Posted inଖେଳ

ଟି୨୦ ବିଶ୍ୱକପ୍‌ : ନିଷ୍ପତ୍ତି ନେବାକୁ ଆଇସିସିକୁ କହିଲେ ଟେଲର

ମେଲବୋର୍ନ,୨୪।୫(ପି.ଟି.): ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିବ ନାହିଁ ବୋଲି ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ମାର୍କ ଟେଲର ଅନୁମାନ କରିଛନ୍ତି। ତେବେ ଟି୨୦ ବିଶ୍ୱକପ୍‌ ନେଇ ଚଳିତ ସପ୍ତାହରେ ନିଷ୍ପତ୍ତି ନେବାକୁ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ କହିଛନ୍ତି। ଚଳିତ ସପ୍ତାହରେ ଆଇସିସି ବୋର୍ଡ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ବିଶ୍ୱକପ୍‌ ନେଇ ନୀତି ସ୍ପଷ୍ଟ କରିବାକୁ ସେ କରିଛନ୍ତି।
ଯଦି ଟି୨୦ ବିଶ୍ୱକପ୍‌ ଓ୍ବିଣ୍ଡୋରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ହୁଏ ତେବେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଏହି ହାଇପ୍ରୋଫାଇଲ ଲିଗ୍‌ରେ ଖେଳିବାକୁ କ୍ରିକେଟ ଅଷ୍ଟ୍ରେଲିଆ ଅନୁମତି ଦେବ ବୋଲି ଟେଲର ଆଶା କରୁଛନ୍ତି। ଆସନ୍ତା ୨୮ ତାରିଖରେ ବୋର୍ଡ ବୈଠକରେ କୋଭିଡ-୧୯ ମହାମାରୀ ଓ ଟି୨୦ ବିଶ୍ୱକପ୍‌ର ଭାଗ୍ୟ ଓ ଭବିଷ୍ୟତ ନେଇ ସବିଶେଷ ଆଲୋଚନା ହେବ।
ଯଦି ଯୋଜନା ଅନୁସାରେ ଅକ୍ଟୋବର ଓ ନଭେମ୍ବରରେ ବିଶ୍ୱକପ୍‌ ଆୟୋଜନ ହେବନି ତାହାଲେ ଏହି ସମୟରେ ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ କିପରି ଆୟୋଜନ ହେବ ଓ ଏହା ନିଶ୍ଚିତ ଭାବେ ସମ୍ଭବ ନୁହେଁ ବୋଲି ପୂର୍ବତନ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ନିର୍ଦ୍ଦେଶକ ଟେଲର କହିଛନ୍ତି। ଚଳିତ ସପ୍ତାହରେ ନିଷ୍ପତ୍ତି ନିଆଗଲେ ନିଶ୍ଚିତ ଭାବେ ଭଲ ହେବ। ଏହା ହେଲେ ସମସ୍ତେ ନିଜ ନିଜର ଯୋଜନା କରିପାରିବେ।
ଅନ୍ୟପଟେ କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍‌ସ ଭିନ୍ନ ମତ ଦେଇଛନ୍ତି। ଅକ୍ଟୋବର ୧୮ରୁ ନଭେମ୍ବର ୧୯ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ନେଇ ଅତିକମ୍‌ରେ ଅଗଷ୍ଟ ସୁଦ୍ଧା କୌଣସି ନିଷ୍ପତ୍ତି ନେଇ ହେବ ନାହିଁ ବୋଲି ସେ କହିଛନ୍ତି। ଏହା ଘୁଞ୍ଚିଯାଉ ବୋଲି ସମସ୍ତେ ଚାହାନ୍ତି। ଟି୨୦ ବିଶ୍ୱକପ୍‌ ସଂକ୍ରାନ୍ତରେ ନିଷ୍ପତ୍ତି ନିଆ ନ ଯିବା ପର୍ଯ୍ୟନ୍ତ ଆଇପିଏଲ କାର୍ଯ୍ୟସୂଚୀ ନେଇ ମଧ୍ୟ ନିଷ୍ପତ୍ତି ନେଇ ହେବ ନାହିଁ। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ କ୍ରିକେଟ ଅଷ୍ଟେଲିଆ ଖୁସି କରିବାକୁ ଚାହୁଥିବାରୁ ଅଷ୍ଟ୍ରେଲିଆ କ୍ରିକେଟରଙ୍କୁ ସିଏ ଏଥିରେ ସାମିଲ ହେବାକୁ ଅନୁମତି ଦେବ ବୋଲି ଟେଲର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri