ଟ୍ରେଣ୍ଡି ଓ୍ବିଣ୍ଟର ଫ୍ୟାଶନ

ଶୀତଦିନେ କେଉଁଭଳି ନିଜକୁ ସଜାଇଲେ ଶୀତରୁ ରକ୍ଷା  ପାଇବା ସହ ଷ୍ଟାଇଲିଶ୍‌ ଲାଗିବେ, ସେ ନେଇ ଅନେକଙ୍କର ଚିନ୍ତା ବଢିଯାଇଥାଏ। ହେଲେ ଏବେ ତ ମାର୍କେଟ୍‌କୁ ଅନେକ ଭେରାଇଟିର ଆକର୍ଷଣୀୟ ଶୀତବସ୍ତ୍ର ସାଙ୍ଗକୁ ଷ୍ଟାଇଲିଶ୍‌ ଓ୍ବିଣ୍ଟର୍‌ କ୍ୟାପ୍‌ ଓ ଟ୍ରେଣ୍ଡି ଫୁଟ୍‌ଓ୍ବେର୍‌ ସବୁ ଆସିଗଲାଣି, ଯାହାକୁ ପିନ୍ଧି ଯେ କେହି ବି ସୁନ୍ଦର ଲାଗିପାରିବେ। ଆସନ୍ତୁ ଜାଣିବା ସେ ନେଇ କିଛି ସହଜ ଟିପ୍ସ…

ଜମ୍ପସୁଟ୍‌ ସହ ଶ୍ରଗ୍‌: ଶୀତଦିନେ ଷ୍ଟାଇଲିଶ୍‌ ଲୁକ୍‌ ସହିତ କମ୍ଫର୍ଟେବଲ୍‌ ଉପରେ ବିଶେଷ ଧ୍ୟାନ ଦେଉଥିବା ଯୁବତୀମାନେ ଚାହିଁଲେ ଜମ୍ପସୁଟ୍‌ ସହ ଶ୍ରଗ୍‌କୁ ମ୍ୟାଚିଂ କରି ପିନ୍ଧିପାରିବେ। ଏହାକୁ ପିନ୍ଧିଲେ ଶୀତରୁ ରକ୍ଷା ମିଳିବା ସହ ମନ ଭିତରେ କନ୍‌ଫିଡେଣ୍ଟ ଲେଭଲ୍‌ ବଢିଗଲା ଭଳି ଅନୁଭବ ହୋଇଥାଏ। ଖାସ୍‌ କରି ସାଙ୍ଗମାନଙ୍କ ସହ ଆଉଟିଂରେ ଗଲାବେଳେ ଏହାକୁ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।

ହୁଡେଡ୍‌ ଟି-ଶାର୍ଟ: ଶୀତଦିନେ ଦିନବେଳା ହେଉଥିବା ହାଲ୍‌କା ହାଲ୍‌କା ଥଣ୍ଡାରେ ହୁଡେଡ୍‌ ଟି-ଶାର୍ଟ ପିନ୍ଧିଲେ ବେଶ୍‌ ଆରାମ ଲାଗିଥାଏ। ଏହାର ଉଭୟ ପ୍ଲେନ୍‌ ଓ ଚେକ୍‌ ଷ୍ଟାଇଲ୍‌ ଟି-ଶାର୍ଟ ଦେଖିବାକୁ ଯେମିତି ସୁନ୍ଦର ଲାଗେ, ପିନ୍ଧିଲେ ସେମିତି ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳେ। ଏହାକୁ ଉଭୟ ଅଫିସ୍‌ ହେଉ କିମ୍ବା ସାଙ୍ଗମାନଙ୍କ ସହ ବୁଲିବାକୁ ଗଲାବେଳେ ପିନ୍ଧାଯାଇପାରେ। ସେହିପରି ଲୁକ୍‌କୁ ଆଉ ଟିକେ ଆକର୍ଷଣୀୟ କରିବାକୁ ଚାହୁଁଥିଲେ, ଏହା ସହିତ ଷ୍ଟାଇଲିଶ୍‌ ସନ୍‌ଗ୍ଲାସ୍‌ ବି ଟ୍ରାଏ କରିପାରିବେ। ଆଉ ସବୁଠୁ ଖାସ୍‌ କଥା ହେଉଛି ଉଭୟ ମହିଳା ଓ ପୁରୁଷମାନଙ୍କ ପାଇଁ ଭିନ୍ନ ଭିନ୍ନ ଡିଜାଇନ୍‌ର ହୁଡେଡ୍‌ ଟି-ଶାର୍ଟ ଏବେ ମାର୍କେଟ୍‌ରେ ଉପଲବ୍ଧ ହେଲାଣି।

କ୍ରପ୍‌ ଷ୍ଟାଇଲ୍‌ କାର୍ଡିଗନ୍‌: ଏହାକୁ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିଲେ ଯେମିତି ସୁନ୍ଦର ଲାଗିଥାଏ, ଠିକ୍‌ ସେମିତି ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହିତ ଏହାକୁ ପିନ୍ଧିଲେ ଡିଫରେଣ୍ଟ ଲୁକ୍‌ ମିଳିଥାଏ। ଖାସ୍‌ କରି ହାଲ୍‌କା ରଙ୍ଗରେ ଆସୁଥିବା କ୍ରପ୍‌ ଷ୍ଟାଇଲ୍‌ କାର୍ଡିଗନ୍‌କୁ ଟ୍ରାଉଜର୍ସ କିମ୍ବା ଜିନ୍ସ ସହ ପେୟାର୍‌ କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିବା ସହ ଶୀତରୁ ରକ୍ଷା ମିଳିଥାଏ।

ଅଲ୍‌ ଟାଇମ୍‌ ହିଟ୍‌ ସ୍ବେଟର୍‌: ଶୀତଦିନେ ଶର୍ଟ ଷ୍ଟାଇଲ୍‌ ସ୍ବେଟର୍‌ଠାରୁ ଆରମ୍ଭ କରି ଓଭର୍‌ ସାଇଜ୍‌ ସ୍ବେଟର୍‌ ପର୍ଯ୍ୟନ୍ତ ଖୁବ୍‌ ଡିମାଣ୍ଡ ରହିଥାଏ। ସମୟାନୁସାରେ ଫ୍ୟାଶନ୍‌ ଟ୍ରେଣ୍ଡରେ ଅନେକ ପରିବର୍ତ୍ତନ ଆସୁଥିଲେ ବି ସ୍ବେଟର୍‌ର ଚାହିଦା କେବେ ବି କମେ ନାହିଁ। ଖାସ୍‌ ସେଥିପାଇଁ ପ୍ରତିବର୍ଷ ଶୀତଦିନେ ମାର୍କେଟ୍‌ରେ କେତେ ଆକର୍ଷଣୀୟ ଡିଜାଇନ୍‌ର ସ୍ବେଟର୍‌ ବିକ୍ରି ହୋଇଥାଏ, ଯାହାକୁ ଉଭୟ ଓ୍ବେଷ୍ଟର୍ନ ଓ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିହୁଏ।

ଓ୍ବିଣ୍ଟର କ୍ୟାପ୍‌: ଶୀତଦିନେ ଷ୍ଟାଇଲିଶ୍‌ ଲୁକ୍‌ ସହ ଶରୀରକୁ ଶୀତଦାଉରୁ ରକ୍ଷା କରିବା ପାଇଁ କେବଳ ଆକର୍ଷଣୀୟ ଆଉଟ୍‌ଫିଟ୍‌ କିମ୍ବା ଓ୍ବିଣ୍ଟର ଓ୍ବେର୍‌ ପିନ୍ଧିଦେଲେ ତ ହେବନି, ମୁଣ୍ଡକୁ ସୁରକ୍ଷା ଦେବା ପାଇଁ ଓ୍ବିଣ୍ଟର୍‌ କ୍ୟାପ୍‌ର ବି ଆବଶ୍ୟକତା ପଡିବ। ଖାସ୍‌କରି ବେନି କ୍ୟାପ୍‌, କଲର୍‌-ବ୍ଲକ୍‌ ଫେଡୋରା କ୍ୟାପ୍‌, ପମ୍‌ ପମ୍‌ କ୍ୟାପ୍‌, ଲେଦର୍‌ ଷ୍ଟାଇଲ୍‌ ଫାବ୍ରିକ୍‌ କ୍ୟାପ୍‌ ଭଳି ଟ୍ରେଣ୍ଡି ଓ୍ବିଣ୍ଟର୍‌ କ୍ୟାପ୍‌ର ଏବେ ଖୁବ୍‌ ଚାହିଦା ଥିବା ଦେଖିବାକୁ ମିଳୁଛି।

ଓ୍ବିଣ୍ଟର ଫୁଟ୍‌ଓ୍ବେର୍‌: ଦେହ ଓ ମୁଣ୍ଡ ସହ ଶୀତଦାଉରୁ ପାଦକୁ ସୁରକ୍ଷା ଦେବା ପାଇଁ ବି ମାର୍କେଟ୍‌ରେ ଏବେ ଅନେକ ଭେରାଇଟିର ଓ୍ବିଣ୍ଟର୍‌ ଫୁଟ୍‌ଓ୍ବେର୍‌ ମିଳୁଛି। ଯେମିତିକି: ସ୍ନିକର୍ସ, ଆଙ୍କେଲ୍‌ ବୁଟ୍‌, ଓ୍ବେଦରପ୍ରୁଫ୍‌ ବୁଟ୍‌, ରାଇଡିଂ ବୁଟ୍‌ ଇତ୍ୟାଦି। ଯୁବତୀମାନେ ଚାହିଁଲେ ଏହିସବୁ ଫୁଟଓ୍ବେର୍‌କୁ ଟ୍ରାଏ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇବା ସହ ଶୀତଦାଉରୁ ପାଦକୁ ସୁରକ୍ଷା ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ-ଶନିଙ୍କ କେନ୍ଦ୍ରଯୋଗ; ୪ ରାଶିଙ୍କ ଭଲଦିନ ଆରମ୍ଭ, ବଢିବ ଅପର୍ଯ୍ୟାପ୍ତ ଧନ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର, ୨୦୨୬ ଠାରୁ, ମଙ୍ଗଳ ଏବଂ ଶନି ପରସ୍ପରଠାରୁ ୯୦ ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ କେନ୍ଦ୍ର…

ଡିସେମ୍ବର ପର୍ଯ୍ୟନ୍ତ ଏହି ୩ ରାଶି ଉପରେ ରାହୁ-କେତୁଙ୍କ ନଜର, ହୋଇପାରେ ବଡ଼ କ୍ଷତି!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ବୋଲି ମନେ କରାଯାଏ। ଯଦିଓ ଏମାନଙ୍କୁ ଛାୟା ଗ୍ରହ କୁହାଯାଏ, ତଥାପି ଜାତକଙ୍କ ଜୀବନରେ ଏହାର…

ସାବଧାନ ରୁହନ୍ତୁ ଏହି ୩ ରାଶି: ସୂର୍ଯ୍ୟଙ୍କ ଉପରେ କେତୁଙ୍କ ଛାୟା, ମାଡିଆସୁଛି ବଡ଼ ସଙ୍କଟ!

ଜ୍ୟୋତିଷ ଅନୁସାରେ ସିଂହ ରାଶିରେ ସୂର୍ଯ୍ୟ ଏବଂ କେତୁଙ୍କ ଯୁତି ଯୋଗୁ କିଛି ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡ଼ିପାରେ। ସୂର୍ଯ୍ୟଙ୍କ ଉପରେ କେତୁଙ୍କ ଛାୟା ରହିବ।…

ଶନି-ରାହୁଙ୍କ ମାୟାଜାଲରେ ଫସିବେ ଚନ୍ଦ୍ର, ୪ ରାଶିଙ୍କ ଜୀବନରେ ଲାଗିବ ଗ୍ରହଣ; ଶନିଦଶା ଠୁ ଭୟଙ୍କର ବିପଦରେ ପଡିବେ…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ଗ୍ରହଣ ସକାଳ ୦୬:୫୩ ରୁ ମଧ୍ୟାହ୍ନ ୧୨:୩୧ ପର୍ଯ୍ୟନ୍ତ (ମୋଟ ଅବଧି: ୫ ଘଣ୍ଟା…

ସକାଳୁ ଆଖି ଖୋଲିବା ମାତ୍ରେ ଦେଖୁଛନ୍ତି କି ମୋବାଇଲ? ପଡ଼ିପାରେ ଭାରି! ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ

ସକାଳୁ ଆଖି ଖୋଲିବା ମାତ୍ରେ ଆପଣ ମୋବାଇଲ ଉଠାଇଲେ। ସାମ୍ନାରେ ଏମିତି ଏକ ମେସେଜ ଥିଲା, ଯାହା ଆପଣଙ୍କୁ ଠିକ ଲାଗିଲା ନାହିଁ। ଅଧିକ ଚିନ୍ତା ନକରି…

ଆଶ୍ଳେଷା ନକ୍ଷତ୍ରରେ ପ୍ରବେଶ କଲେ ଦେବଗୁରୁ ବୃହସ୍ପତି: ଏହି ୪ ରାଶିଙ୍କ ଭାଗ୍ୟ ହେବ ଉଜ୍ଜ୍ୱଳ, ହେବେ ମାଲାମାଲ

ଗୁରୁ ଗ୍ରହ ବୁଧଙ୍କ ନକ୍ଷତ୍ରରେ ରହିବା ଯୋଗୁ କ୍ୟାରିୟର, ଚାକିରି, ବ୍ୟବସାୟ ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ। ଜ୍ୟୋତିଷ ଅନୁସାରେ ଗୁରୁ ଗ୍ରହଙ୍କୁ ଜ୍ଞାନ ଏବଂ…

ଆଜି ଶୁଭ ଗ୍ରହଯୋଗ ସୃଷ୍ଟି: ମେଷ ସମେତ ୫ ରାଶିଙ୍କୁ ମିଳିପାରେ ବଡ଼ ଧନଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଦୃଷ୍ଟିରୁ ୧୯ ଅଗଷ୍ଟ ୨୦୨୬ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ସପ୍ତମୀ ତିଥି ରହିବ ଏବଂ ବୁଧବାର ହେବ। ସନ୍ଧ୍ୟା…

ଶୁକ୍ର-ଶନିଙ୍କ ବଡ଼ ଯୋଗ: ଏହି ୪ ରାଶି ପାଇଁ ସୁବର୍ଣ୍ଣ ସୁଯୋଗ, ଘଟିବ ଏଭଳି ଯାହା କେବେ…

ଶୁକ୍ର ଗ୍ରହ ଏବଂ ଶନି ଗ୍ରହ ୨୧ ଅଗଷ୍ଟ ୨୦୨୬, ଶୁକ୍ରବାର ସନ୍ଧ୍ୟା ୬ଟା ୧୦ ମିନିଟରେ ପରସ୍ପର ୧୮୦ ଡିଗ୍ରୀରେ ଅବସ୍ଥାନ କରିବେ। ଏହି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri