ଜିଲା ପୋଲିସରେ ବଡ଼ ଧରଣର ଅଦଳବଦଳ

ବାରିପଦା ଅଫିସ, ୧୩ା୧୨- ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ଥାନାସ୍ତରରେ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଡିଓ ନଂ.୨୫୦୭/ଆରଓ/୧୨ା୧୨ା୨୦୧୯ରେ ଜିଲା ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଏହି ନିର୍ଦ୍ଦେଶ ଦେଇଛନ୍ତି। ୧୮ ଇନ୍ସପେକ୍ଟର ଓ ୪ ସବ୍‌ଇନ୍ସପେକ୍ଟରଙ୍କୁ ବିଭିନ୍ନ ଥାନା ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ପୂର୍ବରୁ କିଛି ଇନ୍ସପେକ୍ଟରଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅନ୍ୟତ୍ର ବଦଳି କରିଥିବା ସତ୍ତ୍ୱେ ସେମାନଙ୍କୁ ରିଲିଭ ନ କରି ପୁନର୍ବାର ଜିଲା ମଧ୍ୟରେ ବଦଳି କରାଯାଇଛି। ଯାହା ପୋଲିସ ମହାନିର୍ଦ୍ଦେଶକଙ୍କ ଆଦେଶକୁ ଅବମାନନା କରାଯାଇଥିବା ନେଇ ଜିଲା ପୋଲିସ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ଜିଲା ପୋଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲାରୁ ମୟୂରଭଞ୍ଜ ଜିଲାକୁ ବଦଳି ହୋଇ ଆସିଥିବା ଇନ୍ସପେକ୍ଟର ଜୟନ୍ତ କୁମାର ବେହେରାଙ୍କୁ ବଡସାହି ଥାନା, ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କୁ ବେତନଟୀ ଥାନା, ବହଳଦା ଥାନା ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କୁ ବାରିପଦା ଟାଉନ ଥାନା, ମୋରଡା ଥାନା ଅଧିକାରୀ ଯୋଗେନ୍ଦ୍ର ମଲିକଙ୍କୁ ବହଳଦା ଥାନା, ଯଶିପୁର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରାଙ୍କୁ ମୋରଡା ଥାନା, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀଙ୍କୁ ଯଶିପୁର ଥାନା, ରାସଗୋବିନ୍ଦପୁର ଥାନା ଅଧିକାରୀ ରେଣୁବାଳା ସାହୁଙ୍କୁ ରାଇରଙ୍ଗପୁର ଟାଉନ ଥାନା, ବୈଶିଙ୍ଗା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପଲେଇଙ୍କୁ ରାସଗୋବିନ୍ଦପୁର ଥାନା, କରଞ୍ଜିଆ ଥାନା ଅଧିକାରୀ ଲକ୍ଷ୍ମୀଧର ସ୍ବାଇଁଙ୍କୁ ବୈଶିଙ୍ଗା ଥାନା, ଭଦ୍ରକ ଜିଲାରୁ ମୟୂରଭଞ୍ଜ ଜିଲାକୁ ବଦଳି ହୋଇ ଆସିଥିବା ଇନ୍ସପେକ୍ଟର ସରୋଜିନୀ ସିଂଙ୍କୁ କରଞ୍ଜିଆ ଥାନା, ଜିଲା ପୋଲିସ ମୁଖ୍ୟାଳୟରେ ଏଚଆରପିସି ଦାୟିତ୍ୱରେ ଥିବା ଇନ୍ସପେକ୍ଟର ପ୍ରେମଦା ନାୟକଙ୍କୁ ବାରିପଦା ସଦର ଥାନା, ସଦର ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜଙ୍କୁ ଖୁଣ୍ଟା ଥାନା, ଉଦଳା ଥାନା ଅଧିକାରୀ ସନାତନ ସାହୁଙ୍କୁ ଜିଲା ମୁଖ୍ୟାଳୟ, କପ୍ତିପଦା ଥାନା ଅଧିକାରୀ ରିନା ବେହେରାଙ୍କୁ ଉଦଳା ଥାନା, ଭଦ୍ରକ ଜିଲାରୁ ମୟୂରଭଞ୍ଜ ଜିଲାକୁ ବଦଳି ହୋଇ ଆସିଥିବା ଇନ୍ସପେକ୍ଟର ଦୟାନିଧି ଦାସଙ୍କୁ ବାଙ୍ଗିରିପୋଷି ଥାନା, ବିଶୋଇ ଥାନା ଅଧିକାରୀ କୁନି ବେଶ୍ରାଙ୍କୁ ବାଦାମପାହାଡ ଥାନା, ଭଦ୍ରକ ଜିଲାରୁ ମୟୂରଭଞ୍ଜ ଜିଲାକୁ ବଦଳି ହୋଇ ଆସିଥିବା ଇନ୍ସପେକ୍ଟର ବନ୍ଦନା ଦେବୀଙ୍କୁ ଜିଲା ମୁଖ୍ୟାଳୟ ଓ ଜିଲା ପୋଲିସ ମୁଖ୍ୟାଳୟର ଏସଆର ବିଭାଗରେ କାର୍ଯ୍ୟରତ ଇନ୍ସପେକ୍ଟର ବନାନୀ ବେହେରାଙ୍କୁ ଚାନ୍ଦୁଆ ଥାନାକୁ ବଦଳି କରାଯାଇଛି। ସେହିପରି ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ଅଜୟ ବାଗେଙ୍କୁ ଗୋରୁମହିଷାଣି ଥାନା ଓଆଇସି, ଗୋରୁମହିଷାଣି ଥାନାରେ ଓଆଇସି ଭାବେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ଫଣିଭୂଷଣ ନାୟକଙ୍କୁ ବିଶୋଇ ଥାନା ଓଆଇସି, ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ଶଶଧର ସେଠୀଙ୍କୁ ମହୁଲଡିହା ଥାନା ଓଆଇସି ଓ ମହୁଲଡିହା ଥାନାରେ ଓଆଇସି ଭାବେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ସଞ୍ଜୟ କୁମାର ପ୍ରଧାନଙ୍କୁ କପ୍ତିପଦା ଥାନା ଓଆଇସି ଭାବେ ବଦଳି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ନିକଟରେ ମୟୂରଭଞ୍ଜ ଜିଲାକୁ ଭଦ୍ରକ ଓ ବାଲେଶ୍ୱର ଜିଲାରୁ ୪ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଥିବା ବେଳେ ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ୪ ଜଣ ଇନ୍ସପେକ୍ଟରଙ୍କ ଭଦ୍ରକ ଓ ବାଲେଶ୍ୱର ଜିଲାକୁ ବଦଳି ହୋଇଥିଲା। ଜିଲାରୁ ବଦଳି ହୋଇଥିବା ଇନ୍ସପେକ୍ଟରମାନେ ବିଭିନ୍ନ ଥାନାର ଦାୟିତ୍ୱରେ ଥିଲେ। ସେମାନଙ୍କ ସ୍ଥାନରେ ଗୁରୁବାର ଅନ୍ୟ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ବାରିପଦା ଟାଉନ ଥାନା ଅଧିକାରୀ ଥିବା ଅଶୋକ କୁମାର ନାୟକଙ୍କ ଅନୁଗୋଳ ଜିଲାକୁ ବଦଳି ହୋଇଥିଲେ ମଧ୍ୟ ତାଙ୍କୁ ରିଲିଭ ନ କରି ବେତନଟୀ ଥାନାକୁ ବଦଳି କରାଯାଇଛି। ଅଶୋକଙ୍କ ବଦଳି ଗତ ୧୦ ଜୁଲାଇରେ ଖୋଦ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନଂ. ୬୫୮ରେ ବଦଳି ନିର୍ଦ୍ଦେଶ କରିଥିଲେ ଏବଂ ତୁରନ୍ତ ଅନୁଗୋଳ ଜିଲାରେ ଯୋଗ ଦେବା ପାଇଁ ଅର୍ଡର ଦେଇଥିଲେ। ହେଲେ ପୋଲିସ ମହାନିର୍ଦ୍ଦେଶକଙ୍କ ଆଦେଶକୁ ଜିଲା ପୋଲିସ ଅବମାନନା କରିଥିବା ଚର୍ଚ୍ଚା ହେଉଛି। ଗତ କିଛି ଦିନ ତଳେ ବଦଳି ହୋଇଥିବା ୪ ଜଣ ଇନ୍ସପେକ୍ଟରଙ୍କୁ ତୁରନ୍ତ ରିଲିଭ କରିବା ପାଇଁ ଜିଲା ପୋଲିସ ପଦକ୍ଷେପ ନେଇଥିବା ବେଳେ ୫ ମାସ ତଳେ ବଦଳି ହୋଇଥିବା ଇନ୍ସପେକ୍ଟରଙ୍କୁ କେଉଁ କାରଣରୁ ରିଲିଭ ନ କରି ଏହି ଜିଲାରେ ଥଇଥାନ କରାଯିବା ଘଟଣା ଏବେ ଜିଲା ପୋଲିସ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଡିଆଇବି ଡିଏସପି ବାମଦେବ ସିଂଙ୍କୁ ପଚାରିବାରୁ ଆହୁରି ଅଧିକାରୀ ଏଠାକୁ ଆସିଲେ ତାଙ୍କୁ ରିଲିଭ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri