ଟିଡି ଟିକା ନେଇ ୨ ଛାତ୍ରୀ ଅଚେତ

ବ୍ରହ୍ମପୁର ଅଫିସ,୮ା୯-ସରକାରୀ ଯୋଜନାରେ ମାଗଣାରେ ଯୋଗାଣ ହେଉଥିବା ଟିଟାନସ ଡିପ୍‌ଥେରିଆ (ଟିଡ଼ି) ଟିକା ନେଇ ବ୍ରହ୍ମପୁରର ଏକ ଘରୋଇ ସ୍କୁଲର ଦୁଇଜଣ ଛାତ୍ରୀ ଅଚେତ ହୋଇପଡ଼ିଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଉଭୟ ଛାତ୍ରୀଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡ଼ା. ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ଟିକା ନେବାକୁ ଛାତ୍ରୀଛାତ୍ରମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଅନ୍ୟପଟେ ଅଭିଭାବକ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଟିଡି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଛାତ୍ରୀମାନେ ଅଚେତ ହୋଇପଡ଼ିଥିଲେ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଥିବ ତାହା ସ୍ପଷ୍ଟ ହୋଇପାରୁ ନ ଥିବା ଅଭିଭାବକମାନେ କହିଛନ୍ତି । ସେପଟେ ସିଡିଏମ୍‌ଓ ଡ଼ା. ପାଣିଗ୍ରାହୀ କହିଛନ୍ତି, ଇଞ୍ଜେକ୍ସନ ଦେବା ବେଳେ କେତେକ ଛାତ୍ରୀଛାତ୍ର ଡ଼ରି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ୧୦ମ ଶ୍ରେଣୀ ଛାତ୍ରୀ ଇଞ୍ଜେକ୍ସନ ନେବା ପରେ ଅଚେତ ହୋଇପଡ଼ିଥିବା ଅନୁମାନ କରାଯାଉଛି। ସେ ଆହୁରି କହିଛନ୍ତି, ଏହି ସ୍କୁଲ ବ୍ୟତୀତ ଅନ୍ୟ କୌଣସି ବିଦ୍ୟାଳୟରେ ଏଭଳି ଖବର ମିଳିନାହିଁ ।
ପୂର୍ବରୁ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟ ବିଭାଗ ମାଧ୍ୟମରେ ଛାତ୍ରୀଛାତ୍ରମାନଙ୍କୁ ଟିଡି ଟିକା ଦିଆଯାଉଥିଲା। ବର୍ତ୍ତମାନ ତାହା ପରିବର୍ତ୍ତନ କରାଯାଇ ୧୪ ରୁ ୧୬ ବର୍ଷ ବୟସ୍କ ଛାତ୍ରୀଛାତ୍ରଙ୍କୁ ଏହି ଟିକା ଦିଆଯାଉଛି । ସେ ଅନୁଯାୟୀ, ଗଞ୍ଜାମ ଜିଲାରେ ମଧ୍ୟ ଶନିବାର ମାଗଣାରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଉଭୟ ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରୀଛାତ୍ରମାନଙ୍କୁ ଏହି ଟିକା ଦିଆଯାଇଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପୃଥକ୍‌ ଭାବେ ବିଭିନ୍ନ ବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ରମାନଙ୍କୁ ଏହି ଟିକା ଦେଇଥିଲେ। ସ୍ଥାନୀୟ ଶିବାନନ୍ଦ ନଗରସ୍ଥିତ ମା’ ସରସ୍ବତୀ ବିଦ୍ୟା ମନ୍ଦିରକୁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଶନିବାର ଯାଇଥିଲେ। ସେଠାରେ ଅଧ୍ୟୟନ କରୁଥିବା ୧୦ମ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କୁ ଟିକା ଦିଆଯାଇଥିଲା। ଏହା ପରେ ୨ଜଣ ଛାତ୍ରୀ ସ୍ନେହା ମହାନ୍ତି ଓ ସ୍ରଷ୍ଟା ସତରୂପା ପାଢ଼ୀ ହଠାତ୍‌ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏହା ଦେଖି ଅନ୍ୟ ଛାତ୍ରୀଛାତ୍ରମାନେ ଭୟଭୀତ ହୋଇ ପଡ଼ିଥିଲେ । ଗୁରୁମା ଗୁରୁଜୀମାନେ ତୁରନ୍ତ ଅଚେତ ଛାତ୍ରୀ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନଗର ଚିକିତ୍ସାଳୟ(ସିଟି ହସ୍ପିଟାଲ)ରେ ଭର୍ତ୍ତି କରିଥିଲେ । ହେଲେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡ଼ାକ୍ତର ସେମାନଙ୍କୁ ଏମ୍‌କେସିିଜି ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଉଭୟ ଛାତ୍ରୀଛାତ୍ରଙ୍କୁ କାଜୁଆଲଟିରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିଛି ସମୟ ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହୋଇଥିଲା । ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସେଠାରେ ପହଞ୍ଚତ୍ ଉଭୟ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ବର୍ତ୍ତମାନ ଛାତ୍ରୀଦ୍ୱୟଙ୍କ ଅବସ୍ଥାରେ ସୁଧାର ଆସିଥିବା ସିଡିଏମ୍‌ଓ ପାଣିଗ୍ରାହୀ କହିଛନ୍ତି। ଅନ୍ୟପଟେ ଜିଲା ଶିକ୍ଷାଧିକାରୀ (ଡିଇଓ) ଡ଼. ସନାତନ ପଣ୍ଡା ଖବର ପାଇ ଏମ୍‌କେସିଜି ମେଡିକାଲରେ ପହଞ୍ଚତ୍ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ସେମାନେ ସୁସ୍ଥ ଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri