ଟୁଁଡ୍‌କେ ସୁଆଦ ବମ୍ବେଇ ଲଡୁ

 

ଗଣ୍ଡତୁରୁମ, ୨୪।୧୨ (ଡି.ଏନ୍‌.ଏ.)-
ଉତ୍ତର ପ୍ରଦେଶ କାନପୁର ଜିଲା ରସୁଲ୍ଲାବାଦ ଗଁାର ସୁରଜ ଗୁପ୍ତା(୨୩)। ସେ ଆଜ୍‌କେ ୨ ବଛର ହେଲା ବରଗଡ଼ ଜିଲାକେ କମେଇ ଖାଏବାର ଲାଗି ଆସିଛନ୍‌। ସୁରଜ ନିଜେ ବମ୍ବେଇ ଲଡୁ ତିଆର କରବାର ସଂଗେ ଗଁା ଗଁା ବୁଲି ବିକି ଦୁଇପଏସା ରୁଜ୍‌ଗାର କରୁଛନ୍‌।
ସୂଚନା ଅନ୍‌ସାରେ ବାପ୍‌ ସିପାହୀ ଲାଲ ଆର ମା’ ସୁରଜମୁଖୀକଁର ଗୁଟେବଲି ପୁଓ ହେଉଛନ୍‌ ସୁରଜ ଗୁପ୍ତା। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ଗଁାରେ କାମ୍‌ଧଁଦା ଅଭାବୁ ସେ ଇ ବେପାରକେ ଆଦ୍‌ରି ନେଇଛନ୍‌। ସୁରଜ ଦିନେ ପୁରୀ ମନ୍ଦିର ଦରଶନ ଲାଗି ଟ୍ରେନରେ ଆସୁଥିଲାବେଲେ ବମ୍ବେଇ ଲଡୁର ଚାହିଦା ଦେଖିଥିଲେ। ଇତାର ପରେ ସେ ଘରକେ ଫିରି ଉନିଆମାନକରନୁ ବମ୍ବେଇ ଲଡୁ ତିଆରି ଶିଖିଥିଲେ। ପଛେ ନିଜେ ଧାରଉଧାର କରି ୧୫ ହଜାର ଟଁକାରେ ବମ୍ବେଇ ଲଡୁ ତିଆର କରବାର ଗୁଟେ ମେଶିନ ଘିନି ବେପାର ଆରମ୍‌ କରିଥିଲେ। ସୁରଜ ବରଗଡ଼ରେ ଗୁଟେ ଘର ଭଡ଼ା ନେଇ ରହୁଛନ୍‌। ସେଠାନେ ବମ୍ବେଇ ଲଡୁ ତିଆର କରୁଛନ୍‌। ସେ ଫିବଛର ରାକ୍ଷୀ ପୂନିକେ ବରଗଡ଼ ଆସି ଜୁନ ମାସେ ଗଁାକେ ଫିରୁଛନ୍‌। ଲାଲ୍‌ ଟହଟହ ରୁଆମୁଡ଼ା ଲେଖେଁ ଦିଶୁଥିବାର ବମ୍ବେଇ ଲଡୁଟା ଛୁଆଠାନୁ ବୁଢ଼ା ତକ୍‌ ସମକିରି ପସନ୍‌। ଦେଖ୍‌ଲେ ଲାଲ୍‌ ଥିପିପଡ଼ବା। ହେଲେ ବମ୍ବେଇ ଲଡୁ ଯେତେ ଖାଏଲେ ପେଟ୍‌ ନାଇଁପୂରେ। ବମ୍ବେଇ ଲଡୁ ତିଆରି ଲାଗି ଦରକାର ପଡ଼ୁଥିବାର ଚିନି, ମଇଦା, ରଂଗ, ଲେମଉ ଆର ପ୍ୟାକିଂ ଲାଗି ପଲିଥିନ୍‌ ଖରଚ୍‌ ଯାଇ ଦିନ୍‌କ ୩ଶହ ଟଁକା ମିଲୁଥିବାର ସୁରଜ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଦୁବାଇରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ…

ଭୁବନେଶ୍ୱର,୧୨ା୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଟିମ୍‌ ୪ର୍ଥ ଦିନରେ ଦୁବାଇ ଠାରେ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଓଡ଼ିଶାର ଶିଳ୍ପ…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?