ଜ୍ୱର, ଝାଡ଼ାବାନ୍ତିରେ ୪୯ ଆକ୍ରାନ୍ତ

ବନ୍ତଳା, ୨୫ା୨(ଡି.ଏନ.ଏ.)

ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡା ଜବାହର ନବୋଦୟ ବିଦ୍ୟାଳୟରେ ସୋମବାର ଜ୍ୱର, ଝାଡାବାନ୍ତି ବ୍ୟାପିଛି। ଝାଡାବାନ୍ତିରେ ୧୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩୭ ଜଣ ଜ୍ୱରରେ ପୀଡିତ ହୋଇଥିବା ଜଣାପଡିଛି। ବିଦ୍ୟାଳୟ ଅଧ୍ୟକ୍ଷ ଏ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗକୁ ଜଣାଇବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ଗୋଟିଏ ଟିମ୍‌ ଓ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍‌ ସେଠାରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରିଛନ୍ତି। ଏହି ଟିମ୍‌ରେ ଡ. ବିଶ୍ୱଜିତ ନାୟକ, ଡ. ବୀରେନ ସାହୁ, ଡ. ରାକେଶ ସନ୍ତୋଷ ପାଳ, ଫାର୍ମାସିଷ୍ଟ ଛବିନ୍ଦ୍ର ସାମଲ, ଏପିଡେମିଲୋଜିଷ୍ଟ, ବାୟୋଲୋଜିଷ୍ଟ ପ୍ରମୁଖ ଛାତ୍ରୀଛାତ୍ରଙ୍କ ଚିକିତ୍ସା କରିଛନ୍ତି। ତେବେ ଏଥିରେ ୧୨ ଜଣ ଛାତ୍ରୀଛାତ୍ର ଓ ୨ ଜଣ ରୋଷେୟାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବିଦ୍ୟାଳୟ ପରିସରରେ ସାଲାଇନ ଲଗାଯାଇଛି। ଅନ୍ୟମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଅନ୍ୟପକ୍ଷରେ ୩ ଜଣ ଅଭିଭାବକ ସେମାନଙ୍କ ପିଲାଙ୍କୁ ଅନୁଗୋଳ, ନାଲ୍‌କୋ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରିଥିବା ଜଣାପଡିଛି। ନିମ୍ନମାନର ଖାଦ୍ୟଖାଇ ପିଲାମାନଙ୍କ ଏପରି ଅବସ୍ଥା ହୋଇଥିବା ଅଭିଭାବକ କମିଟିର ପ୍ରଦୀପ ମିଶ୍ର, ବ୍ରଜବନ୍ଧୁ ସାହୁ, ଅଜୟ ପ୍ରଧାନ ଓ ଦୁଃଶାସନ ସେଠୀଙ୍କ ସମେତ ଅନ୍ୟମାନେ ଅଭିଯୋଗ ଆଣିଛନ୍ତି। ଏ ବିଷୟରେ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଆର୍‌. ପି. ସାହୁ କୁହନ୍ତି, ବିଦ୍ୟାଳୟରେ ସମୁଦାୟ ୪୯୪ ଛାତ୍ରୀଛାତ୍ରୀ ପଢୁଛନ୍ତି। ଅଧିକାଂଶ ପିଲା ଛୁଟିରେ ଘରକୁ ଯାଇଥିଲେ। ଅଭିଭାବକମାନେ ଲୁଚାଇ ବାହାର ଖାଦ୍ୟ ଖାଇବା ସହିତ ପାଗ ପରିବର୍ତ୍ତନ ଯୋଗୁ ଏଭଳି ସମସ୍ୟା ଦେଖା ଦେଇଛି। ରୋଷେୟାଙ୍କୁ ମିଶାଇ ୫ ଜଣଙ୍କୁ ସାଲାଇନ ଦିଆଯାଇଛି। ଅନ୍ୟ ୧୫ ଜଣଙ୍କୁ ଭାଇରାଲ ଜ୍ୱର ହୋଇଛି। ସେମାନଙ୍କୁ ଔଷଧ ଦିଆଯାଇଛି। ଏ ବିଷୟରେ ବନ୍ତଳା ସ୍ବାସ୍ଥ୍ୟ ଅଧିକାରୀ ଡ. ଘନଶ୍ୟାମ ବେହେରା କୁହନ୍ତି, ଚିକିତ୍ସା କରାଯିବା ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri