ଟ୍ରଲର ଧକ୍କାରେ ୨ ମୃତ, ୩ ଆହତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କଳିଙ୍ଗନଗର,୧୫ା୬(ଡି.ଏନ.ଏ.)-କଳିଙ୍ଗନଗର ବିଜୁ ପଟ୍ଟନାୟକ ମାର୍ଗ ମାନତିରା ସାଇଜର ଲଜିଷ୍ଟିକ ପାର୍କ ନିକଟରେ ସୋମବାର ଅପରାହ୍ନରେ ଏକ ଟ୍ରଲର ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଟାଟା ମେଡିକାଲ ଓ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ରାବଣା ଗ୍ରାମର କଳାକର ପତି(୩୫) ଓ ପଙ୍କପାଳ ଗ୍ରାମର ଶିଶିର ବେହୁରା(୪୫)। ମୃତକ କଳାକରଙ୍କ ଶଳା ଓ ଶିଶିରଙ୍କ ପୁଅଝିଅ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ଜଣଙ୍କ ସମେତ ତାଙ୍କ ସମ୍ପର୍କିୟ ଓ ୨ ପୁଅଝିଅ ଯାଜପୁରରୁ ୨ଟି ବାଇକ ଯୋଗେ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଯଖପୁରା ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଶାସନ ଛକ ନିକଟରେ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଏ ନେଇ ଯଖପୁରା ଥାନାରେ କେସ ନଂ. ୪୩/୨୦୨୦ରେ ଏକ ମାମଲା ରୁଜୁ ହୋଇଛି। ଖବର ଲେଖା ସୁଦ୍ଧା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାକୁ…

ଭୁବନେଶ୍ୱର,୨୬ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତାକାଲି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା…

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…

ରାଜଧାନୀରେ ମୁଣ୍ଡବିହୀନ ମୃତଦେହ : ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ଭୁବନେଶ୍ୱର, ୨୬।୭: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମ୍ମୁଖ ରାସ୍ତାରୁ ରବିବାର ଭୋର ସମୟରେ ଏକ ମୁଣ୍ଡବିହୀନ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାଟି ଅଞ୍ଚଳରେ…

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri