏ। କାରଣ ଏହି ଚଷମାର ଡିଜାଇନ୍‌ ଟ୍ରାନ୍ସପାରେଣ୍ଟ ହୋଇଥାଏ। ଫଳରେ ଆଉ ଛତାକୁ ଆଖି ଉପରକୁ ଟେକିବାକୁ ପଡେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri