ଜୀବନରେ ବର୍ଣ୍ଣର ଭୂମିକା

ଧ୍ରୁବ ଚରଣ ଘିବେଲା

ଜୀବନରେ ବର୍ଣ୍ଣର ଭୂମିକା ଥାଏ ଅନେକ। ପୁଣି ତାହା ଥାଏ ବିବିଧ ଆକାରରେ ଓ ପ୍ରକାରରେ। ଜୀବନ ମହାର୍ଘ। ଜୀବନ ମୂଲ୍ୟବାନ୍‌। ଜୀବନ ଜିନ୍ଦାବାଦ୍‌। ଜୀବନ ସଦା ମୂଲ୍ୟଯୁକ୍ତ ମୂଲ୍ୟ ଆଧାରିତ। ଜୀବନ ଅର୍ଥପୂର୍ଣ୍ଣ। ଜୀବନର ଅର୍ଥ/ମୂଲ୍ୟ ଥାଏ ବୋଲି ପରିପୂର୍ଣ୍ଣ ଜୀବନ ଜିଇବାକୁ ଚାହାନ୍ତି ଅନେକାନେକ। ଜୀବନର ଦୈର୍ଘ୍ୟ ପୁଣି ପ୍ରଲମ୍ବିତ ଥାଏ ଜନ୍ମଠୁ ମୃତ୍ୟୁର ଠିକ୍‌ ଅବ୍ୟବହିତ ମୁହୂର୍ତ୍ତ ପର୍ଯ୍ୟନ୍ତ। ଜୀବନ କା’ ପାଇଁ ରହିଥାଏ ଅତି କ୍ଷୁଦ୍ର ସଂକ୍ଷିପ୍ତ ନାତିଦୀର୍ଘ ତ କାହାର ଜୀବନର ଦୈର୍ଘ୍ୟ ଥାଏ ଲମ୍ବା।
ଆଜିର ଦିନରେ କ୍ୱଚିତ୍‌ କିଏ କେଉଁଠି ଥିଲେ ଥିବେ ହାତଗଣତି କେଇଜଣ ନଟ୍‌ଆଉଟ୍‌ @ ୧୦୦ ଶତାୟୁ ପୁରୁଷ ଥିବେ ହାତଗଣତି ପୁଣି କେଉଁଠି କେଉଁଠି। ଲମ୍ବା ଜୀବନକୁ ମହନୀୟ କରିବାରେ ଥାଏ ସୁନ୍ଦରତା। ଖାଲି ଖାଇପିଇ ତୁଚ୍ଛା ଜୀବନ ଜିଇବାର ମାନେ କିଛି ରହିନଥାଏ। ମୂଲ୍ୟଯୁକ୍ତ ଜୀବନ ଜିଇବାରେ ଥାଏ ଅସଲ ବାହାଦୁରି। ମଣିଷପଣିଆ ଆଧାରରେ ମଣିଷ ହେବା, ମାନବିକତାପଣ ଗୁଣରେ ମାନବ ହେବା ଚାହି। ଖାଲି ମଣିଷ ଜନ୍ମ ନେଇ ମଣିଷ ବୋଲାଇ ହେବାରେ ବଡ଼ପଣିଆ ନ ଥାଏ। ମଣିଷପଣିଆ/ ମାନବିକତା ବଳରେ ମଣିଷ ଜନ୍ମର ସାର୍ଥକତା ପ୍ରତିପାଦିତ କରାଯିବା ଚାହି। ତେବେ ଯାଇ ମହାର୍ଘ ଜୀବନର ଜୈତ୍ରଯାତ୍ରା ମଧୁମୟ ହେବ।
ପୁଣି ସୁନ୍ଦର ଜୀବନ ପାଇଁ ଜୀବନରେ ଶିକ୍ଷାର ମହତ୍ତ୍ୱ ଓ ଗୁରୁତ୍ୱଥାଏ ଅନେକ। ଜନ୍ମ ପରେ ଠିକ୍‌ ସମୟରୁ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ଥାଏ। ଜନ୍ମପରଠୁ ଶିଖିବାକୁ ହୁଏ। ଶିଶୁବେଳୁ ଶିଶୁକୁ ଦରକାର ଥାଏ ଉପଯୁକ୍ତ ଶିକ୍ଷା ଓ ଉପଯୁକ୍ତ ସୁରକ୍ଷା। ଶିକ୍ଷାକୁ ଯେଣୁ ସଫଳତାର ଚାବିକାଠି ମନେକରାଯାଏ, ତେଣୁ ଶିକ୍ଷା ଯେମିତି ସମସ୍ତଙ୍କ ପାଖେ ପହଞ୍ଚ ହୋଇପାରିବ ସେ ଦିଗରେ ମା’ବାପା ଓ ଗୁରୁଜନଙ୍କ ଗୁରୁ ଦାୟିତ୍ୱ ରହିଥାଏ। ଶିକ୍ଷା ସୁଯୋଗ ପହଞ୍ଚ ହୋଇପାରିଲେ ଆଜିର ଶିଶୁ ଆଗାମୀ ଦିନର ଉତ୍ତମ ନାଗରିକ ହେବ ନିଶ୍ଚୟ। ଶିଶୁ ହିଁ ଦେଶଜାତିର ସମ୍ପଦ।
ଦେଶର ଭବିଷ୍ୟତ, ରାଷ୍ଟ୍ର ନିର୍ମାଣକାରୀ।
ଶିକ୍ଷାର ପ୍ରଥମ ସୋପାନରେ ଶିଶୁର ବର୍ଣ୍ଣ ପରିଚୟ ଆଗ ହୁଏ ମାନେ ଅକ୍ଷର ଶିକ୍ଷା ପ୍ରଥମେ ଗ୍ରହଣ କରେ ଶିଶୁ। ମାତୃଭାଷାର ବର୍ଣ୍ଣ ବା ଲିପି ବା ଅକ୍ଷର ସବୁକୁ ଆଗ ଶିଖେ ଶିଶୁ। ବର୍ଣ୍ଣ ଚିହ୍ନି ପଢ଼ି ଲେଖି ଜାଣିଲେ ଶିଶୁଠି ବର୍ଣ୍ଣ ପ୍ରମାଦ ରହେନାହିଁ। ବର୍ଣ୍ଣ ଆଗ ଚିହ୍ନିବା, ଉଚ୍ଚାରଣ କରି ଜାଣିବା, ତା’ପରେ ଲେଖିବା ଅଭ୍ୟାସ ବଳରେ ଶିଶୁ ଲେଖାପାରେ ଧୁରୀଣ ହୁଏ। ପଢ଼ିବା ମାନେ ସ୍ପଷ୍ଟ ଉଚ୍ଚାରଣ କରି ପଢ଼ିବା, ଲେଖିବା ମାନେ ନିର୍ଭୁଲ୍‌ ଭାବେ ଲେଖିବା। କ୍ରମେ ଉଭୟ ପଢ଼ା ଓ ଲେଖା ଶିଶୁକୁ ବଳିଷ୍ଠ କରେ। ପ୍ରାରମ୍ଭିକ/ ପ୍ରାଥମିକ ଶିକ୍ଷା ମୂଳଦୁଆ ଯା’ଠି ଯେତେ ଅଧିକ ପଡ଼ିଥାଏ, ସେଇ ଛୁଆ ସେତିକି ପାଠରେ ସଶକ୍ତ ହୁଅନ୍ତି। ଘର ତିଆରିରେ ଘର ନିଅଁ ଯେତେ ଦୃଢ଼ ଥାଏ, ଘର ମଜଭୁତ ରହେ ସେତେ। ଠିକ୍‌ ସେମିତି ପାଠ ମୂଳଦୁଆ ଯାହାର ଯେତେ ସଶକ୍ତ ଥାଏ, ପାଠରେ ଉପରକୁ ଉପରକୁ ଉଠିବା ସେତେ ସହଜ ହୁଏ।
ଜୀବନରେ ବ୍ୟଞ୍ଜନ ବର୍ଣ୍ଣ ‘କ’ ଓ ‘ଖ’ କହେ ସୁନ୍ଦର କଥା। କ କହେ କର୍ମ କଥା। କାମ କରିବା କଥା। କାମ କହିଲେ ସବୁବେଳେ ଭଲ କାମକୁ ବୁଝିବା। ସେଇ କାମ କରିବା/କରାଯିବା ଉଚିତ ଯାହା ସତ୍‌ କର୍ମ ଓ ଆନନ୍ଦଦାୟୀ ଥିବ, ପରୋପକାର ପାଇଁ ଉଦ୍ଦିଷ୍ଟ ଥିବ, ସମାଜ ମଙ୍ଗଳକାରୀ ଥିବ। ସତ୍‌ କର୍ମ ପଛରେ ସତ୍‌ ଚିନ୍ତନ ଯୋଡ଼ି ହୋଇରହିଲେ କର୍ମରୁ ସତ୍‌ ଫଳପ୍ରାପ୍ତି ନିଶ୍ଚୟ ଘଟିବ। କର୍ମକୁ ଭଗବାନ୍‌ ମନେକରାଗଲେ ଆହୁରି ସୁନ୍ଦର ହେବ କର୍ମ- କାମ କରିବା। ଭାଗବତରେ କୁହାଯାଇଛି- ‘କର୍ମ ମୋହର ନିଜ ଗୁରୁ। ଉଦ୍ଧବ କେତେ ତୁ ପଚାରୁ’ ପ୍ରତ୍ୟେକ ମଣିଷ କାମ କଲେ କର୍ମ ସଂସ୍କୃତି ବି ଉଧାଏ। ବ୍ୟକ୍ତି କର୍ମରେ ରହିଲେ ରୋଜଗାରକ୍ଷମ ହୁଏ। କର୍ମଯୁକ୍ତ ବ୍ୟକ୍ତି ରାଜ୍ୟ ରାଷ୍ଟ୍ରର ଅର୍ଥନୀତି ସହାୟକ ସାଜନ୍ତି। ବ୍ୟଞ୍ଜନ ବର୍ଣ୍ଣ ଖ କହେ ଖଟିବା ଓ ଖାଇବା କଥା। କାମ କଲେ ଖଟିଲେ ଦେହ ଭଲ ରହେ। କାମ ନ କରି, ନ ଖଟି ବସି ଖାଇବା ଅପେକ୍ଷା ଖଟି ଖାଇବା ସୁନ୍ଦର କଥା। ଖଟିଖିଆ ନିଜେ ଖାଏ ଓ ପରିବାର ପ୍ରତିପୋଷଣ କରେ। ଖଟିଖିଆଙ୍କ ନୀତି ଖଟି ଖାଅ ଓ ଅନ୍ୟକୁ ବି ଖୁଆଅ। ଖାଇ ଖୁଆଇବାରେ ଥାଏ ଆନନ୍ଦ। ଅନ୍ୟକୁ ଖୁଆଇବା ମାନେ ଦେବାର ମହତ୍ତ୍ୱ ପ୍ରକୃତ ଖଟିଖିଆ ବୁଝିଥାନ୍ତି। କୃପଣ ଯାହା ଦେବାର ମାନସିକତା ରଖିନଥାଏ।
ଶିଶୁକୁ ମାତୃଭାଷାରେ ଶିକ୍ଷା ଦିଆଯିବା ଉଚିତ। ଏନ୍‌.ଇ.ପି. ଟ୍ବେଣ୍ଟି ଟ୍ବେଣ୍ଟି ବା ଜାତୀୟ ଶିକ୍ଷା ନୀତି ୨୦୨୦ରେ ପ୍ରାଥମିକ ଶିକ୍ଷା ମାତୃଭାଷାରେ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆମ ମାତୃଭାଷା ଓଡ଼ିଆ ଭାଷା। ଓଡ଼ିଆ ଲିପି ବର୍ଣ୍ଣ ଅକ୍ଷର ସୁନ୍ଦର। ହାତଲେଖା ବର୍ଣ୍ଣIକ୍ଷର ସୁନ୍ଦର ଥିଲେ ଆଖିକୁ ସୁନ୍ଦର ଲାଗେ। ଅକ୍ଷର ପରିଚୟ ମଣିଷକୁ କରେ ସାକ୍ଷର। ପୁଣି ସାକ୍ଷର ମଣିଷକୁ ସମର୍ଥ ମଣିଷ ମନେକରାଯାଏ। ମଣିଷ ଜୀବନରେ ବର୍ଣ୍ଣ ବା ଅକ୍ଷରର ମହତ୍ତ୍ୱ ମହତ ଅନେକ ଥାଏ। ମଣିଷ ଜୀବନରେ ସେମିତି ବର୍ଣ୍ଣ ବା ରଙ୍ଗର ଆକର୍ଷଣ କିଛି କମ ନ ଥାଏ। ମଣିଷ ସହଜେ ଥାଏ ବର୍ଣ୍ଣପ୍ରିୟ ବା ରଙ୍ଗପ୍ରିୟ। ରଙ୍ଗର ଆକର୍ଷଣ ତ ମଣିଷକୁ ସବୁବେଳେ ବିଭୋର ବିମୋହିତ କରିଥାଏ। ରଙ୍ଗ ରୁଚି ମଣିଷଠି ଅନନ୍ୟ। କାହାର କେଉଁ ରଙ୍ଗରେ ପୁଣି ଥାଏ ଆକର୍ଷଣ। ବର୍ଣ୍ଣକଣା ଯାହା ବର୍ଣ୍ଣ ବାରି ପାରନ୍ତି ନାହିଁ।
ପୁଣି ବର୍ଷାକାଳୀନ ଇନ୍ଦ୍ରଧନୁର ସାତ ରଙ୍ଗ ରଙ୍ଗର ମହୋତ୍ସବ ସ୍ଥିତି ସୃଷ୍ଟି କରେ କିଛି ମୁହୂର୍ତ୍ତ ପାଇଁ,ସବୁ ମଣିଷଙ୍କ ପାଇଁ। ଯେ ଦେଖେ, ସେ ଆତ୍ମବିଭୋର ହୁଏ। ପ୍ରକୃତିର ସବୁଜିମା, ଛଅ ଋତୁର ଋତୁକାଳୀନ ବିବିଧ ବର୍ଣ୍ଣବିଭା, ଜଳ ଓ ଆକାଶର ନୀଳ ନୀଳିମା ରଙ୍ଗ, ସୂର୍ଯ୍ୟୋଦୟ ବେଳେ ଅରୁଣିମାର ବର୍ଣ୍ଣଛିଟା ମଣିଷର ନଗ୍ନ ଆଖିକୁ ବେଶ ଆକର୍ଷିତ କରିଥାଏ। କବି ଭାବୁକଙ୍କ ମନଶ୍ଚକ୍ଷୁରେ ବିବିଧ ବର୍ଣ୍ଣବିଭା ଦର୍ଶନ ଅନେକ ସାହିତ୍ୟକୃତି ସୃଷ୍ଟି ସର୍ଜନାରେ ବର୍ଣ୍ଣ ଶବ୍ଦ ରୂପ ବାଢ଼ିବାରେ ସହାୟକ ହୁଏ।
ମଣିଷର ବର୍ଣ୍ଣ ବା ଜାତି ପୁଣି ଥାଏ। ବର୍ଣ୍ଣ ବ୍ୟବସ୍ଥା କେବେଠୁ ଏଠି ରହିଛି। ତଥାପି ଜାତିଆଣ ମନୋଭାବ କାହାଠି ରହିବା ଉଚିତ ନୁହେଁ। ଆଜିର ଦିନରେ ସଭିଏଁ ସମାନ। ବଡ଼ ଜାତି ସାନ ଜାତି କିଛି ନାହିଁ।ଶେଷ କଥା- ମଣିଷ ଜୀବନରେ ବର୍ଣ୍ଣର ମହତ୍ତ୍ୱ ଗୁରୁତ୍ୱ ନିଶ୍ଚୟ ଥାଏ। ଜୀବନକୁ ବର୍ଣ୍ଣ ପୁଣି କରି ଆସିଥାଏ ସରସ ସୁନ୍ଦର। ସେ ବର୍ଣ୍ଣ ଲିପି ଅକ୍ଷର ହେଉ କି ବର୍ଣ୍ଣ ସାତ ରଙ୍ଗର ହେଇଥାଉ। ଜୀବନରେ ଅକ୍ଷର ଓ ରଙ୍ଗ ଉଭୟ ପ୍ରକାର ବର୍ଣ୍ଣର ସୁନ୍ଦର ଜୈତ୍ରଯାତ୍ରା ଜାରି ରହିଥାଏ ଶେଷ ଜୀବନଯାଏ। ଅକ୍ଷର ବର୍ଣ୍ଣ ମଣିଷକୁ ସାକ୍ଷର ଶିକ୍ଷିତ କରାଏ।
ବଉଦରାଜ, ଜି. ବୌଦ୍ଧ
ମୋ:୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri