ଜୀବନସାଥୀ ଖୋଜି ଯୁବତୀ ହରାଇଲେ ୩ ଲକ୍ଷ

ଭୁବନେଶ୍ୱର,୬ା୬(ବ୍ୟୁରୋ)- କ୍ୟାପିଟାଲ ଥାନା ଅନ୍ତର୍ଗତ ଗଙ୍ଗନଗରର ଜଣେ ଯୁବତୀ ମାଟ୍ରିମୋନିଆଲ ସାଇଟ୍‌ରେ ଜୀବନସାଥୀ ଖୋଜି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏ ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକ୍ରମେ ଦଫା ୪୧୯,୪୨୦,୪୬୮,୪୭୧,୩୪ ଏବଂ ଆଇଟି ଆକ୍ଟ ୬୬(ଡି)ରେ ଏକ ମାମଲା(ନଂ.୧୯୪/୨୦) ରୁଜୁ କରି ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଗଙ୍ଗନଗରରେ ପରିବାର ସହ ରହୁଥିବା ଜଣେ ଯୁବତୀ ବିବାହ ପାଇଁ ମାଟ୍ରିମୋନିଆଲ ସାଇଟ୍‌ରେ ଜୀବନସାଥୀ ଖୋଜିଥିଲେ। ଏହି ସମୟରେ ଠକ ଜଣଙ୍କ ସାଇଟ୍‌ରେ ଅନ୍ୟ ଜଣେ ଯୁବକଙ୍କ ଫଟୋ ଦେବା ସହ ନିଜକୁ ଇଞ୍ଜିନିୟର ବୋଲି ଲେଖିଥିଲେ। ଏହାଦେଖି ଯୁବତୀ ଜଣଙ୍କ ରାଜି ହେବା ସହ ସାଇଟ୍‌ରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରିଥିଲେ। କଥା ହେବା ସମୟରେ ଯୁବକ ନିଜକୁ ଇଞ୍ଜିନିୟର କହିବା ସହ ମାସକୁ ୩ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଥିଲେ। କଥାରେ ଯୁବତୀଙ୍କ ବିଶ୍ୱାସ ଜିଣିବା ପରେ ଯୁବକ ଜଣଙ୍କ ଆରମ୍ଭ କରିଥିଲେ ଠକେଇ ପ୍ରକ୍ରିୟା। ବିବାହ ପୂର୍ବରୁ ଭୁବନେଶ୍ୱରରେ ଏକ ଫ୍ଲାଟ କିଣିବା ପାଇଁ ସେ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଫ୍ଲାଟ ପାଇଁ ସବୁ ଟଙ୍କା ଯୋଗାଡ଼ କରିଥିବାବେଳେ ଆଉ ୪ଲକ୍ଷ ଟଙ୍କା ଆବଶ୍ୟକ ଥିବା ଯୁବକ ଜଣଙ୍କ କହିଥିଲେ। ଏହା ଶୁଣି ଯୁବତୀ ତାଙ୍କୁ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଦେବାକୁ ରାଜି ହେବା ସହ ଯୁବକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ଯୁବକ ଜଣଙ୍କ ନିଜର ଫୋନ୍‌ ବନ୍ଦ କରିଦେଇଥିଲେ। ଯୁବତୀ ତାଙ୍କୁ ବାରମ୍ବାର ଫୋନ୍‌ କରି ବିଫଳ ହେବା ପରେ ଠକେଇର ଶିକାର ହୋଇଥିବା ଜାଣିଥିଲେ। ଶେଷରେ ଯୁବତୀ ଟଙ୍କା ଫେରସ୍ତ ଆଶାରେ ଶୁକ୍ରବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପଟେ ପ୍ରଶାସନିକ ଦାୟିତ୍ୱ: ଅନ୍ୟପଟେ ପରିବେଶ ପ୍ରତି ଅନୁରାଗ, ’ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ ହେଲେ ଦୁର୍ଗପତିସାରଦା ପ୍ରସାଦ ଦାସ

ଗଞ୍ଜାମ,୫।୬(ଅନାଥ ତରାଇ/ବିଦ୍ୟାଧର ସାହୁ ): ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଅଷ୍ଟମ ବାଟାଲିୟନର ଦୁର୍ଗପତି ସାରଦା ପ୍ରସାଦ ଦାସଙ୍କୁ ଜିଲାସ୍ତରୀୟ ସମ୍ମାନଜନକ ପ୍ରକୃତି ମିତ୍ର ପୁରସ୍କାର…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

୯ ଦିନ ପରେ ମିଳିଲା ଗୌରାଙ୍ଗଙ୍କ ଗଳିତ ମୃତଦେହ, ପାଖରେ ପଡ଼ିଥିବା ଏସବୁ ଜିନିଷ ଦେଖି…

ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ…

ରାଜନୀତିରେ ବଡ଼ ହଲଚଲ: NAC ଅଧ୍ୟକ୍ଷଙ୍କ ସହ ୧୧ କାଉନସିଲର ଛାଡ଼ିଲେ ବିଜେଡି

ବାଲିଗୁଡ଼ା,୫ା୬: କନ୍ଧମାଳ ଜିଲା ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ହଲଚଲ ହୋଇଛି। ଏକାଧିକ ନେତା ବିଜେଡି ଛାଡ଼ିଛନ୍ତି। ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ଏକାବେଳକେ…

ମହିଳାଙ୍କୁ ବଳାତ୍କାର: ଧରାପଡ଼ିଲେ ମୌଲାନା

କଟକ,୫।୬(ପ୍ରଭୁ କଲ୍ୟାଣ ପାଲ): ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଶୁକ୍ରବାର ଜଣେ ମୌଲାନାଙ୍କୁ ଗିରଫ କରିଛି। ସେ ହେଲେ ଏସ୍‌.କେ ନାଜମୁଲ ଆରଫିନ…

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜୁନିଅର୍‌ ଆସିଷ୍ଟାଣ୍ଟ

ଭଦ୍ରକ,୫।୬(ସନାତନ ରାଉତ): ଏକ ଘରୋଇ ସ୍କୁଲକୁ ଏନ୍‌ଓସି ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭଦ୍ରକ ଜିଲା…

ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ଦାବି ନେଇ ଦହସିଲଦାରଙ୍କୁ ଦାବିପତ୍ର

ଅମରପାଲି,୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତର ଦେଉଳମୁଣ୍ଡା ଗ୍ରାମରେ ଗୋଚର ଓ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri