ଟ୍ରେଣ୍ଡି ଛତା

ବର୍ଷା ହେଉ କି ଖରା, ଛତାର ଚାହିଦା ସବୁବେଳେ ରହିଛି। ତେଣୁ ଲୋକଙ୍କ ଆବଶ୍ୟକତାକୁ ଅନୁଭବ କରି ଦିନକୁ ଦିନ ମାର୍କେଟ୍‌କୁ ନୂଆ ନୂଆ ଡିଜାଇନ୍‌ର ଛତା ବି ଆସୁଛି। ତେବେ ଏଠାରେ ଏମିତି କିଛି ଷ୍ଟାଇଲିଶ୍‌ ଛତା ସମ୍ପର୍କରେ ଉଲ୍ଲେଖ କରାଯାଇଛି, ଯାହା ବର୍ଷାଦିନେ ବର୍ଷା ପାଣିରୁ ଓ ଖରାଦିନେ ପ୍ରଖର ସୂର୍ଯ୍ୟକିରଣରୁ ଲୋକଙ୍କୁ ସୁରକ୍ଷା ଦେବା ସହ ଟ୍ରେଣ୍ଡି ମଧ୍ୟ ଲାଗିପାରୁଛି…

ୟୁଭି ରେ’ ବ୍ଲକିଂ ଅମ୍ବ୍ରେଲା: ପ୍ରଖର ସୂର୍ଯ୍ୟକିରଣରେ ଥିବା କ୍ଷତିକାରକ ୟୁଭି ରେ’ ଅନେକ ସମୟରେ ଆମ ଶରୀରରେ ବିଭିନ୍ନ ପ୍ରକାର ଚର୍ମରୋଗ ସୃଷ୍ଟି କରିଥାଏ। ହେଲେ ଏବେ ମାର୍କେଟ୍‌କୁ ଏକ ସ୍ବତନ୍ତ୍ର ଧରଣର ଛତା ଆସିଲାଣି, ଯାହା ସୂର୍ଯ୍ୟଙ୍କର ଏହି କ୍ଷତିକାରକ ରଶ୍ମିଙ୍କୁ ଆଉ ଆମ ଶରୀର ଉପରେ ପଡ଼ିବାକୁ ଦେବନାହିଁ। କାରଣ ଏହି ଛତାକୁ ଏକ ସ୍ବତନ୍ତ୍ର ସୋଲାର୍‌ଟେକ୍‌ ଫାବ୍ରିକ୍‌ ଦ୍ୱାରା ତିଆରି କରାଯାଇଛି, ଯାହା ସୂର୍ଯ୍ୟଙ୍କର ୟୁଭି ରେ’କୁ ବ୍ଲକ୍‌ କରିଥାଏ। ବିଶେଷକରି ଏହି ଛତା ଡବଲ୍‌ କୋଟେଡ୍‌ରେ ଆସିଥାଏ, ଯାହାର ଉପର ପାର୍ଶ୍ୱରେ ଗୋଟେ ରଙ୍ଗ ଆଉ ଭିତର ପାର୍ଶ୍ୱରେ ଅନ୍ୟ ଏକ ରଙ୍ଗ ରହିଥାଏ।

ସି ଥ୍ରୋ ଅମ୍ବ୍ରେଲା: ଏହା ମୁଖ୍ୟତଃ ଏକ ଟ୍ରାନ୍ସପାରେଣ୍ଟ ଛତା, ଯାହାକୁ ଯେକୌଣସି ରଙ୍ଗର ଆଉଟ୍‌ଫିଟ୍‌ ସହ କ୍ୟାରି କରିପାରିବେ। ତେବେ ଟ୍ରାନ୍ସପାରେଣ୍ଟ ହୋଇଥିବାରୁ ପ୍ରବଳ ବର୍ଷା ହେଉଥିବା ସମୟରେ ଏହା ମଧ୍ୟଦେଇ ବାହାରର ଦୃଶ୍ୟ ଦେଖିବାରେ ବହୁ ସୁବିଧା ହୋଇଥାଏ।

ହାର୍ଟ ଶେପ୍‌ ଅମ୍ବ୍ରେଲା: ରୋମାଣ୍ଟିକ୍‌ ରୋମାଣ୍ଟିକ୍‌ ଲାଗେ ଏହି ଛତାକୁ କ୍ୟାରି କଲେ। କାରଣ ଏହି ଛତାର ଶେପ୍‌ ହଁ ସେମିତି ହୋଇଥାଏ। ବିଭିନ୍ନ ରଙ୍ଗରେ ଆସୁଥିବା ହାର୍ଟଶେପ୍‌ର ଏହି ଛତା ମଧ୍ୟରୁ ଖାସ୍‌ କରି ନାଲି ରଙ୍ଗକୁ ଅନେକେ ପସନ୍ଦ କରୁଥିବା ଦେଖିବାକୁ ମିଳେ।

ପୋଲ୍‌କା ଡଟ୍‌ ପ୍ରିଣ୍ଟ ଅମ୍ବ୍ରେଲା: ପୋଲ୍‌କା ଡଟ୍‌ର ଫ୍ୟାଶନ୍‌ କେବେ ବି ପୁରୁଣା ହୁଏ ନାହିଁ। ଏହି ପ୍ରିଣ୍ଟ ଥିବା ଆଉଟ୍‌ଫିଟ୍‌ ଯେମିତି ଷ୍ଟାଇଲିଶ୍‌ ଲାଗେ, ଠିକ୍‌ ସେମିତି ଏହି ପ୍ରିଣ୍ଟର ଛତା ବି ଟ୍ରେଣ୍ଡି ଲାଗିଥାଏ। ବିଶେଷକରି ଖରାଦିନେ ଅନେକ ଯୁବତୀ ଏହାକୁ କୁଲ୍‌ ସମର୍‌ ଫ୍ୟାଶନ୍‌ ଟ୍ରେଣ୍ଡ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ।

ଫ୍ଲୋରାଲ୍‌ ଶେପ୍‌ ଅମ୍ବ୍ରେଲା: ଆଜିକାଲି ଫ୍ଲୋରାଲ୍‌ ଶେପ୍‌ବାଲା ଛତାର ଚାହିଦା ବେଶ୍‌ ରହିଥିବା ଦେଖିବାକୁ ମିଳୁଛି। ଏହା ଟ୍ରେଣ୍ଡି ବି ଲାଗୁଛି। ବିଭିନ୍ନ ରଙ୍ଗର ତଥା ବିଭିନ୍ନ ଫୁଲ୍‌ର ଡିଜାଇନ୍‌ରେ ଆସୁଥିବା ଏହି ଛତାଗୁଡ଼ିକୁ ଉଭୟ ବର୍ଷାଦିନେ ଓ ଖରାଦିନେ ମଧ୍ୟ ବ୍ୟବହାର କରିହେବ।

ଆନିମଲ୍‌ ପ୍ରିଣ୍ଟ ଅମ୍ବ୍ରେଲା: ପୋଲ୍‌କା ଡଟ୍‌ ପରି ଆନିମଲ୍‌ ପ୍ରିଣ୍ଟ ବି କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ତେଣୁ ଏହି ପ୍ରିଣ୍ଟ ଥିବା ଛତା ବି ଟ୍ରେଣ୍ଡି ଲାଗେ।

ଫ୍ରିଲ୍‌ ଅମ୍ବ୍ରେଲା: ଆଉଟ୍‌ଫିଟ୍‌ଗୁଡ଼ିକରେ ଫ୍ରିଲ୍‌ ଡିଜାଇନ୍‌ ହୋଇଥିବା ତ ଅନେକ ଦେଖିଥିବେ। ହେଲେ ଏବେ ଛତା ବି ଏହି ଡିଜାଇନ୍‌ ହୋଇ ମାର୍କେଟ୍‌ରେ ମିଳିଲାଣି, ଯାହା ଦେଖିବାକୁ ମଧ୍ୟ ଖୁବ୍‌ ସୁନ୍ଦର ଲାଗୁଛି। ଖାସ୍‌ କରି ଫ୍ରିଲ୍‌ ଡିଜାଇନ୍‌ବାଲା ଆଉଟ୍‌ଫିଟ୍‌ ସହ ଯଦି ଏହି ଛତାକୁ ବ୍ୟବହାର କରାଯାଏ, ତା’ହେଲେ ତାହା ଆକର୍ଷଣୀୟ ଓ ମ୍ୟାଚିଂ ଲୁକ୍‌ ନିଶ୍ଚୟ ଦେବ।

ଗଗଲ୍ସ ଅମ୍ବ୍ରେଲା: ଗଗଲ୍ସ ବା ଚଷମା। ଚଷମା ଡିଜାଇନ୍‌ ଥିବା ଏହି ଛତାକୁ ଧରିଲେ ଅନେକ ସୁବିଧା ହୋଇଥାଏ। ଯଥା ଖରା କିମ୍ବା ବର୍ଷା ଦିନେ ଏହାକୁ ଧରି ଯିବାବେଳେ ଛତାରେ ଥିବା ଏହି ଚଷମା ଡିଜାଇନ୍‌କୁ ଆଖି ସାମ୍‌ନାରେ ରଖିଲେ ବାହାରର ଦୃଶ୍ୟକୁ ଆରାମରେ ଦେଖିହୁଏ। କାରଣ ଏହି ଚଷମାର ଡିଜାଇନ୍‌ ଟ୍ରାନ୍ସପାରେଣ୍ଟ ହୋଇଥାଏ। ଫଳରେ ଆଉ ଛତାକୁ ଆଖି ଉପରକୁ ଟେକିବାକୁ ପଡେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ନିଦ ହେଉନି କି? ଶୋଇବା ପୂର୍ବରୁ କରନ୍ତୁ ଏହି କାମ…

ଆଜିକାଲି ବହୁତ ଲୋକ ଅନିଦ୍ରାରେ ପୀଡ଼ିତ। ବିଳମ୍ବିତ ରାତିରେ ଚେଇଁବା, ବାରମ୍ବାର ଉଠିବା ଏବଂ ସକାଳେ କ୍ଳାନ୍ତ ଅନୁଭବ କରିବା ଏକ ସାଧାରଣ କଥା ହୋଇଗଲାଣି। ସ୍ବାସ୍ଥ୍ୟ…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ଘାତକ ଭୂତାଣୁ ଇବୋଲା

ଆମମାନଙ୍କୁ ଅନେକ ପ୍ରକାର ସଂକ୍ରମଣ ହୋଇଥାଏ। କେତେକ ସାମାନ୍ୟ କ୍ଷତିକାରକ ହୋଇଥିବା ବେଳେ ଆଉ କେତେକ ଗୁରୁତର ଓ ଅତ୍ୟନ୍ତ ଗୁରୁତର ହୋଇଥାଆନ୍ତି। ଜୀବାଣୁ, ପରଜୀବୀ, ଫଙ୍ଗସ୍‌,…

ଏଙ୍ଗ୍‌ଜାଇଟିର ଲକ୍ଷଣ ଓ ଉପଚାର

ଆମ ସମସ୍ତଙ୍କର ମନ ବେଳେବେଳେ ବ୍ୟସ୍ତ, ବିବ୍ରତ, ବିଚଳିତ ଓ ଅସ୍ଥିର ରହିଥାଏ। ଏହା ମୁଖ୍ୟତଃ କେତେକ କଠିନ ଓ ଚିନ୍ତାଜନକ ପରିସ୍ଥିତିରେ ଦେଖାଯାଇଥାଏ। ଯେତେବେଳେ ପରିସ୍ଥିତି…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

କାଲିଠୁ ନୌତପ ଆରମ୍ଭ; ତୁଳା ରାଶି ସମେତ ୪ରାଶିର ଫିଟିବ ଭାଗ୍ୟ, ଧନଲାଭ…

ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବା ସମୟରେ ନୌତପ ଆରମ୍ଭ ହୁଏ। ନୌତପ ସମୟରେ, ନଅ ଦିନ ପ୍ରବଳ ଗରମ ସହ୍ୟ କରିବାକୁ ପଡ଼ିଥାଏ। ନୌତପ ମେ…

କାଲିଠାରୁ ୯ଦିନ ପ୍ରଚଣ୍ଡ ଖରା; ହେଲେ ୪ ରାଶିଙ୍କ ଉପରେ ହେବ ଧନର ବର୍ଷା…!

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା। ସୂର୍ଯ୍ୟଦେବ ପ୍ରତିମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି, ମାତ୍ର…

ସାବଧାନ! ଆପଣ ବି ଦିନରାତି AC ଚଲାଉଛନ୍ତି କି? ଫାଟିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ନୂଆଦିଲ୍ଲୀ,୨୪।୫: ରାଜ୍ୟ ତଥା ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri