୨୪ ଘଣ୍ଟା ପରେ ଧରାପଡ଼ିଲେ ଜେଲରୁ ଚମ୍ପଟ ବଳାତ୍କାର ଅଭିଯୁକ୍ତ

ଛତ୍ରପୁର,୭।୧(ଡି.ଏନ.ଏ)-ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଜେଲ ପାଚେରି ଡେଇଁ ସୋମବାର ସନ୍ଧ୍ୟାରେ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତ ୨୪ ଘଣ୍ଟା ପରେ ମଙ୍ଗଳବାର ସନ୍ଧ୍ୟାରେ ଧରାପଡ଼ିଛନ୍ତି। ସେ ହେଲେ ପୁରୁଷୋତ୍ତମପୁର ଥାନା ଅଧୀନ ସୁନାଥର ଗାଁର କବିରାଜ ବେହେରା। ଜେଲ ନିକଟସ୍ଥ ବିଲପାର୍ଶ୍ୱ କିଆବୁଦାରୁ ଜେଲ କର୍ମଚାରୀମାନେ ତାଙ୍କୁ କାବୁ କରିଛନ୍ତି। ଏକ ବଳାତ୍କାର ମାମଲାରେ ଗିରଫ ହୋଇ ଗତ ଡିସେମ୍ବର ୭ରେ ଛତ୍ରପୁର ସବ୍‌ଜେଲକୁ ଆସିଥିବା କବିରାଜ ପାଚେରି ଡେଇଁ ଚମ୍ପଟ ମାରିଥିବା ନେଇ ସବ୍‌ଜେଲ ସୁପରିଣ୍ଟେଣ୍ଡେଣ୍ଟ ଶୁଭସ୍ମିତା ବିଶ୍ୱାଳ ମଙ୍ଗଳବାର ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ଏଥିସହ ଏ ସମ୍ପର୍କରେ ସେ ଡିଆଇଜି(ପ୍ରିଜନ୍‌) ରଘୁନାଥ ମାଝିଙ୍କୁ ମଧ୍ୟ ଜଣାଇଥିଲେ। ଡିଆଇଜି ମାଝିଙ୍କ ସମେତ ବ୍ରହ୍ମପୁର ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଏ. କେ. ସିହ୍ନା, ଛତ୍ରପୁର ଏସ୍‌ଡିପିଓ ଗୌତମ କିଶାନ, ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସବ୍‌ଜେଲରେ ପହଞ୍ଚି ତଦନ୍ତ କରିଥିଲେ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଓ ଜେଲ୍‌ ପଛପଟ ପାଚେରି ବାହାରେ ଥିବା ଚିହ୍ନରୁ ଅଭିଯୁକ୍ତ ପାଚେରି ଡେଇଁ ଚମ୍ପଟ ମାରିଥିବା ଜଣାପଡିଥିଲା।
କବିରାଜଙ୍କ ବିରୋଧରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣିଥିଲେ। ଗତ ମାର୍ଚ୍ଚ ୬ ତାରିଖରେ ଏ ନେଇ ଛତ୍ରପୁର ଥାନାରେ ଏତଲା ହୋଇଥିଲା। ଏହାପରେ କବିରାଜ ଫେରାର୍‌ ଥିଲେ। ଡିସେମ୍ବର ୭ ତାରିଖରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସୋମବାର ସନ୍ଧ୍ୟାରେ ଜେଲ ଅନ୍ତେବସୀଙ୍କ ଗଣତି ବେଳେ କବିରାଜ ନ ଥିବା ଜଣାପଡ଼ିଥିଲା। ମଙ୍ଗଳବାର ପୂର୍ବାହ୍ନରେ ଏ ସମ୍ପର୍କରେ ଛତ୍ରପୁର ଥାନାରେ ଅବଗତ କରାଯାଇଥିଲା । ପୋଲିସ ଏକ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫସର ଫାଟିଲା ପୂଜକ କନ୍ଧ ଶତପଥୀଙ୍କ ଘର ଭାଙ୍ଗିବା ପ୍ରୟାସ, ନିରାଶ ହୋଇ ଫେରିଲା ପ୍ରଶାସନ

ଗଞ୍ଜାମ,୧୦।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ତ୍ରିବେଣୀ ମଠ ଛକରେ ଦୀର୍ଘ ୭୦ ବର୍ଷ ହେବ ରହି ଆସୁଛନ୍ତି ପୂଜକ କନ୍ଧ ଶତପଥୀ ଓ ତାଙ୍କ ପରିବାର…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବାକୁ ହିତାଧିକାରୀଙ୍କୁ ନିର୍ଦ୍ଦେଶ

କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ…

ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା।…

ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡ଼ି ୨ ଜଣଙ୍କ ଜୀବନ ଗଲା

ନୀଳଗିରି,୧୦ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ସୋନ ନଦୀ ରଣିତ ଘାଟରେ ଘଟିଛି ଅଘଟଣ। ବୁଧବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ଜାମୁକୋଳି…

ବିଧାୟିକାଙ୍କ ହସ୍ତକ୍ଷେପ ପରେ ମିଳିଲା ମୁଖ୍ୟମନ୍ତ୍ରୀ ରିଲିଫ ସହାୟତା

ରିଷିଡ଼ା,୧୦ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ସରକାରୀ ସହାୟତା ମିଳିବାରେ ବହୁ ବିଳମ୍ବ ହୋଇଥାଏ। କିନ୍ତୁ ସ୍ଥାନୀୟ…

ସରକାରୀ ସହାୟତା ଯୋଗାଇବା ନାଁରେ ଦଲାଲ ଠକି ନେଇଥିଲେ ଟଙ୍କା , ଥାନାରେ ଫେରାଇ…

ରିଷିଡ଼ା,୧୦ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଜନୈକ ମହିଳାଙ୍କଠାରୁ ଓ ବିଭିନ୍ନ ଅଞ୍ଚଳର ଲୋକମାନଙ୍କଠୁ ସରକାରୀ ସହାୟତା ଯୋଗାଇ ଦେବା ନାମରେ ପୌରକେଲା ଗ୍ରାମର ହଜାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri