ଟ୍ରେଣ୍ଡି ଓ୍ବିଣ୍ଟର ଫ୍ୟାଶନ

ଶୀତଦିନେ କେଉଁଭଳି ନିଜକୁ ସଜାଇଲେ ଶୀତରୁ ରକ୍ଷା  ପାଇବା ସହ ଷ୍ଟାଇଲିଶ୍‌ ଲାଗିବେ, ସେ ନେଇ ଅନେକଙ୍କର ଚିନ୍ତା ବଢିଯାଇଥାଏ। ହେଲେ ଏବେ ତ ମାର୍କେଟ୍‌କୁ ଅନେକ ଭେରାଇଟିର ଆକର୍ଷଣୀୟ ଶୀତବସ୍ତ୍ର ସାଙ୍ଗକୁ ଷ୍ଟାଇଲିଶ୍‌ ଓ୍ବିଣ୍ଟର୍‌ କ୍ୟାପ୍‌ ଓ ଟ୍ରେଣ୍ଡି ଫୁଟ୍‌ଓ୍ବେର୍‌ ସବୁ ଆସିଗଲାଣି, ଯାହାକୁ ପିନ୍ଧି ଯେ କେହି ବି ସୁନ୍ଦର ଲାଗିପାରିବେ। ଆସନ୍ତୁ ଜାଣିବା ସେ ନେଇ କିଛି ସହଜ ଟିପ୍ସ…

ଜମ୍ପସୁଟ୍‌ ସହ ଶ୍ରଗ୍‌: ଶୀତଦିନେ ଷ୍ଟାଇଲିଶ୍‌ ଲୁକ୍‌ ସହିତ କମ୍ଫର୍ଟେବଲ୍‌ ଉପରେ ବିଶେଷ ଧ୍ୟାନ ଦେଉଥିବା ଯୁବତୀମାନେ ଚାହିଁଲେ ଜମ୍ପସୁଟ୍‌ ସହ ଶ୍ରଗ୍‌କୁ ମ୍ୟାଚିଂ କରି ପିନ୍ଧିପାରିବେ। ଏହାକୁ ପିନ୍ଧିଲେ ଶୀତରୁ ରକ୍ଷା ମିଳିବା ସହ ମନ ଭିତରେ କନ୍‌ଫିଡେଣ୍ଟ ଲେଭଲ୍‌ ବଢିଗଲା ଭଳି ଅନୁଭବ ହୋଇଥାଏ। ଖାସ୍‌ କରି ସାଙ୍ଗମାନଙ୍କ ସହ ଆଉଟିଂରେ ଗଲାବେଳେ ଏହାକୁ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।

ହୁଡେଡ୍‌ ଟି-ଶାର୍ଟ: ଶୀତଦିନେ ଦିନବେଳା ହେଉଥିବା ହାଲ୍‌କା ହାଲ୍‌କା ଥଣ୍ଡାରେ ହୁଡେଡ୍‌ ଟି-ଶାର୍ଟ ପିନ୍ଧିଲେ ବେଶ୍‌ ଆରାମ ଲାଗିଥାଏ। ଏହାର ଉଭୟ ପ୍ଲେନ୍‌ ଓ ଚେକ୍‌ ଷ୍ଟାଇଲ୍‌ ଟି-ଶାର୍ଟ ଦେଖିବାକୁ ଯେମିତି ସୁନ୍ଦର ଲାଗେ, ପିନ୍ଧିଲେ ସେମିତି ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳେ। ଏହାକୁ ଉଭୟ ଅଫିସ୍‌ ହେଉ କିମ୍ବା ସାଙ୍ଗମାନଙ୍କ ସହ ବୁଲିବାକୁ ଗଲାବେଳେ ପିନ୍ଧାଯାଇପାରେ। ସେହିପରି ଲୁକ୍‌କୁ ଆଉ ଟିକେ ଆକର୍ଷଣୀୟ କରିବାକୁ ଚାହୁଁଥିଲେ, ଏହା ସହିତ ଷ୍ଟାଇଲିଶ୍‌ ସନ୍‌ଗ୍ଲାସ୍‌ ବି ଟ୍ରାଏ କରିପାରିବେ। ଆଉ ସବୁଠୁ ଖାସ୍‌ କଥା ହେଉଛି ଉଭୟ ମହିଳା ଓ ପୁରୁଷମାନଙ୍କ ପାଇଁ ଭିନ୍ନ ଭିନ୍ନ ଡିଜାଇନ୍‌ର ହୁଡେଡ୍‌ ଟି-ଶାର୍ଟ ଏବେ ମାର୍କେଟ୍‌ରେ ଉପଲବ୍ଧ ହେଲାଣି।

କ୍ରପ୍‌ ଷ୍ଟାଇଲ୍‌ କାର୍ଡିଗନ୍‌: ଏହାକୁ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିଲେ ଯେମିତି ସୁନ୍ଦର ଲାଗିଥାଏ, ଠିକ୍‌ ସେମିତି ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହିତ ଏହାକୁ ପିନ୍ଧିଲେ ଡିଫରେଣ୍ଟ ଲୁକ୍‌ ମିଳିଥାଏ। ଖାସ୍‌ କରି ହାଲ୍‌କା ରଙ୍ଗରେ ଆସୁଥିବା କ୍ରପ୍‌ ଷ୍ଟାଇଲ୍‌ କାର୍ଡିଗନ୍‌କୁ ଟ୍ରାଉଜର୍ସ କିମ୍ବା ଜିନ୍ସ ସହ ପେୟାର୍‌ କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିବା ସହ ଶୀତରୁ ରକ୍ଷା ମିଳିଥାଏ।

ଅଲ୍‌ ଟାଇମ୍‌ ହିଟ୍‌ ସ୍ବେଟର୍‌: ଶୀତଦିନେ ଶର୍ଟ ଷ୍ଟାଇଲ୍‌ ସ୍ବେଟର୍‌ଠାରୁ ଆରମ୍ଭ କରି ଓଭର୍‌ ସାଇଜ୍‌ ସ୍ବେଟର୍‌ ପର୍ଯ୍ୟନ୍ତ ଖୁବ୍‌ ଡିମାଣ୍ଡ ରହିଥାଏ। ସମୟାନୁସାରେ ଫ୍ୟାଶନ୍‌ ଟ୍ରେଣ୍ଡରେ ଅନେକ ପରିବର୍ତ୍ତନ ଆସୁଥିଲେ ବି ସ୍ବେଟର୍‌ର ଚାହିଦା କେବେ ବି କମେ ନାହିଁ। ଖାସ୍‌ ସେଥିପାଇଁ ପ୍ରତିବର୍ଷ ଶୀତଦିନେ ମାର୍କେଟ୍‌ରେ କେତେ ଆକର୍ଷଣୀୟ ଡିଜାଇନ୍‌ର ସ୍ବେଟର୍‌ ବିକ୍ରି ହୋଇଥାଏ, ଯାହାକୁ ଉଭୟ ଓ୍ବେଷ୍ଟର୍ନ ଓ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିହୁଏ।

ଓ୍ବିଣ୍ଟର କ୍ୟାପ୍‌: ଶୀତଦିନେ ଷ୍ଟାଇଲିଶ୍‌ ଲୁକ୍‌ ସହ ଶରୀରକୁ ଶୀତଦାଉରୁ ରକ୍ଷା କରିବା ପାଇଁ କେବଳ ଆକର୍ଷଣୀୟ ଆଉଟ୍‌ଫିଟ୍‌ କିମ୍ବା ଓ୍ବିଣ୍ଟର ଓ୍ବେର୍‌ ପିନ୍ଧିଦେଲେ ତ ହେବନି, ମୁଣ୍ଡକୁ ସୁରକ୍ଷା ଦେବା ପାଇଁ ଓ୍ବିଣ୍ଟର୍‌ କ୍ୟାପ୍‌ର ବି ଆବଶ୍ୟକତା ପଡିବ। ଖାସ୍‌କରି ବେନି କ୍ୟାପ୍‌, କଲର୍‌-ବ୍ଲକ୍‌ ଫେଡୋରା କ୍ୟାପ୍‌, ପମ୍‌ ପମ୍‌ କ୍ୟାପ୍‌, ଲେଦର୍‌ ଷ୍ଟାଇଲ୍‌ ଫାବ୍ରିକ୍‌ କ୍ୟାପ୍‌ ଭଳି ଟ୍ରେଣ୍ଡି ଓ୍ବିଣ୍ଟର୍‌ କ୍ୟାପ୍‌ର ଏବେ ଖୁବ୍‌ ଚାହିଦା ଥିବା ଦେଖିବାକୁ ମିଳୁଛି।

ଓ୍ବିଣ୍ଟର ଫୁଟ୍‌ଓ୍ବେର୍‌: ଦେହ ଓ ମୁଣ୍ଡ ସହ ଶୀତଦାଉରୁ ପାଦକୁ ସୁରକ୍ଷା ଦେବା ପାଇଁ ବି ମାର୍କେଟ୍‌ରେ ଏବେ ଅନେକ ଭେରାଇଟିର ଓ୍ବିଣ୍ଟର୍‌ ଫୁଟ୍‌ଓ୍ବେର୍‌ ମିଳୁଛି। ଯେମିତିକି: ସ୍ନିକର୍ସ, ଆଙ୍କେଲ୍‌ ବୁଟ୍‌, ଓ୍ବେଦରପ୍ରୁଫ୍‌ ବୁଟ୍‌, ରାଇଡିଂ ବୁଟ୍‌ ଇତ୍ୟାଦି। ଯୁବତୀମାନେ ଚାହିଁଲେ ଏହିସବୁ ଫୁଟଓ୍ବେର୍‌କୁ ଟ୍ରାଏ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇବା ସହ ଶୀତଦାଉରୁ ପାଦକୁ ସୁରକ୍ଷା ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri