Posted inଖେଳ

ଟୋକିଓରେ ଅଲିମ୍ପିକ ଟେଷ୍ଟ ଇଭେଣ୍ଟ : ୧୭ରୁ ଭାରତୀୟ ପୁରୁଷ, ମହିଳା ହକି ଦଳର ଅଭିଯାନ

ବେଙ୍ଗାଲୁରୁ,୧୧।୮(ପି.ଟି.) : ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟରେ ଅଂଶଗ୍ରହଣ କରିବାରକୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଜାପାନ ଯାତ୍ରା କରିଛନ୍ତି। ଏହି ଇଭେଣ୍ଟ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଆଗକୁ ନଭେମ୍ବରରେ ଅଲିମ୍ପିକ କ୍ୱାଲିଫାୟର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଫଳରେ ପ୍ରସ୍ତୁତି ପାଇଁ ଏହି ଇଭେଣ୍ଟ ଭାରତୀୟ ପୁରୁଷ ଓ ମହିଳା ଦଳ ପାଇଁ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ପୁରୁଷ ଦଳ ଆୟୋଜକ ଜାପାନ, ନ୍ୟୁଜିଲାଣ୍ଡ ଓ ମାଲେସିଆ ବିପକ୍ଷରେ ଏହି ଟୁର୍ନାମେଣ୍ଟରେ ମ୍ୟାଚ୍‌ ଖେଳିବ। ସେହିପରି ମହିଳା ଦଳ ଅଷ୍ଟ୍ରେଲିଆ, ଚାଇନା ଓ ଜାପାନ ବିପକ୍ଷରେ ମ୍ୟାଚ୍‌ ଖେଳିବ। ଏହି ଟୁର୍ନାମେଣ୍ଟ ଯୁବ ଖେଳାଳିମାନଙ୍କ ପାଇଁ ବିଶେଷ ଭାବେ ଗୁରୁତ୍ୱ ବହନ କରୁଛି। ଖେଳାଳିମାନେ ଅଭ୍ୟାସ କରିବାର ସୁଯୋଗ ପାଇବେ ଓ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ ଦଳ ଚୟନ ପୂର୍ବରୁ ନିଜର ଦକ୍ଷତା ଓ ପ୍ରତିଭା ପ୍ରତିପାଦନ କରିବାର ସୁଯୋଗ ପାଇବେ ବୋଲି ଭାରତୀୟ ଅଧିନାୟକ ହରମନପ୍ରୀତ ସିଂ କହିଛନ୍ତି। କେବଳ ସେତିକି ନୁହଁ ଖେଳାଳିମାନେ ଟୋକିଓରେ ଖେଳିବାର ଅଭିଜ୍ଞତା ହାସଲ କରିବେ ଓ ସେଠାକାର ପ୍ଲେଇଙ୍ଗ୍‌ କଣ୍ଡିସନ ସହ ଖାପ୍‌ ଖୁଆଇବାର ସୁଯୋଗ ପାଇବେ। ଅଲିମ୍ପିକ୍‌ କ୍ୱାଲିଫିକେଶନ ପାଇଁ ଆମେ ସକାରାତ୍ମକ ଭାବେ କାର୍ଯ୍ୟ ଆରମ୍ଭ କରିଛୁ ବୋଲି ସେ କହିଛନ୍ତ।
ଅନ୍ୟପଟେ ଏହି ଟୁର୍ନାମେଣ୍ଟରେ ଉଚ୍ଚ ର଼୍ୟାଙ୍କର ଦଳ ଅଷ୍ଟ୍ରେଲିଆକୁ ହରାଇବା ଲକ୍ଷ୍ୟରେ ରହିଛୁ ବୋଲି ଭାରତୀୟ ଅଧିନାୟିକା ରାନୀ କହିଛନ୍ତି। ପୂର୍ବରୁ ଆମେ ଜାପାନ ଓ ଚାଇନା ବିପକ୍ଷରେ ଭଲ ପ୍ରଦର୍ଶନ କରିଛୁ। ତେବେ ଏଥର ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହୁଛି। ଅଷ୍ଟ୍ରେଲିଆକୁ ହରାଇଲେ ଆମ ଦଳ ଓ ଖେଳାଳିଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ଅଲିମ୍ପିକ୍‌ କ୍ୱାଲିଫିକେଶନ ପାଇଁ ପ୍ରସ୍ତୁତି ଜୋରଦାର କରିବୁ ବୋଲି ସେ କହିଛନ୍ତି। ପୁରୁଷ ଦଳ ପ୍ରଥମ ମ୍ୟାଚ୍‌ରେ ମାଲେସିଆ ଓ ମହିଳା ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଜାପାନକୁ ଭେଟିବ। ୧୭ ତାରିଖରେ ପ୍ରଥମ ମ୍ୟାଚ୍‌ ଖେଳି ପୁରୁଷ ଓ ମହିଳା ଦଳ ଅଭିଯାନ ଆରମ୍ଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri