ଟ୍ରାଫିକ ନିୟମ ଭାଙ୍ଗିଲେ ନାବାଳକ: ୬ହଜାର ଜରିମାନା ଦେଲେ ବାପା

କଟକ ଅଫିସ,୨।୧୨:  ପୁଣି ଥରେ ଆରମ୍ଭ ହୋଇଛି ସଂଶୋଧିତ ମୋଟର ଯାନ ଆଇନର ୧୦ଟି ନିୟମ। ଏ ନେଇ କଟକରେ ଜୋରଦାର ଧରପଗଡ ଆରମ୍ଭ ହୋଇଛି। ତେବେ ମଧୁପାଟଣା ନିକଟରେ ରବିବାର ଗାଡିମୋଟର ଯାଞ୍ଚବେଳେ ଜଣେ ନାବାଳକ ବାଇକ ଚଳାଇ ଧରାପଡିଥିବା ଜଣାପଡିଛି। ନାବାଳକ ଜଣଙ୍କ ବେଳେ ବିନା ହେଲ୍‌ମେଟ୍‌ରେ ଏବଂ ମୋବାଇଲରେ କଥା ହୋଇ ବାଇକ ଚଲାଉଥିଲେ। ଟ୍ରାଫିକ ପୋଲିସ ତାଙ୍କୁ କାବୁକରି ତାଙ୍କ ବାପାଙ୍କୁ ଖବର ଦେଇଥିଲା। ନାବାଳକଙ୍କ ବାପା ଟ୍ରାଫିକ ଥାନାକୁ ଆସିଥିଲେ। ତାଙ୍କ ପୁଅ ୧୮ ବର୍ଷରୁ କମ୍‌ ବୟସରେ ବାଇକ ଚଲାଇବା, ବିନା ହେଲମେଟ୍‌ ଓ ବାଇକ ଚଲାଇବା ସମୟରେ ମୋବାଇଲରେ କଥା ହେବା ଭଳି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ୬ ହଜାର ଟଙ୍କାର ଜରିମାନା ଦେଇଥିଲେ। ସେହିପରି ମଧୁପାଟଣା ଛକରେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଧରାପଡିଥିବା ଜଣେ ଯୁବତୀଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ହେଲ୍‌ମେଟ୍‌ ନ ପିନ୍ଧିବାକୁ ନେଇ ଯୁବତୀ ଜଣକ ଅନେକ ସମୟ ଧରି ଟ୍ରାଫିକ ପୋଲିସ ସହ ଯୁକ୍ତି କରିଥିଲେ। ଏପରି କି ମୁଁ ହେଲ୍‌ମେଟ୍‌ ପିନ୍ଧେନି କି ପିନ୍ଧିବି ନାହିଁ ବୋଲି କହିଥିଲେ। ଗାଡି ନେଇଯାଅ କିନ୍ତୁ ମୁଁ ଫାଇନ ଦେବିନାହିଁ। ମୁଁ ମଲେ କ’ଣ ପୋଲିସ ଦାୟୀ ରହିବ କି ବୋଲି ଓଲଟି ପ୍ରଶ୍ନ କରିଥିଲେ। ଅନେକ ସମୟ ଯୁକ୍ତିତର୍କ ପରେ ଶେଷରେ ଯୁବତୀ ଜରିମାନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତା ନାବାଳିକା ଉଦ୍ଧାର ଘଟଣା, ଘରକୁ ନେବାକୁ ମନାକଲେ ପରିବାର

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି…

ସ୍ତ୍ରୀ ଶୋଇଥିବା ବେଳେ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ, ଏବେ ଗଲେ ଜେଲ

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମରେ ରହୁଥିବା ଏ.ଅନ୍ତରା ପାତ୍ର ତାଙ୍କ ସ୍ତ୍ରୀ ଏ.ଶଶି ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା…

JPSCରେ ବଡ଼ ହଲଚଲ! ୩ ସଦସ୍ୟଙ୍କ ଇସ୍ତଫା, କାଲି CIDର ଜେରା

ରାଞ୍ଚି,୯ା୮: ଝାଡ଼ଖଣ୍ଡରେ JPSC-JSSC ପରୀକ୍ଷାକୁ ନେଇ ଛାତ୍ର ଆନ୍ଦୋଳନ ଜାରି ଥିବା ବେଳେ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।…

Mettle Meet 2026: ଜୁନିୟର ବର୍ଗରେ ଚାମ୍ପିୟନ୍ ହେଲା ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ରନର୍ସ-ଅପ୍ ହେଲେ …

ଭୁବନେଶ୍ୱର,୯।୮: ଏକ ରୋମାଞ୍ଚକର ଫାଇନାଲ ମୁକାବିଲା ସହ ଶେଷ ହୋଇଛି ମେଟଲ ମିଟ୍‌ ୨୦୨୬ ଜୁନିୟର ବର୍ଗ ପ୍ରତିଯୋଗିତା। ଜ୍ଞାନ ଓ ପ୍ରତିଭାର ଏହି ମୁକାବିଲାରେ ଭୁବନେଶ୍ୱରର…

ବିଶ୍ୱ ଜନଜାତି ଦିବସରେ ଗର୍ଜିଲେ ଅଧିବାସୀ, କନ୍ଧମାଳ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ବିରୋଧ

ଦାରିଙ୍ଗବାଡି,୯ା୮(ଅରୁଣ ସହୁ ): ବିଶ୍ୱ ଜନଜାତି ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଶତାଧିକ ମହିଳା, ପୁରୁଷ…

ଧରିତ୍ରୀର ପ୍ରଭାବ; ତତ୍ପରତା ଦେଖାଇଲେ ବିଦ୍ୟୁତ କର୍ମଚାରୀ, ସଫେଇ ହେଲା ଟ୍ରାନ୍ସଫର୍ମର ନିକଟ ଗଛ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲି ଗଛରେ ଆଚ୍ଛାଦିତ ହୋଇ ରହିଥିଲା ।…

ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ।…

ପିଇଓ ସଙ୍ଘର କର୍ମକର୍ତ୍ତା ଚୟନ, ଦାୟିତ୍ୱ ନେଲେ ପଦାଧିକାରୀ

କୋରାପୁଟ,୯।୮(ଅମିତାଭ ବେହେରା): ନିଖିଳ ଉତ୍କଳ କୋରାପୁଟ ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଙ୍ଘର ପୁନର୍ଗଠନ ତଥା ନୂତନ କମିଟି ଗଠନ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri