ଜେଏସ୍‌ଡବ୍ଲ୍ୟୁ ଅଫିସରେ ଭଙ୍ଗାରୁଜା: ୧୦ କୋର୍ଟଚାଲାଣ

ପାରାଦୀପ,୨୫ା୧୨(ସ୍ବ.ପ୍ର.): ସହରର ପ୍ରଶାସନିକ ଭବନ ନିକଟରେ ଥିବା ପାରାଦୀପ ଭବନରେ ମଙ୍ଗଳବାର ତୁମୁଳକାଣ୍ଡ ଘଟିଛି। ଭବନର ତୃତୀୟ ଓ ଚତୁର୍ଥ ମହଲାରେ ଥିବା ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଏବଂ ଜେଏସ୍‌ଡବ୍ଲ୍ୟୁ ପୋର୍ଟ ଟର୍ମିନାଲ ଅଫିସରେ ସୋବୁ (ଷ୍ଟୁଡେଣ୍ଟ ଅରଗାନାଇଜେଶନ୍‌ ଅଫ୍‌ ବିଜୁ ପଟ୍ଟନାୟକ ୟୁନିଭରସିଟି)ସଙ୍ଗଠନର ସଦସ୍ୟମାନେ ଭଙ୍ଗାରୁଜା କରିଛନ୍ତି। ପ୍ରାୟ ୬୦ରୁ ୭୦ ଯୁବକ ଉକ୍ତ ଅଫିସରେ ପଶି କମ୍ପ୍ୟୁଟର, କାଚକାନ୍ଥ, ଟେବୁଲ, ଚେୟାର ଆଦି ଭାଙ୍ଗି ଦେଇଛନ୍ତି। ମାତ୍ର ୫ ମିନିଟ୍‌ ମଧ୍ୟରେ ଘଟିଥିବା ଏହି ତୁମୁଳକାଣ୍ଡlରେ ଦୁଇଟି ଅଫିସରେ ପ୍ରାୟ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଛି। ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚତ୍ ୧୦ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଯୁଗଜ୍ୟୋତି ସ୍ବାଇଁ, ଶାରଦା ବେହେରା, ନୃସିଂହ ଚରଣ ସ୍ବାଇଁ, ମଣ୍ଟୁ ବରାଳ, ପୀତାମ୍ବର ଜେନା, ପଦୀପ ବାରିକ, ଲୋକନାଥ ଜେନା, ଶଶୀଭୂଷଣ ଦାସ, ସିପୁନ ନାୟକ ଓ ସମୀର ବର୍ମନ। ଜେଏସ୍‌ଡବ୍ଲ୍ୟୁ ଟର୍ମିନାଲ ପକ୍ଷରୁ ଆକାଶ ମଜୁମଦାରଙ୍କ ଅଭିଯୋଗ କ୍ରମେ ମାମଲା ନଂ-୨୨୭/୧୯ ଓ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ପକ୍ଷରୁ ଶୁଭାଷ ଚନ୍ଦ୍ର ପରିଡ଼ାଙ୍କ ଅଭିଯୋଗ କ୍ରମେ ମାମଲା ନଂ-୨୨୮/୧୯ ରୁଜୁ ହୋଇଛି। ଏହି ଘଟଣାପରେ କମ୍ପାନୀ କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି।
ସୋବୁ ସଂଗଠନ ଅକ୍ଟୋବର ୧୫ରେ ଜେଏସ୍‌ଡବ୍ଲ୍ୟୁ ଅଫିସ ଆଗରେ ନିଯୁକ୍ତି ଦାବି ନେଇ ସତ୍ୟାଗ୍ରହ କରିଥିଲା। ପରେ ସଂଗଠନର କର୍ମକର୍ତ୍ତା, କମ୍ପାନୀ ପ୍ରତିନିଧିଙ୍କୁ ନେଇ ସ୍ଥାନୀୟ ଏଡିଏମ୍‌ ଅଫିସରେ ଆଲୋଚନା ହୋଇଥିଲା ଏବଂ କମ୍ପାନୀରେ ନିଯୁକ୍ତି ସମ୍ପର୍କରେ ସୋବୁ ସଂଗଠନକୁ ଆଶ୍ୱାସନା ମିଳିଥିଲା। ଅର୍ଥାତ୍‌ ପ୍ରକଳ୍ପ ହେଲେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ମିଳିବ। ଏହି ଘଟଣା ୨ ମାସ ବିତିଥିଲେ ହେଁ ସୋବୁର କୌଣସି ସଦସ୍ୟଙ୍କୁ ନିଯୁକ୍ତି ନ ମିଳିବାରୁ ସେମାନେ ମଙ୍ଗଳବାର ଏପରି କରିଥିଲେ ବୋଲି କୁହାଯାଉଛି। ଏସମ୍ପର୍କରେ ସୋବୁର ପରାମର୍ଶଦାତା ପ୍ରତାପ ମିଶ୍ରଙ୍କୁ ପଚାରିବାରେ ସେ କହିଥିଲେ, ପିଲାମାନେ ଯାହା କରିଛନ୍ତି ତାହା ଗ୍ରହଣୀୟ ନୁହେଁ। କୌଣସି ମତେ ସମ୍ପତ୍ତି କ୍ଷତି କରିବା ଏବଂ ଆଇନକୁ ହାତକୁ ନେବା ଠିକ୍‌ ହୋଇନାହିଁ। କିନ୍ତୁ କମ୍ପାନୀ ମଧ୍ୟ ଠିକ୍‌ କରିନାହିଁ। ଜେଏସ୍‌ଡବ୍ଲ୍ୟୁ ପୋର୍ଟର ସ୍ଥାନୀୟ ପରିଚାଳକ ରଜତ ନାୟକ କହିଛନ୍ତି, ଏ ବିଷୟରେ ଆମ କମ୍ପାନୀର ଲ ସେକ୍ସନ୍‌ ଦେଖୁଛି। ବାକି ପୋଲିସ ପ୍ରଶାସନ ଯାହା କରିବ। ଥାନାଧିକାରୀ ରଜନୀକାନ୍ତ ସାମଲ କହିଛନ୍ତି, ସେମାନଙ୍କର ଯାହା କିଛି ଦାବି ଥିଲା ସେମାନେ ଉପଯୁକ୍ତ ବିଧି ବ୍ୟବସ୍ଥାରେ ଆଲୋଚନା କରିପାରିଥାନ୍ତେ। କିନ୍ତୁ ଆଇନକୁ ହାତକୁ ନେଇଥିବାରୁ ଆଇନ ତା ବାଟରେ ଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri