ଟ୍ରେଣ୍ଡରେ ପଫ୍‌ ସ୍ଲିଭ୍‌ ଫ୍ୟାଶନ

ପଫ୍‌ ସ୍ଲିଭ୍‌ ଟ୍ରେଣ୍ଡର ପୁଣିଥରେ ପ୍ରତ୍ୟାବର୍ତ୍ତନ ହୋଇଛି। ତା’ହେଲେ ଆଉ ଡେରି କାହିଁକି। ଆପଣ ବି ଆପଣଙ୍କ ଓ୍ବାର୍ଡରୋବ୍‌କୁ ଅପ୍‌ଡେଟ୍‌ କରିବାରେ ଲାଗିପଡ଼ନ୍ତୁ ନା। କାରଣ ଏବେ ମାର୍କେଟ୍‌କୁ ଅନେକ ଭେରାଇଟିର ପଫ୍‌ ସ୍ଲିଭ୍‌ ଟପ୍ସ ଓ ଡ୍ରେସ୍‌ ଆସିଗଲାଣି, ଯାହାକୁ ପିନ୍ଧି ମଡର୍ନ ଲୁକ୍‌ ପାଇହେବ…

ପଫ୍‌ ସ୍ଲିଭ୍‌ର ଫ୍ୟାଶନ ମୁଖ୍ୟତଃ ବଙ୍ଗାଳୀ ମହିଳାଙ୍କ ଖୁବ୍‌ ପସନ୍ଦ। ସେମାନେ ଖାସ୍‌ କରି ବ୍ଲାଉଜରେ ଏହି ଡିଜାଇନ କରି ପିନ୍ଧିବାକୁ ଭଲ ପାଇଥାନ୍ତି। କିନ୍ତୁ ଏହି ଟ୍ରେଣ୍ଡ ଧୀରେ ଧୀରେ ଫ୍ୟାଶନ ଓ୍ବାଲର୍‌ଡକୁ ମଧ୍ୟ ପ୍ରବେଶ କଲାଣି, ଯେଉଁଥିପାଇଁ ମାର୍କେଟ୍‌ରେ ଏବେ ଅନେକ ଭେରାଇଟିର ପଫ୍‌ ସ୍ଲିଭ ଡ୍ରେସ୍‌ ଓ ଟପ୍ସ ମିଳିଲାଣି। ତା’ହେଲେ ଆଉ ଡେରି କାହିଁକି, ଆସନ୍ତୁ ଜାଣିବା ପଫ୍‌ ସ୍ଲିଭର କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ରହିଛି…

ପଫ୍‌ ସ୍ଲିଭ୍‌ କ୍ରପ୍‌ ଟପ୍ସ: ଏହି ଟପ୍ସ ଟିକେ ବ୍ଲାଉଜ୍‌ ଡିଜାଇନ୍‌ ଭଳି ଦେଖାଯାଇଥାଏ। କିନ୍ତୁ ଏହାକୁ ହାଇ ଓ୍ବେଷ୍ଟ ଜିନ୍ସ ସହ ପେୟାର୍‌ କରି ପିନ୍ଧିଲେ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ।

ଡିଲାଇଟ୍‌ ବଟନ୍‌ ଡାଉନ୍‌: ଏହା ଦେଖିବାକୁ ଏକ ସଲିଡ୍‌ କାଜୁଆଲ୍‌ ଶାର୍ଟ ପରି ହିଁ ଲାଗିଥାଏ। ସେହିପରି ଏଥିରେ ରାଉଣ୍ଡ କଲାର୍‌ ବି ଥାଏ। ମୁଖ୍ୟ କଥା ହେଉଛି, ଏଥିରେ ହୋଇଥିବା ପଫ୍‌ ସ୍ଲିଭ୍‌ ଡିଜାଇନ୍‌ ହିଁ ଏହି ଶାର୍ଟକୁ ଡିଫ୍‌ରେଣ୍ଟ ଲୁକ୍‌ ଦେଇଥାଏ, ଯାହାକୁ ଆପଣ ଚାହିଁଲେ ଓ୍ବାର୍କପ୍ଲେସ୍‌କୁ ମଧ୍ୟ ଆରାମରେ ପିନ୍ଧି ଯାଇପାରିବେ।

ପୋଲ୍‌କା ଡଟ୍‌ ପଫ୍‌ ଟପ୍ସ୍‌: ପୋଲ୍‌କା ଡଟ୍‌ର ଫ୍ୟାଶନ ସବୁବେଳେ ଚାଲିଥାଏ। ଆଉ ଖାସ୍‌ କରି ପଫ୍‌ ସ୍ଲିଭ୍‌ବାଲା ପୋଲକା ଡଟ୍‌ ଟପ୍ସକୁ୍‌ ମ୍ୟାଚିଂ ସ୍କର୍ଟ ସହ ପେୟାର୍‌ କରି ପିନ୍ଧିଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ। ତା’ସାଙ୍ଗକୁ ଯଦି ଗୋଟିଏ ଟ୍ରେଣ୍ଡି ବ୍ୟାଗ୍‌ ଓ ସନ୍‌ଗ୍ଲାସ୍‌ ହୋଇଗଲା ତା’ହେଲେ ତ ଲୁକ୍‌ ଆହୁରି ସୁନ୍ଦର ଦେଖାଯାଇଥାଏ।

ବୋଟ୍‌ ନେକ୍‌ବାଲା ପଫ୍‌ ଟପ୍ସ: ଯଦି ଆପଣଙ୍କୁ ଲାଟେଷ୍ଟ ଷ୍ଟାଇଲ୍‌ର ଟପ୍ସ ପିନ୍ଧିବା ପସନ୍ଦ, ତା’ହେଲେ ଏହି ଟପ୍ସକୁ ଚୟନ କରନ୍ତୁ। ଏହାର ଡିମାଣ୍ଡ ମାର୍କେଟ୍‌ରେ ଏବେ କାହିଁରେ କେତେ। କାରଣ ଏଥିରେ ହୋଇଥିବା ବୋଟ୍‌ ନେକ୍‌ ସହ ପଫ୍‌ ସ୍ଲିଭ୍‌ ଡିଜାଇନ୍‌ ଏହି ଟପ୍ସକୁ ମଡର୍ନ ଲୁକ୍‌ ଦେଇଥାଏ। ଏହି ଟପ୍ସ ବି ହାଇ ଓ୍ବେଷ୍ଟ ଜିନ୍ସ ସହ ପର୍‌ଫେକ୍ଟ ମ୍ୟାଚ୍‌ କରିଥାଏ।

ପଫ୍‌ ସ୍ଲିଭ୍‌ ଡ୍ରେସ୍‌: ଯଦି କୌଣସି ପୂଜାପାର୍ବଣକୁ ଯିବାର ଥାଏ, ତା’ହେଲେ ଆପଣ ଚାହିଁଲେ ପଫ୍‌ ସ୍ଲିଭ୍‌ ବାଲା ଲଙ୍ଗ୍‌ ଡ୍ରେସ୍‌ ଚୟନ କରିପାରିବେ। ହେଲେ ଧ୍ୟାନ ଦେବେ, ସେହି ଡ୍ରେସ୍‌ ଯେମିତି ବ୍ରାଇଟ୍‌ କଲର୍‌ର ନ ହୋଇ ଲାଇଟ୍‌ କଲର୍‌ର ହୋଇଥିବ।

ପଫ୍‌ ସ୍ଲିଭ୍‌ ଫ୍ରକ୍‌: ପଫ୍‌ ସ୍ଲିଭ୍‌ବାଲା ଫ୍ରକ୍‌ ବି ଟିକେ ଡିଫରେଣ୍ଟ ଲୁକ୍‌ ଦେଇଥାଏ। ଏହାକୁ ଯେକୌଣସି ଅକେଜନ୍‌ରେ ଆପଣ ଟ୍ରାଏ କରିପାରିବେ।

ପଫ୍‌ ସ୍ଲିଭ୍‌ କୁର୍ତ୍ତା: କୁର୍ତ୍ତାରେ ହୋଇଥିବା ପଫ୍‌ ସ୍ଲିଭ୍‌ର ଡିଜାଇନ୍‌ ବି ଟିକେ ଭିନ୍ନ ଲୁକ୍‌ ଦିଏ। ଖାସ୍‌ କରି ଏହାକୁ ପ୍ଲାଜୋ ସହିତ ପେୟାର୍‌ କଲେ ଭଲ ମାନିଥାଏ।

ପଫ୍‌ ସ୍ଲିଭ୍‌ ବ୍ଲାଉଜ୍‌: ଶେଷରେ ପଫ୍‌ ସ୍ଲିଭ୍‌ ବ୍ଲାଉଜ୍‌। ଏହା ବଙ୍ଗାଳୀ ମହିଳାମାନଙ୍କର ଖୁବ୍‌ ପସନ୍ଦ। ହେଲେ ଏବେ ଅନ୍ୟମାନେ ବି ଏହାକୁ ଟ୍ରାଏ କରୁଥିବା ଦେଖିବାକୁ ମିଳୁଛି। ଏ ଷ୍ଟାଇଲ୍‌ର ବ୍ଲାଉଜ୍‌ ସବୁ ଫାବ୍ରିକ୍‌ର ଶାଢ଼ି ସହ ବେଶ୍‌ ଭଲ ମାନିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ଅକ୍ଟୋବରରୁ ୩ରାଶିଙ୍କ ଧନଲାଭ ଯୋଗ; ଚାକିରିରେ ବଡ଼ ପ୍ରମୋଶନ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ, ଶନିଙ୍କୁ ସବୁଠାରୁ ଶକ୍ତିଶାଳୀ, ନିଷ୍ଠୁର ଗ୍ରହ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଶନିଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ସହିତ…

ଏପ୍ରିଲ ୨୦୨୭ ଯାଏଁ ରାହୁଙ୍କ କୃପା! ୩ ରାଶିଙ୍କୁ ମିଳିବ ପ୍ରଚୁର ଟଙ୍କା, ଚମକିବ କ୍ୟାରିୟର

ଛାୟା ଗ୍ରହ ରାହୁ ଏହି ସମୟରେ ଧନିଷ୍ଠା ନକ୍ଷତ୍ରରେ ବିରାଜମାନ ଅଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଧନିଷ୍ଠା ନକ୍ଷତ୍ରକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, କାରଣ ଏହା…

୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ…

ଗଣେଶ ପୂଜାଠାରୁ ୫ ରାଶିର ଆରମ୍ଭ ହେବ ଗୋଲଡେନ୍‌ ସମୟ, ଏହି ୭ ରାଶି ପାଇଁ ଖରାପ! ଜାଣନ୍ତୁ ସାପ୍ତାହିକ ରାଶିଫଳ

ଆରମ୍ଭ ହେବାକୁ ଯାଉଛି ନୂଆ ସପ୍ତାହ। ଆସନ୍ତା ୧୪ରୁ ୨୦ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଗ୍ରହ-ନକ୍ଷତ୍ରଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ଉପରେ ପଡ଼ିପାରେ। ସପ୍ତାହର ଆରମ୍ଭରେ…

କର୍କଟ ସମେତ ଏହି ରାଶିଙ୍କୁ ଟେନ୍‌ସନ ଦେବେ ମଙ୍ଗଳ: ସମ୍ପର୍କରେ ପଡ଼ିବ ଭଟ୍ଟା! ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କ ସେନାପତି ବୋଲି କୁହାଯାଏ। ସାହସ, ଶକ୍ତି, ଉତ୍ସାହ, କ୍ରୋଧ ଓ ଆକ୍ରମଣାତ୍ମକତାର କାରକ ଭାବେ ମଙ୍ଗଳଙ୍କୁ ବିବେଚନା କରାଯାଏ। ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?