ଟେଲି ପରଦାରେ ବେବୋଙ୍କ ଡେବ୍ୟୁ: ‘ଡିଆଇଡି-୭’ରେ ଆସିବେ ନଜର

ମୁମ୍ବାଇ: ବଡ଼ ପରଦାର କଳାକାରମାନେ ଏବେ ଟେଲି ପରଦା ପ୍ରେମରେ। ଧାରାବାହିକ, ଓ୍ବେବ୍‌ସିରିଜ୍‌ ପରେ ବିଭିନ୍ନ ରିଆଲିଟି ଶୋ’ମାନଙ୍କରେ ବଡ଼ ବଡ଼ ଅଭିନେତା ତଥା ଅଭିନେତ୍ରୀମାନଙ୍କୁ ଦେଖିବାକୁ ମିଳୁଛି। ଏହି କ୍ରମରେ ବଲିଉଡ୍‌ ଡିଭା କରିନା କପୁର ଖାନ୍‌ ଟେଲି ପରଦାରେ ନିଜ ଡେବ୍ୟୁ କରିବାକୁ ଯାଉଛନ୍ତି। ନୃତ୍ୟ ଭିତ୍ତିକ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ର ଆଗାମୀ ସିଜନରେ କରିନା ବିଚାରପତି ଭାବେ ନଜର ଆସିବେ। ଧୀରଜ୍‌ ଧୁପର୍‌ ଶୋ’କୁ ହୋଷ୍ଟ କରିବାକୁ ଥିବା ବେଳେ ଅନ୍ୟ ଜଜ୍‌ ଭାବେ ବୋସ୍କୋ ମାର୍ଟିସ୍‌ ଏବଂ ରଫ୍‌ତାରଙ୍କୁ ଦେଖିବାକୁ ମିଳିବ। କରିନାଙ୍କ ଉପସ୍ଥିତି ଶୋ’କୁ ଅଧିକ ଚର୍ଚ୍ଚିତ କରିବ ବୋଲି ଆଶା କରାଯାଉଛି। ତେବେ ଏଥିପାଇଁ କରିନା ମୋଟା ଅଙ୍କର ପାଉଣା ମଧ୍ୟ ନେଉଛନ୍ତି, ଯାହାକି ଅନ୍ୟ ଅଭିନେତ୍ରୀଙ୍କଠାରୁ ଅଧିକ ବୋଲି ଜଣାପଡ଼ିଛି।

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୭ରେ କାମ କରିବାକୁ ହଁ କହିବା ପୂର୍ବରୁ ଅନେକ ଶୋ’ର ଅଫର୍‌ ମିଳିଛି ବେବୋଙ୍କୁ। ମାତ୍ର ଟେଲି ପରଦାରେ କାମ କରିବାକୁ ହେଲେ ଅଧିକ ସମୟ ଲୋଡ଼ା। ପୁଅ ତୈମୁର ଜନ୍ମ ହେବା ପରେ କରିନାଙ୍କୁ ଅତି ବେଶିରେ ଆଠ ଘଣ୍ଟା ସମୟ ମିଳୁଛି। କର୍ମଜୀବୀ ମହିଳା ହେବା ସଙ୍ଗେ ସଙ୍ଗେ ସେ ଜଣେ ମା’। ତୈମୁରଙ୍କୁ ସେ ସମୟ ଦେବାକୁ ଭୁଲନ୍ତି ନାହିଁ ବୋଲି ବେବୋ କହିଛନ୍ତି। ଡିଆଇଡି ଲୋକପ୍ରିୟ ଶୋ’। ଏହାର ନିର୍ଦ୍ଦେଶକ କରିନାଙ୍କ ସମସ୍ୟା ବିଷୟରେ ଅବଗତ ହେବା ପରେ ତାଙ୍କ ମନ ମୁତାବକ ସମୟରେ କାମ କରାଯିବ ବୋଲି କହିଥିଲେ। ଏଣୁ ଜଜ୍‌ ହେବାକୁ ଅଫର ମିଳିବା ପରେ କରିନା ଆଖି ବୁଜି ହଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri