Posted inଖେଳ

ଟି୨୦ ଫର୍ମାଟ୍‌ରେ ସକ୍ରିୟ ରହିବେ ମାଲିଙ୍ଗା

କଲମ୍ବୋ, ୨୪।୭(ଏ.ଏଫ୍‌.ପି.)- ଶ୍ରୀଲଙ୍କା ଅଭିଜ୍ଞ ଦ୍ରୁତ ବୋଲର ତଥା ଉଇକେଟଟେକର ଲସିଥ୍‌ ମାଲିଙ୍ଗା ଏବେ ଅବସର ନେବାକୁ ଯାଉଛନ୍ତି। ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳିବା ପରେ ମାଲିଙ୍ଗା ଦିନିକିଆ ଫର୍ମାଟରୁ ସବୁଦିନ ପାଇଁ ବିଦାୟ ନେବେ। ଶୁକ୍ରବାର ସ୍ଥାନୀୟ ଆର. ପ୍ରେମଦାସା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳିବା ପରେ ସେ ଆନୁଷ୍ଠାନିକ ଭାବେ ଅବସର ନେବେ। ତେବେ ମାଲିଙ୍ଗା ସବୁଠାରୁ ଛୋଟ ଫର୍ମାଟ ଟି୨୦ରେ ଖେଳ ଜାରି ରଖିବେ ବୋଲି ଆଶା କରାଯାଉଛି। ମାଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ୨୦୧୪ ଟି୨୦ ବିଶ୍ୱକପ୍‌ରେ ଟାଇଟଲ ହାସଲ କରିଥିଲା। ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ର ଆଗାମୀ ସଂସ୍କରଣ ଖେଳାଯିବ। ମାଲିଙ୍ଗା ଏହି ବିଶ୍ୱକପ୍‌ ପର୍ଯ୍ୟନ୍ତ ଟି୨୦ ଫର୍ମାଟରେ ଖେଳ ଜାରି ରଖିବେ ବୋଲି ଆଶା କରାଯାଉଛି।
ଶ୍ରୀଲଙ୍କାର ପ୍ରମୁଖ ଉଇକେଟ ହାସଲକାରୀ ବୋଲର ତଥା ଡେଥ୍‌ ଓଭର ସ୍ପେଶାଲିଷ୍ଟ ଭାବେ ଜଣାଶୁଣା ଥିବା ମାଲିଙ୍ଗାଙ୍କ ଦିନିକିଆ ରେକର୍ଡ ବେଶ୍‌ ଚମତ୍କାର ରହିଛି। ୩୫ ବର୍ଷୀୟ ମାଲିଙ୍ଗା ୨୨୫ଟି ଦିନିକିଆ ମ୍ୟାଚ୍‌ ଖେଳି ୩୩୫ ଉଇକେଟ ହାସଲ କରିଛନ୍ତି। ସେ ଶ୍ରୀଲଙ୍କାର ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। କିମ୍ବଦନ୍ତୀ ସ୍ପିନର ମୁଥୟା ମୁରଲିଧରନ ୫୨୩ଟି ଉଇକେଟ ଅକ୍ତିଆର କରି ଦିନିକିଆରେ ଶ୍ରୀଲଙ୍କାର ସଫଳତମ ବୋଲର ବିବେଚିତ ହୋଇଛନ୍ତି। ସେହିପରି ଚାମୁଣ୍ଡା ଭାସ୍‌ ୩୯୯ଟି ଉଇକେଟ ନେଇ ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। ଅନ୍ତର୍ଜାତୀୟ ତାଲିକାରେ ଭାରତୀୟ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ ୩୩୭ଟି ଉଇକେଟ ନେଇ ନବମ ସ୍ଥାନରେ ରହିଛନ୍ତି। ଆଉ ୩ଟି ଉଇକେଟ ହାସଲ କଲେ ମାଲିଙ୍ଗା କୁମ୍ବଲେଙ୍କୁ ପଛରେ ପକାଇ ନବମ ସ୍ଥାନ ଅଧିକାର କରିବେ। ମାଲିଙ୍ଗା ସ୍ଥାନୀୟ ଆର. ପ୍ରେମଦାସା ଷ୍ଟାଡିୟମରେ କ୍ୟାରିୟର ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳିବେ। ଏହି ଭେନ୍ୟୁରେ ସେ ୫୦ ଉଇକେଟ ହାସଲ କରିବାର ସୁଯୋଗ ପାଇଛନ୍ତି। ନିଜ ଅସ୍ବାଭାବିକ ବୋଲିଂ ଆକ୍ସନ୍‌ ପାଇଁ ବେଶ୍‌ ପରିଚିତ ଥିବା ମାଲିଙ୍ଗା ଇଂଲଣ୍ଡରେ କ୍ୟାରିୟରର ଚତୁର୍ଥ ବିଶ୍ୱକପ୍‌ ଖେଳିଛନ୍ତି। ୭ଟି ମ୍ୟାଚ୍‌ ଖେଳି ସେ ୧୩ ଉଇକେଟ ହାସଲ କରିଛନ୍ତି। ବିଶ୍ୱକପ୍‌ ଇତିହାସରେ ସେ ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ୨୯ଟି ବିଶ୍ୱକପ୍‌ ମ୍ୟାଚ୍‌ ଖେଳି ୫୬ଟି ଉଇକେଟ ଅକ୍ତିଆର କରି ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍‌ଗ୍ରାଥ ୭୧ ଓ ମୁରଲିଧରନ ୬୮ଟି ଉଇକେଟ ନେଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି।
ମାଲିଙ୍ଗାଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ। ତାଙ୍କ ବିକଳ୍ପ ଖେଳାଳି ସୃଷ୍ଟି କରିବା ଦଳ ପାଇଁ ସବୁଠାରୁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଅଧିନାୟକ ଦୁମୁଥ କରୁଣାରତ୍ନେ କହିଛନ୍ତି। ଏହି ସିରିଜ ପରେ ମାଲିଙ୍ଗା ଆଉ ଦଳ ପାଇଁ ଖେଳିବେ ନାହିଁ। ତେଣୁ ଆମେ ଜଣେ ଉଇକେଟ ଟେକିଙ୍ଗ ବୋଲର ଆବଶ୍ୟକ କରିବୁ। ଏହା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍‌ ବୋଲି କରୁଣାରତ୍ନେ ସ୍ବୀକାର କରିଛନ୍ତି। ଆଗାମୀ ବିଶ୍ୱକପ୍‌ ପାଇଁ ଆମେ କେତେଜଣ ଯୁବ ଦ୍ରୁତ ବୋଲରଙ୍କୁ ଚିହ୍ନଟ କରି ସେମାନଙ୍କ ବିକାଶ ପାଇଁ ପ୍ରଯତ୍ନ କରିବୁ ବୋଲି ସେ କହିଛନ୍ତି।
ଗତ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଫଳରେ କୋଚ୍‌ ଚନ୍ଦିକା ହାତୁରସିଙ୍ଘା ଓ ତାଙ୍କ ସହାୟକ କୋଚ୍‌ ଏହି ସିରିଜ ପରେ ଦାୟିତ୍ୱରୁ ବିଦା ହେବେ। ସେହିପରି ବାଂଲାଦେଶ ବିଶ୍ୱକପ୍‌ରେ ଅଷ୍ଟମ ସ୍ଥାନରେ ରହି ଯାତ୍ରା ଶେଷ କରିଥିଲା। ଫଳରେ ଦଳର କୋଚ୍‌ ଷ୍ଟିଭ୍‌ ରୋଡ୍ସଙ୍କୁ ବିଦା ହେବାକୁ ପଡିଛି। ବାଂଲାଦେଶର ଅଧିନାୟକ ମଶ୍ରାଫି ମୋର୍ତ୍ତାଜା ଓ ତାରକା ଖେଳାଳି ତଥା ଉପ- ଅଧିନାୟକ ସାକିବ ଅଲ ହାସନ ଏହି ସିରିଜ ଖେଳିବେ ନାହିଁ। ମୋର୍ତ୍ତାଜା ଆହତ ଥିବା ବେଳେ ସାକିବଙ୍କୁ ବିଶ୍ରାମ ଦିଆଯାଇଛି। ବିଶ୍ୱକପ୍‌ରେ ସାକିବ ୧୧ ଉଇକେଟ ନେବା ସହ ୬୦୬ ରନ ସଂଗ୍ରହ କରି ଦୃଷ୍ଟି ଆକର୍ଷଣ କରିଥିଲେ। ଓପନର ତାମିମ ଇକ୍‌ବାଲ ଦଳରେ ନେତୃତ୍ୱ ନେବେ। ଯୁବ ଖେଳାଳିମାନେ ସୁଯୋଗର ସଦ୍‌ବ୍ୟବହାର କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

ଯୌନ କାର୍ଯ୍ୟରେ ଲିପ୍ତ ପ୍ରତ୍ୟେକ ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରମି କୋର୍ଟ

ନୂଆଦିଲ୍ଲୀ,୩୧।୫: ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ବେଶ୍ୟାବୃତ୍ତିରେ ଲିପ୍ତ ପ୍ରତ୍ୟେକ ମହିଳା ବଳପୂର୍ବକ ଶିକାର ହୋଇଥିବା ଏବଂ ଫଳସ୍ବରୂପ ତାଙ୍କୁ ପୁନର୍ବାସ କେନ୍ଦ୍ରକୁ ପଠାଇବା…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ନିରାଡମ୍ବର ଉତ୍ସବରେ ଶପଥ ନେବେ ଶିବକୁମାର, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

ବେଙ୍ଗାଲୁରୁ,୩୧।୫: ବର୍ଷ ବର୍ଷ ଧରି ରାଜନୈତିକ ଚାଲବାଜି ଏବଂ ସିଦ୍ଦାରାମାୟାଙ୍କ ସହ ତୀବ୍ର କ୍ଷମତା ସଂଘର୍ଷ ପରେ, ଡି.କେ. ଶିବକୁମାର ଶେଷରେ କର୍ନାଟକର ମୁଖ୍ୟମନ୍ତ୍ରୀ ହେବାର ତାଙ୍କର…

ପଶ୍ଚିମବଙ୍ଗରେ ଆଉ ଜଣେ ଟିଏମସି ନେତାଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ, ସାମ୍ନାକୁ ଆସିଲା ଭିଡିଓ

କୋଲକାତା,୩୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ଗ୍ରହଣ କରିବା ପରେ, ଟିଏମସି ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ପ୍ରଥମେ, ଦକ୍ଷିଣ ୨୪ ପରଗନାର ସୋନାରପୁରରେ…

ମନ୍‌ କି ବାତ୍‌ରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ମୋଦି, କହିଲେ ଗ୍ରୀଷ୍ମ ପ୍ରବାହରେ…

ନୂଆଦିଲ୍ଲୀ,୩୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ର ୧୩୪ ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

ମାମୁଘରକୁ ବୁଲିବା ପାଇଁ ଆସିଥିଲେ ଭାଣିଜୀ, ସକାଳୁ ମିଳିଲା ଝୁଲନ୍ତା ମୃତଦେହ

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କେବି ଦାଣ୍ଡୁଆ ପଞ୍ଚାୟତ ବଡ଼ପାଳ ସିନ୍ଦୂଆ ପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri