Posted inରାଜ୍ୟ

ଟମକା-ମଙ୍ଗଳପୁର ରାସ୍ତା ଶୋଚନୀୟ: ଶୁଣିଲାନି ପ୍ରଶାସନ; ରାସ୍ତା ମରାମତି କଲା ଟାଟା ଷ୍ଟିଲ

କାଳିଆପାଣି,୩୦ା୬(ଡି.ଏନ୍‌.ଏ.)- କାଳିଆପାଣି ଖଣି ଅଞ୍ଚଳର ଟମକା-ମଙ୍ଗଳପୁର ରାସ୍ତା ଶୋଚନୀୟ ହୋଇପଡ଼ିଛି। ପ୍ରତିଦିନ ଖଣି ଅଞ୍ଚଳରୁ ଏହି ରାସ୍ତା ଦେଇ ହଜାର ହଜାର କ୍ରୋମାଇଟ ବୋଝେଇ ଟ୍ରକ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବାବେଳେ ସରକାର କୋଟିକୋଟି ଟଙ୍କା ରାଜସ୍ବ ଆଦାୟ କରୁଛନ୍ତି। କାର୍ଯ୍ୟ କରୁଥିବା ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ କମ୍ପାନୀ ଖଣି ଅଞ୍ଚଳର ବିକାଶ ପାଇଁ ନିଜର ଲାଭାଂଶରୁ କୋଟିକୋଟି ଟଙ୍କା ଜିଲା ଖଣିଜ ପାଣ୍ଠିରେ ଜମା କରୁଥିବାବେଳେ ଏହା କୌଣସି କାମରେ ଲାଗୁନାହଁି। ଅନ୍ୟପକ୍ଷରେ ଖଣି ଅଞ୍ଚଳକୁ ସଂଯୋଗ କରୁଥିବା ଟମକା-ମଙ୍ଗଳପୁର ରାସ୍ତାର କରି ତଃ କଲରଙ୍ଗୀ ଫେକର ଗେଟଠାରୁ କଅଁସ ପର୍ଯ୍ୟନ୍ତ ମୁଖ୍ୟ ବଜାର ଦେଇ ଯାଉଥିବା ରାସ୍ତାରେ ଆଣ୍ଠୁଏ ଲେଖାଏ ଗର୍ତ୍ତ ଦେଖିବାକୁ ମିଳିଛି। ଆଗକୁ ରଥଯାତ୍ରା ଥିବାରୁ ଏହି ରାସ୍ତା ମରାମତି ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲେ ହେଁ ଜିଲା ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଟାଟାଷ୍ଟିଲ ପରିଚାଳିତ ଟିସ୍କୋ ଜଗନ୍ନାଥ ମନ୍ଦିରରୁ ରଥ ଏହି ରାସ୍ତା ଦେଇ ଯିବାକୁ ଥିବାରୁ ଟାଟା ଷ୍ଟିଲ ପକ୍ଷରୁ ରାସ୍ତା ମରାମତି ହୋଇଛି। ରଥଯାତ୍ରାକୁ ସୂଚାରୁରୂପେ ପାଳନ ପାଇଁ ଟାଟଷ୍ଟିଲ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶଙ୍କା: ୫ IASଙ୍କୁ ମିଳିଲା ପରିଚାଳନା ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଜିଲା…

ଭୁବନେଶ୍ୱର,୨୫ା୧୦: ସମ୍ଭାବ୍ୟ ବାତ୍ୟା ଓ ଏହାର ପରବର୍ତ୍ତୀ ସ୍ଥିତିର ସଫଳ ପରିଚାଳନା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବାତ୍ୟା ଯୋଗୁ ଅଧିକ ପ୍ରଭାବିତ…

ଘର ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଲେ ୨୦ ଭରି ସୁନା ଅଳଙ୍କାର ସହ ସ୍କୁଟି

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ଓ୍ବାର୍ଡ ପୁଞ୍ଜିକୟଁା ଛକ ବିଷଧର ନଗରରେ ରହୁଥିବା ପ୍ରଧାନଶିକ୍ଷକ ପଦ୍ମନ ଶବରଙ୍କ ଘର ଗ୍ରୀଲ୍‌…

ପ୍ରାକୃତିକ ବିପର୍ଯ୍ୟୟରେ ମହିଳାଙ୍କ ସୁରକ୍ଷା ଓ ଅନ୍ତର୍ଭୁକ୍ତୀକରଣ ଉପରେ କର୍ମଶାଳା

ଭଞ୍ଜନଗର, ୨୫ା୧୦ (ବାବୁଲା ପ୍ରଧାନ): ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ…

୧୧ ସପ୍ତାହରେ ୨ ବହି ପ୍ରକାଶ କରି ବିଶ୍ୱ ରେକର୍ଡ ହାସଲ କଲେ ଶୁଭସ୍ମିତା

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିଜର ପ୍ରତିଭା, ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସାହିତ୍ୟ ଓ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଗଞ୍ଜାମ ଜିଲା…

ଜୁଆଆଡ୍ଡାରେ ଚଢ଼ାଉ: ପୋଲିସକୁ ଦେଖି ଦୌଡ଼ି ପଳାଉଥିଲେ, ୪ ଜୁଆଡ଼ିଙ୍କୁ ମାଡ଼ି ବସି…

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଆଶ୍ୱିନ କୁମାର ପୂର୍ଣ୍ଣମୀ ଅବ୍ୟବହିତ ପୂର୍ବରୁ ୪ ଦିନ ମଧ୍ୟରେ ୩ଟି ଜୁଆଖେଳର ଅତର୍କିତ ଚଢ଼ାଉ କରି…

ସ୍କୁଲ ବସ୍‌ରେ ଲାଗିଲା ନିଆଁ, ଜାଣିଶୁଣି କେହି…

ନବରଙ୍ଗପୁର,୨୫ା୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ସ୍କୁଲ ପରିସରରେ ଥିବା ଏକ ଅବ୍ୟବହୃତ ବସ୍‌ରେ ନିଆଁ ଲାଗି ଜଳିଯାଇଛି। ବସ୍‌ଟି ହୁତୁହୁତୁ ହୋଇ…

ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ କଲେ ଏମ୍‌ପି-ବିଧାୟକ, ପ୍ରତିଶ୍ରୁତି ଦେଇ କହିଲେ ଖୁବ୍‌ଶୀଘ୍ର ଜିଲାରେ ପ୍ରତିଷ୍ଠା ହେବାକୁ ଯାଉଛି…

ମହାକାଳପଡ଼ା,୨୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ନଦୀନାଳ ଘେରା ବତୀଘର ପଞ୍ଚାୟତରେ ଏକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏମ୍‌ପି ବୈଜୟନ୍ତ ପଣ୍ଡା ଓ ମହାକାଳପଡ଼ା ବିଧାୟକ ଡ.…

କୋଟିଆରେ ଆନ୍ଧ୍ର ପୋଲିସକୁ କୋରାପୁଟ ବିଧାୟକଙ୍କ ବିରୋଧ: ‘ଆବଶ୍ୟକ ପଡ଼ିଲେ ଓଡ଼ିଶାର ଅନୁମତି ନେଇ ଆସ

ପଟ୍ଟାଙ୍ଗି, ୨୫ା୧୦ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?