Posted inଖେଳ

ଜୟଦେବ ଉନାଡକଟ୍‌ଙ୍କ ନିର୍ବନ୍ଧ

ସୌରାଷ୍ଟ୍ର, ୧୬।୩ – ନିଜ ଅଧିନାୟକତ୍ୱରେ ଦୁଇଦିନ ତଳେ ସୌରାଷ୍ଟ୍ରକୁ ପ୍ରଥମଥର ଲାଗି ରଣ୍‌ଜୀ ଟ୍ରଫି ଚାମ୍ପିୟନ କରାଇଥିବା ଜୟଦେବ ଉନାଡକଟ୍‌ଙ୍କ ନିର୍ବନ୍ଧ ରବିବାର ଅନୁଷ୍ଠିତ ହୋଇଯାଇଛି। ୨୮ ବର୍ଷୀୟ ଉନାଡକଟ ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରେ ଭାବିପତ୍ନୀଙ୍କ ସହ ଏକାଠି ଠିଆ ହୋଇଥିବାରୁ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ତଳେ ସେ ‘ଛ ଘଣ୍ଟା, ୨ ମିଲ୍ସ ଓ ପରେ ଏକ କେକ୍‌’ ବୋଲି କ୍ୟାପସନ୍‌ ଲେଖିବା ସହ ଏକ ମୁଦି ଓ ହାର୍ଟଚିତ୍ର ଛାଡ଼ିଛନ୍ତି। ତେବେ ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ଏହି ବାମହାତୀ ସୌରାଷ୍ଟ୍ର ଦ୍ରୁତ ବୋଲର ତାଙ୍କ ଭାବି ପତ୍ନୀଙ୍କ ନାମ ଏଥିରେ ଉଲ୍ଲେଖ କରିନାହାନ୍ତି। କିନ୍ତୁ ନିର୍ବନ୍ଧ ଉତ୍ସବରେ ଯୋଗ ଦେଇଥିବା ସାଥୀ ସୌରାଷ୍ଟ୍ର ଖେଳାଳି ତଥା ଭାରତୀୟ ଟେଷ୍ଟ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଜୟଦେବଙ୍କ ଭାବିପତ୍ନୀଙ୍କ ନାମ ପ୍ରକାଶ କରିଛନ୍ତି। ପୂଜାରା ତାଙ୍କ ଟୁଇଟର୍‌ ଆକାଉଣ୍ଟରେ ନିର୍ବନ୍ଧ ଉତ୍ସବର ଏକ ଫଟୋ ଛାଡ଼ିଛନ୍ତି, ଯେଉଁଥିରେ ପତ୍ନୀ ପୂଜା ପବରୀଙ୍କ ସହ ପୂଜାରା ଠିଆ ହୋଇଛନ୍ତି ଏବଂ ପାଖରେ ଉନାଡକଟ୍‌ ଓ ତାଙ୍କ ଭାବି ପତ୍ନୀ ମଧ୍ୟ ରହିଛନ୍ତି। ଏହି ଫଟୋରେ ପୂଜାରା ଲେଖିଛନ୍ତି ‘ପରିବାରରେ ତୁମକୁ ସ୍ବାଗତ କରୁଛୁ ରିନ୍ନି। ମୋତେ ବହୁତ ଖୁସି ଲାଗୁଛି କି ମୋ ଭାଇକୁ ତା’ର ଜୀବନ ସାଥୀ ମିଳିଯାଇଛି’। ପ୍ରକାଶଯୋଗ୍ୟ, ନିଜର ପ୍ରଭାବୀ ବୋଲିଂ ବଳରେ ଉନାଡକଟ୍‌ ସୌରାଷ୍ଟ୍ରକୁ ପ୍ରଥମଥର ରଣ୍‌ଜୀ ଚାମ୍ପିୟନ କରାଇବାରେ ସଫଳ ହୋଇଛନ୍ତି। ବେଙ୍ଗଲ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ସୌରାଷ୍ଟ୍ର ଚାମ୍ପିୟନ ହୋଇଥିଲା। ଚଳିତ ରଣ୍‌ଜୀ ସିଜନରେ ସେ ୧୩.୨୩ ଆଭରେଜରେ ମୋଟ୍‌ ୬୭ ଉଇକେଟ୍‌ ଅକ୍ତିଆର କରିଥିଲେ। ଏଥିସହ ଗୋଟିଏ ସିଜନରେ ରଣ୍‌ଜୀ ଟ୍ରଫିରେ ଦ୍ରୁତ ବୋଲର ଭାବେ ସର୍ବାଧିକ ଉଇକେଟ୍‌ ହାସଲ କରିବାରେ ସେ ୨୧ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ୧୯୯୮-୯୯ ସିଜନରେ କର୍ନାଟକର ଡୋଡ୍ଡା ଗଣେଶ ୬୫ ଉଇକେଟ୍‌ ନେଇ ଏହି ରେକର୍ଡର ଅଧିକାରୀ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିମ୍ବାଓ୍ବେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ସଞ୍ଜୁ ସାମସନ ବାଦ୍‌

ନୂଆଦିଲ୍ଲୀ, ୬ା୭: ଚଳିତମାସ ପରବର୍ତ୍ତୀ ଭାଗରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ…

କ୍ୱାର୍ଟରରେ ଇଂଲଣ୍ଡ, ମେକ୍ସିକୋର ଅଭିଯାନ ଶେଷ

ମେକ୍ସିକୋ ସିଟି, ୬ା୭: ଘରୋଇ ଫିଲ୍ଡ ଓ ପରିବେଶରେ ଖେଳିବାର ଫାଇଦା ସହିତ ପ୍ରତିପକ୍ଷ ଦଳ ପ୍ରାୟତଃ ଦ୍ୱିତୀୟାର୍ଦ୍ଧ ୧୦ ଖେଳାଳିରେ ଖେଳିବା ସତ୍ତ୍ୱେ ମେକ୍ସିକୋର ଅଭିଯାନ…

W, W, W, W..ଡବଲ୍‌ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ଏହି ବୋଲର୍‌

ନୂଆଦିଲ୍ଲୀ,୬।୭: ଶ୍ରୀଲଙ୍କାର ପେସ-ବୋଲିଂ ଅଲରାଉଣ୍ଡର ଦାସୁନ ଶାନାକା ଡବଲ ହ୍ୟାଟ୍ରିକ କରି ଇତିହାସ ରଚିଛନ୍ତି। ଆମେରିକାରେ ଚାଲିଥିବା ମେଜର ଲିଗ କ୍ରିକେଟ ଟୁର୍ନାମେଣ୍ଟ ସମୟରେ ଶ୍ରୀଲଙ୍କାର ଏହି…

IND vs ENG 3rd T20I Playing-11: ବାଦ ପଡ଼ିବେ ରବି-ବୈଭବ, ଏହି ୨ ଖେଳାଳିଙ୍କ ହୋଇପାରେ ଏଣ୍ଟ୍ରି!

ନୂଆଦିଲ୍ଲୀ,୬।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟର ଏବେ ବି ତାଙ୍କର ପ୍ରଥମ ବିଜୟ ଖୋଜୁଛନ୍ତି। ସେ ଆୟରଲ୍ୟାଣ୍ଡ ଭଳି ଦଳ ବିପକ୍ଷରେ ଖାତା…

ସଙ୍କଟମୋଚକ ସାଜିଲେ ଦ୍ରାବିଡଙ୍କ ସାନ ପୁଅ: କ୍ରିକେଟ୍‌ ପଡ଼ିଆରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୬।୭: କ୍ରିକେଟ ପଡ଼ିଆରେ ରାହୁଲ ଦ୍ରାବିଡଙ୍କୁ ପ୍ରାୟତଃ ଟିମ ଇଣ୍ଡିଆର ‘ସଙ୍କଟମୋଚକ’ ଏବଂ ‘କାନ୍ଥ’ ଭାବରେ ଦେଖାଯାଏ। ଏବେ ତାଙ୍କ ସାନ ପୁଅ ଅନଭୟ,ତାଙ୍କ ପଦାଙ୍କ ଅନୁସରଣ…

ରେଡ୍‌ କାର୍ଡ ପ୍ରତ୍ୟାହାର ପରେ ଫିଫାକୁ ଧନ୍ୟବାଦ୍‌ ଦେଲେ ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ,୬ା୭: ବୋସନିଆ-ହର୍ଜଗୋଭିନା ବିପକ୍ଷ ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଆମେରିକୀୟ ଫରଓ୍ବାର୍ଡ ଫୋଲାରିନ ବାଲୋଗନଙ୍କୁ ଦିଆଯାଇଥିବା ରେଡ୍‌ କାର୍ଡକୁ ଫିଫା ରବିବାର ସସ୍‌ପେଣ୍ଡ କରିଛି। ଏଥିଯୋଗୁ ସେ ମଙ୍ଗଳବାର…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri