ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଟଙ୍କା ଲୁଟ୍‌

ରାଜନଗର, ୭ା୬(ଡି.ଏନ.ଏ.) :କେନ୍ଦ୍ରାପଡା ଜିଲାର ରାଜନଗର ଅଞ୍ଚଳରେ ଜଣେ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଟଙ୍କା ଲୁଟି ନିଆଯାଇଛି। ସୂଚନା ଅଧିକାର ଆଇନରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅପରପକ୍ଷରେ ବଞ୍ଚତ୍ ଥାଉ ଥାଉ ମୃତ ବୋଲି ଦର୍ଶାଯିବା ଖବର ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତି ଏକ ଭିଡିଓରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ା ଏହି ଭିଡିଓରେ ସେ ଜୀବିତ ଥିବା ବେଳେ ତାଙ୍କୁ କିପରି ସରପଞ୍ଚ ଓ ସରକାରୀ କର୍ମଚାରୀମାନେ ମାରି ଦେଇ ହରିଶ୍ଚନ୍ଦ୍ର ଯୋଜନା ବାବଦ ଅର୍ଥ ହଡପ କରିଛନ୍ତି ତାହା ନିଜେ ବଖାଣିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଏପଟେ ଉକ୍ତ ଘଟଣାକୁ ନେଇ ବିଭାଗୀୟ ଅଧିକାରୀମାନେ ପରସ୍ପର ଉପରେ ଦୋଷ ଲଦୁଥିବା ଖବର ମିଳିଛି ା
ମିଳିଥିବା ସୂଚନା ଅନୁଯାୟୀ, ରାଜନଗର ବ୍ଲକ ଈଶ୍ୱରପୁର ପଞ୍ଚାୟତ ଶିଳପୋଖରୀ ଗାଁର ବଂଶୀଧର ସ୍ବାଇଁ (୭୦) ଜୀବିତ ଅଛନ୍ତି। କିନ୍ତୁ ଈଶ୍ୱରପୁର ପଞ୍ଚାୟତର ହରିଶ୍ଚନ୍ଦ୍ର ଯୋଜନା ଭାଉଚର ଓ କ୍ୟାସବୁକରେ ବଂଶୀଧରଙ୍କ ୨୦୧୮ ମସିହା ସେପ୍ଟେମ୍ବର ୧୮ରେ ପରଲୋକ ଘଟିଥିବା ଉଲ୍ଲେଖ ରହିଛି। ଏପରି କି ପଞ୍ଚାୟତର ସରପଞ୍ଚ ପର୍ଶୁରାମ ବାରିକ ବଂଶୀଧରଙ୍କ ଘରେ ପହଞ୍ଚତ୍ ହରିଶ୍ଚନ୍ଦ୍ର ଯୋଜନାରେ ମୃଦଦେହ ସକତ୍ାର ପାଇଁ ୨ହଜାର ଟଙ୍କା ସରକାରୀ ସହାୟତା ଯୋଗାଇ ଦେଇଥିବା ଦର୍ଶାଯାଇଛି ା ରେକର୍ଡରେ ବଂଶୀଧରଙ୍କ ପୁଅ ଗଜେନ୍ଦ୍ର ସ୍ବାଇଁ ସରପଞ୍ଚଙ୍କଠାରୁ ୨ ହଜାର ଟଙ୍କା ସରକାରୀ ରାଶି ଗ୍ରହଣ କରିଛନ୍ତି ଓ ଏହି ଭାଉଚରରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ରହିଛି। କିନ୍ତୁ ବଂଶୀଧରଙ୍କର ଗଜେନ୍ଦ୍ର ନାମରେ କେହି ପୁଅ ନାହାନ୍ତି ା ତାଙ୍କର ଏକମାତ୍ର ପୁଅ ବାବୁରାମ କେରଳରେ କାମ କରନ୍ତି ।
ସୂଚନା ଅଧିକାର ଆଇନରେ ସେହି ଗାଁର ଜଣେ ବ୍ୟକ୍ତି ଏହି ତଥ୍ୟ ପାଇବା ପରେ ହରିଶ୍ଚନ୍ଦ୍ର ଯୋଜନାରେ ହେଉଥିବା ଦୁର୍ନୀତି ଏବେ ପଦାକୁ ଆସିଛି। ଜୀବିତ ଥିବା ବଂଶୀଧର ଏବେ ତାଙ୍କ ନାଁରେ ହୋଇଥିବା ହରିଶ୍ଚନ୍ଦ୍ର ଯୋଜନା ଭାଉଚରକୁ ଧରି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ା ସେ ଏକ ଭିଡିଓରେ ଏହି କେଳେଙ୍କାରୀରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମଲ୍ଲିକଙ୍କୁ ପଚାରିବାରେ ଏହା ମୋ ସମୟର ଘଟଣା ନୁହେଁ ପୂର୍ବରୁ ଦାୟିତ୍ୱରେ ଥିବା ସାଧୁଚରଣ ସ୍ବାଇଁଙ୍କ ସମୟରେ ହୋଇଛି ବୋଲି କହିଛନ୍ତି ା ଏବେ ଘଡିଆମାଳ ପଞ୍ଚାୟତରେ କାର୍ଯ୍ୟ କରୁଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଧୁଚରଣଙ୍କୁ ପଚାରିବାରେ କହିଛନ୍ତି ,ବିଡିଓ ସରପଞ୍ଚଙ୍କୁ ଟଙ୍କା ବାଣ୍ଟିବା ପାଇଁ ଦିଅ ବୋଲି କହନ୍ତି, ମୁଁ ଟଙ୍କା ଦେଇଛି। କାହା ନାଁରେ ଭାଉଚର ହୋଇଛି, ମୁଁ ଜାଣିନି ବୋଲି କହିଛନ୍ତି। ସରପଞ୍ଚ ପର୍ଶୁରାମଙ୍କୁ ପଚାରିବାରେ ମୁଁ ନୁହେଁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ବାଣ୍ଟିଥାନ୍ତି ବୋଲି କହିଛନ୍ତି। ତେବେ ଜଣେ ଜୀବିତ ଥିବା ବ୍ୟକ୍ତିଙ୍କୁ କାଗଜପତ୍ରରେ ମାରି ଦେବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି।...

ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।...

ବାଣ ଫୁଟାଇ ପାପୁଲି ହରାଇଲେ ୨: ୯ ଆହତ

ଭଦ୍ରକ/ତିହିଡ଼ି,୧୩ା୧୧(ସନାତନ ରାଉତ/ସଞ୍ଜିତ ବଳ)-ଦୀପାବଳିରେ ବାଣ ଫୁଟାଇବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨ଜଣ ପାପୁଲି ହରାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେହିପରି...

୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ବିଗିଡ଼ିପାରେ ପୂଜା ମାହୋଲ!

ଭୁବନେଶ୍ୱର, ୧୭।୧୦: ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସୱ ନିରୀକ୍ଷକ

ମାଲକାନଗିରି,୫।୭(ଦୁର୍ଯ୍ୟଧନ ପାତ୍ର):  ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ବ ନିରୀକ୍ଷକ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲାରେ।  ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri