Posted inଖେଳ

ଟୋକିଓ ଅଲିମ୍ପିକ୍ସ, ନୂଆ ତାରିଖ ନେଇ ସବୁ ବିକଳ୍ପ ରହିଛି: ଆଇଓସି

ଲାଉସାନେ,୨୬।୩ (ଏଏଫ୍‌ପି)-୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବା ବେଳେ ନୂଆ ତାରିଖ ପାଇଁ ସବୁ ବିକଳ୍ପ ଖୋଲା ରହିଛି ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ତରଫରୁ କୁହାଯାଇଛି। ବିଶ୍ୱରେ ଶାନ୍ତିପୂର୍ଣ୍ଣ ବାତାବରଣ ଥିବା ବେଳେ ପ୍ରଥମଥର ପାଇଁ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। କୋଭିଡ୍‌-୧୯ ଏବେ ସାରା ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାରୁ ସୋମବାର ଅଲିମ୍ପିକ୍ସକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅଲିମ୍ପିକ୍ସର ନୂଆ ତାରିଖ ଧାର୍ଯ୍ୟ କରି ନ ଥିଲା। ୨୦୨୦ରେ ଅଲିମ୍ପିକ୍ସ ଆୟୋଜନ ସମ୍ଭବ ନୁହଁ। ତେବେ ୨୦୨୧ ଗ୍ରୀଷ୍ମ ପୂର୍ବରୁ ଏହି ମେଗା ଇଭେଣ୍ଟ ଆୟୋଜନ ହେବ ବୋଲି ଆଇଓସି ସ୍ପଷ୍ଟ କରିଥିଲା। ତେବେ ଏହା କେବଳ ଗ୍ରୀଷ୍ମ ମାସରେ ଆୟୋଜନ ହେବ ବୋଲି ସେଭଳି କିଛି ମାନେ ନାହିଁ ବୋଲି ଆଇଓସି ଅଧ୍ୟକ୍ଷ ଥୋମାସ ବାକ୍‌ କହିଛନ୍ତି। ଗ୍ରୀଷ୍ମ ଓ ଏହା ପୂର୍ବରୁ ମଧ୍ୟ ଅଲିମ୍ପିକ୍ସ ଆୟୋଜନ କରିବାର ବିକଳ୍ପ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏଥିସହିତ ବିଶ୍ୱ ଚାମ୍ପିୟନଶିପ୍‌କୁ ମଧ୍ୟ ୨୦୨୧କୁ ଘୁଞ୍ଚାଇବାକୁ ବିଶ୍ୱ ଆଥଲେଟିକ୍ସର ଏହି ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ପ୍ରସ୍ତୁତ ଅଛି ବୋଲି କହିଛି। ଆମେରିକାର ଓରେଗନ ରାଜ୍ୟର ଇୟୁଗେନ୍‌ରେ ବିଶ୍ୱ ଚାମ୍ପିୟନଶିପ୍‌ ଆସନ୍ତା ବର୍ଷ ଅଗଷ୍ଟ ୬ରୁ ୧୫ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ଅଲିମ୍ପିକ୍ସ ଘୁଞ୍ଚିଥିବାରୁ ବିଶ୍ୱ ଚାମ୍ପିୟନଶିପ୍‌କୁ ଘୁଞ୍ଚାଇବାରେ କୌଣସି ସମସ୍ୟା ନାହିଁ ବୋଲି ଅନ୍ତର୍ଜାତୀୟ ସୁଇମିଂ ଫେଡେରେଶନ କହିଛି। ସୁତ୍ଇମିଂ ବିଶ୍ୱ ଚାମ୍ପିୟନଶିପ୍‌ ଜାପାନର ଫୁକୁଓକାରେ ଆସନ୍ତା ବର୍ଷ ଜୁଲାଇ ୧୬ରୁ ଅଗଷ୍ଟ ୧ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

ଇଂଲଣ୍ଡ ଗସ୍ତ ସହ ଶେଷ ହେଲା ଏହି ୩ ଖେଳାଳିଙ୍କ T20 କ୍ୟାରିୟର! ଲଗାତାର ଫ୍ଲପ୍‌ ପରେ…

ନୂଆଦିଲ୍ଲୀ,୧୦।୭: ବ୍ୟାକ-ଟୁ-ବ୍ୟାକ ବିଶ୍ୱବିଜେତା ହେବା ପରେ ଟିମ ଇଣ୍ଡିଆ ଏବେ କ୍ରମାଗତ ୨ଟି ଟି-୨୦ ସିରିଜ ହାରିଛି। ପ୍ରଥମେ ଆୟରଲ୍ୟାଣ୍ଡ ଏବଂ ଏବେ ଇଂଲଣ୍ଡ, ଦୁଇ ଦେଶ…

Sunil Gavaskar Love Story: ଅଟୋଗ୍ରାଫ ନେବାକୁ ଆସିଥିବା ପ୍ରଶଂସକଙ୍କ ପ୍ରେମରେ ପଡ଼ିଯାଇଥିଲେ ସୁନୀଲ ଗାଭାସ୍କର, ଜାଣନ୍ତୁ ‘ଲିଟିଲ ମାଷ୍ଟର’ଙ୍କ ଲଭ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଜି ତାଙ୍କର 77ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ଆସନ୍ତୁ ତାଙ୍କ ପ୍ରେମ କାହାଣୀକୁ ଶେୟାର କରିବା,…

IND vs ENG 5th T20I Playing-11: ବୈଭବ ସୂର୍ଯ୍ୟବଂଶୀ ଆଉଟ, ସଞ୍ଜୁ ସାମସନ ଇନ୍‌… ଇଜ୍ଜତ ବଞ୍ଚାଇବାକୁ ଗମ୍ଭୀର ଖେଳିବେ ଶେଷ ଗଣିତ

ନୂଆଦିଲ୍ଲୀ,୧୦।୭: ଗୁରୁବାର ରାତିରେ ବ୍ରିଷ୍ଟଲରେ ଭାରତୀୟ କ୍ରିକେଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଥରେ ଦେଖାଯାଇଥିଲା, ଯାହା ଫଳରେ ମ୍ୟାଚ ଏବଂ ସିରିଜ ଉଭୟ ହାରିଯାଇଥିଲା ଟିମ୍‌।…

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri