ଟିଟୋଙ୍କ ସହଯୋଗୀ ଡାଙ୍ଗ ଗିରଫ: କେନ୍ଦ୍ରାପଡ଼ାର ହୋଟେଲରୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଡାହାଣ ହାତ କୁହାଯାଉଥିବା ସେକ୍‌ ଜାବିଦ୍‌ ଓରଫ ଡାଙ୍ଗଙ୍କୁ ଏସ୍‌ଟିଏଫ୍‌ ଶନିବାର ସକାଳେ କେନ୍ଦ୍ରାପଡ଼ାର ଏକ ହୋଟେଲରୁ ଗିରଫ କରିଛି। ଡାଙ୍ଗଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଡାଙ୍ଗଙ୍କ ଘର କେନ୍ଦ୍ରାପଡ଼ା ଟାଉନର ଇମାମବାଦ ମସଜିଦ ଗଳିରେ ହୋଇଥିବାବେଳେ ସେ ଠିକାଦାର ଶିବପ୍ରସାଦ ପରିଡ଼ାଙ୍କ ଅପହରଣ ଘଟଣାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ାର ଠିକାଦାର ଶିବପ୍ରସାଦଙ୍କୁ ଟିଟୋ ୩କୋଟି ଟଙ୍କା ଦାଦାବଟି ମାଗିଥିଲେ। ଶିବପ୍ରସାଦ ଏତେ ଟଙ୍କା ଦେବାକୁ ମନା କରିବାରୁ ଟିଟୋ କ୍ଷୁବ୍ଧ ହୋଇଯାଇଥିଲେ। ଶିବପ୍ରସାଦଙ୍କୁ ଅପହରଣ ପାଇଁ ସେ ଡାଙ୍ଗଙ୍କୁ କହିଥିଲେ। ୨୦୧୭ ସେପ୍ଟେମ୍ବର ୯ରେ ଡାଙ୍ଗ ଶିବପ୍ରସାଦଙ୍କୁ ତାଙ୍କ ଅଫିସରୁ ଅପହରଣ କରି ନେଇଥିଲେ। ଟଙ୍କା ନ ଦେବା ପର୍ଯ୍ୟନ୍ତ ମୁଣ୍ଡ ଜାମିନ୍‌ ରଖି ମାଡ଼ ମାରିଥିଲେ। ଶିବପ୍ରସାଦଙ୍କ ପରିବାର ଲୋକେ ଟଙ୍କା ଆଣି ଦେବା ପରେ ଡାଙ୍ଗ ତାଙ୍କୁ ଛାଡ଼ିିଥିଲେ। ତେବେ ଥାନାକୁ ଗଲେ କିମ୍ବା ପୋଲିସକୁ ଜଣାଇଲେ ଜୀବନରୁ ମାରିଦେବାକୁ ଡାଙ୍ଗ ଧମକ ଦେଇଥିଲେ। ଫଳରେ ଶିବପ୍ରସାଦ ଥାନାରେ ଅଭିଯୋଗ କରି ନ ଥିଲେ। ତେବେ ଟିଟୋଙ୍କୁ ଏସ୍‌ଟିଏଫ୍‌ ଗିରଫ କରିବା ପରେ ଶିବପ୍ରସାଦ ଡାଙ୍ଗଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଡାଙ୍ଗ ଗିରଫ ଭୟରେ କୋଲକାତା ପଳାଇ ଯାଇଥିଲେ। କିଛି ଦିନ ତଳେ ସେ କେନ୍ଦ୍ରାପଡାକୁ ଫେରିଥିଲେ। ଏ ସଂକ୍ରାନ୍ତରେ ଏସ୍‌ଟିଏଫ୍‌ ତଦନ୍ତକାରୀ ଅଧିକାରୀ ଖବର ପାଇଥିଲେ। ଏହାପରେ ଡାଙ୍ଗଙ୍କୁ ଧରିବା ପାଇଁ ଏକ ଟିମ୍‌ ଶୁକ୍ରବାର ରାତିରେ କେନ୍ଦ୍ରାପଡ଼ା ଯାଇଥିଲା। ଡାଙ୍ଗ ଏକ ହୋଟେଲରେ ଲୁଚିଥିବା ବେଳେ ଏସ୍‌ଟିଏଫ୍‌ ଚଢାଉ କରି ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?