ଝୁଲି ରହିଛି ୩ କଏଦୀଙ୍କ ଓଡ଼ିଶା ସ୍ଥାନାନ୍ତର ନିଷ୍ପତ୍ତି

ତ୍ରିନାଥ ମହାନ୍ତି
ଭୁବନେଶ୍ୱର, ୬ା୫(ବ୍ୟୁରୋ): କେତେକ ମାମଲାରେ ୩ଜଣ ଓଡ଼ିଆ କଏଦୀ ଏବେ ତାମିଲନାଡୁ ଜେଲରେ ଅଛନ୍ତି। ସେମାନେ ଓଡ଼ିଶା ସ୍ଥାନାନ୍ତର ପାଇଁ ବାରମ୍ବାର ଆବେଦନ କରି ନିରାଶ ହୋଇଛନ୍ତି। ଏପଟେ ଦୁଇବର୍ଷ ହେବ ଓଡ଼ିଶା ଜେଲ ବିଭାଗ ପକ୍ଷରୁ ତାମିଲ୍‌ନାଡୁ ଜେଲ ବିଭାଗକୁ ଅନେକଥର ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ପ୍ରତ୍ୟୁତ୍ତର ମିଳିପାରୁନି। ଫଳରେ କଏଦୀ ସ୍ଥାନାନ୍ତର ନିଷ୍ପତ୍ତି ଝୁଲି ରହିଛି।
ସୂଚନାଯୋଗ୍ୟ, ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ହରସିଂପୁର ଗଁାର ଯତୀନ୍ଦ୍ର କୁମାର ବେହେରା ତାମିଲ୍‌ନାଡୁର ଚେନ୍ନାଇରେ ରହୁଥିବାବେଳେ ଏକ ଏସିଡ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ। ୨୦୧୩ରୁ ସେ ମାଡ୍ରାସ ପୁଜଲ ସେଣ୍ଟ୍ରାଲ ଜେଲ୍‌ରେ ଆଜୀବନ ସଜା କାଟୁଛନ୍ତି। ପାରିବାରିକ ପରିସ୍ଥିତିକୁ ନେଇ ୨୦୧୭ରେ ସେ ଓଡ଼ିଶା ଜେଲକୁ ସ୍ଥାନାନ୍ତର ପାଇଁ ମାଡ୍ରାସ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ। ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ ଯେ, ଗାଁରେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନାହିଁ। ୨୦୧୪ ଅଗଷ୍ଟ ୧୮ରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗଦେଇପାରି ନ ଥିଲେ। ଘରେ ଏକୁଟିଆ ଥିବା ୭୮ବର୍ଷୀୟା ମା’ ଅସୁସ୍ଥ ଅଛନ୍ତି। ସେ ତାଙ୍କୁ ଦେଖା କରିବାକୁ ତାମିଲନାଡୁ ଆସିପାରୁ ନାହାନ୍ତି କି ଦେଖାଶୁଣା କରିବା ପାଇଁ ମା’ଙ୍କ ପାଖରେ କେହି ନାହାନ୍ତି। ତେଣୁ ଓଡ଼ିଶାର ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରାଯାଉ ବୋଲି ଯତୀନ୍ଦ୍ର କୋର୍ଟଙ୍କୁ ନିବେଦନ କରିଥିଲେ। ମାମଲାର ବିଚାର କରି ମାଡ୍ରାସ ହାଇକୋର୍ଟ ୩ ମାସ ମଧ୍ୟରେ ଯତୀନ୍ଦ୍ରଙ୍କ ସ୍ଥାନାନ୍ତର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ତାମିଲ୍‌ନାଡୁ ଜେଲ୍‌ ବିଭାଗକୁ ୨୦୧୯ ନଭେମ୍ବର ୩୧ରେ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଏହା ପୂର୍ବରୁ ଯତୀନ୍ଦ୍ରଙ୍କ ଭଳି ସେହି ଜେଲରେ ଥିବା ଅନ୍ୟ ଦୁଇ ଓଡ଼ିଆ କଏଦୀ ସତ୍ୟନାରାୟଣ ଗୁନାର ଓ ଅଜୟ କୁମାର ମଧ୍ୟ ଓଡ଼ିଶା ସ୍ଥାନାନ୍ତର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାମିଲନାଡୁ ଜେଲ ବିଭାଗ ୨୦୧୮ରେ ଓଡ଼ିଶା ଜେଲ ବିଭାଗ ଏବଂ ସଂଶୋଧନ ସେବା ନିର୍ଦ୍ଦେଶାଳୟକୁ ଚିଠି ମାଧ୍ୟମରେ ଏହି ୩ଜଣ ଦୋଷୀଙ୍କ ସ୍ଥାନାନ୍ତର ପାଇଁ ଅନୁମତି ଚାହିଁଥିଲେ। ଏହି ଆଧାରରେ ଓଡ଼ିଶା ଜେଲ ବିଭାଗ ସେହିବର୍ଷ ମେ ୩୧ରେ ତାମିଲନାଡୁ ଜେଲର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ମାମଲା ସଂକ୍ରାନ୍ତ କିଛି ଦଲିଲ ମାଗିଥିଲେ। ଏହାପରେ ମଧ୍ୟ ଓଡ଼ିଶା ଜେଲ ବିଭାଗ ଏକାଧିକ ଚିଠି କରିଛି, ହେଲେ ତାମିଲନାଡୁ ଜେଲ ବିଭାଗ ଆବଶ୍ୟକ ଦଲିଲ ପଠାଉ ନାହାନ୍ତି କି ପ୍ରତ୍ୟୁତ୍ତର ମଧ୍ୟ ଦେଉନାହାନ୍ତି। ଶେଷରେ ଓଡ଼ିଶା ଜେଲ କର୍ତ୍ତୃପକ୍ଷ ଗତ ଏପ୍ରିଲ ୩୦ରେ ପୁଣି ତାମିଲ୍‌ନାଡୁ ଜେଲ ବିଭାଗକୁ ଚିଠି ଲେଖିଛନ୍ତି।
ଯତୀନ୍ଦ୍ରଙ୍କ ଓକିଲ ଶୁଭଲକ୍ଷ୍ମୀ ସାମନ୍ତ କହିଛନ୍ତି, କୋର୍ଟ ଦେଇଥିବା ୩ମାସର ସମୟ ଅତିବାହିତ ହୋଇଯାଇଛି। ଓଡ଼ିଶା ଏବଂ ତାମିଲନାଡୁ ଜେଲ ବିଭାଗ କୋର୍ଟ ଅବମାନନା କରିଥିବାରୁ ପୁଣି କୋର୍ଟର ଆଶ୍ରୟ ନେବୁ। ମାନିବକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ କହିଛନ୍ତି, କଏଦୀଙ୍କ ସ୍ଥାନାନ୍ତର ଏକ ଆଇନଗତ ଓ ମାନବିକ ଅଧିକାର। ତେଣୁ ମାଡ୍ରାସ ଜେଲରେ ପୀଡ଼ିତ ଓଡ଼ିଶାର କଏଦୀମାନେ ଟ୍ରାନ୍ସଫର ଅଫ ପ୍ରିଜନର୍ସ ଅଧିନିୟମର ଧାରା ୩ ଅନୁଯାୟୀ ଓଡ଼ିଶା ସ୍ଥାନାନ୍ତର ପାଇଁ ଅଧିକାର ପାଇଛନ୍ତି। ଏତେ ଦିନ ଧରି ଆବେଦନ ପକାଇ ରଖିବା ସେମାନଙ୍କ ମାନବିକ ଅଧିକାର ଉଲ୍ଲଂଘନ।
ଏ ନେଇ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ଯେ, ଆମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରି ତାମିଲନାଡୁ ଜେଲ ବିଭାଗକୁ ଚିଠି ଲେଖିଛୁ। ଆଶା କରୁଛୁ ଖୁବ୍‌ଶୀଘ୍ର ଏହି ୩କଏଦୀଙ୍କ ସ୍ଥାନାନ୍ତର ସଫଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri