Posted inରାଜ୍ୟ

ଟମକା-ମଙ୍ଗଳପୁର ରାସ୍ତା ଶୋଚନୀୟ: ଶୁଣିଲାନି ପ୍ରଶାସନ; ରାସ୍ତା ମରାମତି କଲା ଟାଟା ଷ୍ଟିଲ

କାଳିଆପାଣି,୩୦ା୬(ଡି.ଏନ୍‌.ଏ.)- କାଳିଆପାଣି ଖଣି ଅଞ୍ଚଳର ଟମକା-ମଙ୍ଗଳପୁର ରାସ୍ତା ଶୋଚନୀୟ ହୋଇପଡ଼ିଛି। ପ୍ରତିଦିନ ଖଣି ଅଞ୍ଚଳରୁ ଏହି ରାସ୍ତା ଦେଇ ହଜାର ହଜାର କ୍ରୋମାଇଟ ବୋଝେଇ ଟ୍ରକ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବାବେଳେ ସରକାର କୋଟିକୋଟି ଟଙ୍କା ରାଜସ୍ବ ଆଦାୟ କରୁଛନ୍ତି। କାର୍ଯ୍ୟ କରୁଥିବା ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ କମ୍ପାନୀ ଖଣି ଅଞ୍ଚଳର ବିକାଶ ପାଇଁ ନିଜର ଲାଭାଂଶରୁ କୋଟିକୋଟି ଟଙ୍କା ଜିଲା ଖଣିଜ ପାଣ୍ଠିରେ ଜମା କରୁଥିବାବେଳେ ଏହା କୌଣସି କାମରେ ଲାଗୁନାହଁି। ଅନ୍ୟପକ୍ଷରେ ଖଣି ଅଞ୍ଚଳକୁ ସଂଯୋଗ କରୁଥିବା ଟମକା-ମଙ୍ଗଳପୁର ରାସ୍ତାର କରି ତଃ କଲରଙ୍ଗୀ ଫେକର ଗେଟଠାରୁ କଅଁସ ପର୍ଯ୍ୟନ୍ତ ମୁଖ୍ୟ ବଜାର ଦେଇ ଯାଉଥିବା ରାସ୍ତାରେ ଆଣ୍ଠୁଏ ଲେଖାଏ ଗର୍ତ୍ତ ଦେଖିବାକୁ ମିଳିଛି। ଆଗକୁ ରଥଯାତ୍ରା ଥିବାରୁ ଏହି ରାସ୍ତା ମରାମତି ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲେ ହେଁ ଜିଲା ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଟାଟାଷ୍ଟିଲ ପରିଚାଳିତ ଟିସ୍କୋ ଜଗନ୍ନାଥ ମନ୍ଦିରରୁ ରଥ ଏହି ରାସ୍ତା ଦେଇ ଯିବାକୁ ଥିବାରୁ ଟାଟା ଷ୍ଟିଲ ପକ୍ଷରୁ ରାସ୍ତା ମରାମତି ହୋଇଛି। ରଥଯାତ୍ରାକୁ ସୂଚାରୁରୂପେ ପାଳନ ପାଇଁ ଟାଟଷ୍ଟିଲ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର,୧୯ା୮: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ମନାକୁ ଆସିଛି। ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା ସର୍ବୋଚ୍ଚ ସାହିତ୍ୟ…

ଓଡ଼ିଶା ପାଇଁ ବଡ଼ ରେଲଓ୍ବେ ଭେଟି, ମୋଦି ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (CCEA) ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦରେ ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri