ଜିଲା ପୋଲିସରେ ବଡ଼ ଧରଣର ଅଦଳବଦଳ

ବାରିପଦା ଅଫିସ, ୧୩ା୧୨- ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ଥାନାସ୍ତରରେ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଡିଓ ନଂ.୨୫୦୭/ଆରଓ/୧୨ା୧୨ା୨୦୧୯ରେ ଜିଲା ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଏହି ନିର୍ଦ୍ଦେଶ ଦେଇଛନ୍ତି। ୧୮ ଇନ୍ସପେକ୍ଟର ଓ ୪ ସବ୍‌ଇନ୍ସପେକ୍ଟରଙ୍କୁ ବିଭିନ୍ନ ଥାନା ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ପୂର୍ବରୁ କିଛି ଇନ୍ସପେକ୍ଟରଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅନ୍ୟତ୍ର ବଦଳି କରିଥିବା ସତ୍ତ୍ୱେ ସେମାନଙ୍କୁ ରିଲିଭ ନ କରି ପୁନର୍ବାର ଜିଲା ମଧ୍ୟରେ ବଦଳି କରାଯାଇଛି। ଯାହା ପୋଲିସ ମହାନିର୍ଦ୍ଦେଶକଙ୍କ ଆଦେଶକୁ ଅବମାନନା କରାଯାଇଥିବା ନେଇ ଜିଲା ପୋଲିସ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ଜିଲା ପୋଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲାରୁ ମୟୂରଭଞ୍ଜ ଜିଲାକୁ ବଦଳି ହୋଇ ଆସିଥିବା ଇନ୍ସପେକ୍ଟର ଜୟନ୍ତ କୁମାର ବେହେରାଙ୍କୁ ବଡସାହି ଥାନା, ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କୁ ବେତନଟୀ ଥାନା, ବହଳଦା ଥାନା ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କୁ ବାରିପଦା ଟାଉନ ଥାନା, ମୋରଡା ଥାନା ଅଧିକାରୀ ଯୋଗେନ୍ଦ୍ର ମଲିକଙ୍କୁ ବହଳଦା ଥାନା, ଯଶିପୁର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରାଙ୍କୁ ମୋରଡା ଥାନା, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀଙ୍କୁ ଯଶିପୁର ଥାନା, ରାସଗୋବିନ୍ଦପୁର ଥାନା ଅଧିକାରୀ ରେଣୁବାଳା ସାହୁଙ୍କୁ ରାଇରଙ୍ଗପୁର ଟାଉନ ଥାନା, ବୈଶିଙ୍ଗା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପଲେଇଙ୍କୁ ରାସଗୋବିନ୍ଦପୁର ଥାନା, କରଞ୍ଜିଆ ଥାନା ଅଧିକାରୀ ଲକ୍ଷ୍ମୀଧର ସ୍ବାଇଁଙ୍କୁ ବୈଶିଙ୍ଗା ଥାନା, ଭଦ୍ରକ ଜିଲାରୁ ମୟୂରଭଞ୍ଜ ଜିଲାକୁ ବଦଳି ହୋଇ ଆସିଥିବା ଇନ୍ସପେକ୍ଟର ସରୋଜିନୀ ସିଂଙ୍କୁ କରଞ୍ଜିଆ ଥାନା, ଜିଲା ପୋଲିସ ମୁଖ୍ୟାଳୟରେ ଏଚଆରପିସି ଦାୟିତ୍ୱରେ ଥିବା ଇନ୍ସପେକ୍ଟର ପ୍ରେମଦା ନାୟକଙ୍କୁ ବାରିପଦା ସଦର ଥାନା, ସଦର ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜଙ୍କୁ ଖୁଣ୍ଟା ଥାନା, ଉଦଳା ଥାନା ଅଧିକାରୀ ସନାତନ ସାହୁଙ୍କୁ ଜିଲା ମୁଖ୍ୟାଳୟ, କପ୍ତିପଦା ଥାନା ଅଧିକାରୀ ରିନା ବେହେରାଙ୍କୁ ଉଦଳା ଥାନା, ଭଦ୍ରକ ଜିଲାରୁ ମୟୂରଭଞ୍ଜ ଜିଲାକୁ ବଦଳି ହୋଇ ଆସିଥିବା ଇନ୍ସପେକ୍ଟର ଦୟାନିଧି ଦାସଙ୍କୁ ବାଙ୍ଗିରିପୋଷି ଥାନା, ବିଶୋଇ ଥାନା ଅଧିକାରୀ କୁନି ବେଶ୍ରାଙ୍କୁ ବାଦାମପାହାଡ ଥାନା, ଭଦ୍ରକ ଜିଲାରୁ ମୟୂରଭଞ୍ଜ ଜିଲାକୁ ବଦଳି ହୋଇ ଆସିଥିବା ଇନ୍ସପେକ୍ଟର ବନ୍ଦନା ଦେବୀଙ୍କୁ ଜିଲା ମୁଖ୍ୟାଳୟ ଓ ଜିଲା ପୋଲିସ ମୁଖ୍ୟାଳୟର ଏସଆର ବିଭାଗରେ କାର୍ଯ୍ୟରତ ଇନ୍ସପେକ୍ଟର ବନାନୀ ବେହେରାଙ୍କୁ ଚାନ୍ଦୁଆ ଥାନାକୁ ବଦଳି କରାଯାଇଛି। ସେହିପରି ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ଅଜୟ ବାଗେଙ୍କୁ ଗୋରୁମହିଷାଣି ଥାନା ଓଆଇସି, ଗୋରୁମହିଷାଣି ଥାନାରେ ଓଆଇସି ଭାବେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ଫଣିଭୂଷଣ ନାୟକଙ୍କୁ ବିଶୋଇ ଥାନା ଓଆଇସି, ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ଶଶଧର ସେଠୀଙ୍କୁ ମହୁଲଡିହା ଥାନା ଓଆଇସି ଓ ମହୁଲଡିହା ଥାନାରେ ଓଆଇସି ଭାବେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ସଞ୍ଜୟ କୁମାର ପ୍ରଧାନଙ୍କୁ କପ୍ତିପଦା ଥାନା ଓଆଇସି ଭାବେ ବଦଳି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ନିକଟରେ ମୟୂରଭଞ୍ଜ ଜିଲାକୁ ଭଦ୍ରକ ଓ ବାଲେଶ୍ୱର ଜିଲାରୁ ୪ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଥିବା ବେଳେ ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ୪ ଜଣ ଇନ୍ସପେକ୍ଟରଙ୍କ ଭଦ୍ରକ ଓ ବାଲେଶ୍ୱର ଜିଲାକୁ ବଦଳି ହୋଇଥିଲା। ଜିଲାରୁ ବଦଳି ହୋଇଥିବା ଇନ୍ସପେକ୍ଟରମାନେ ବିଭିନ୍ନ ଥାନାର ଦାୟିତ୍ୱରେ ଥିଲେ। ସେମାନଙ୍କ ସ୍ଥାନରେ ଗୁରୁବାର ଅନ୍ୟ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ବାରିପଦା ଟାଉନ ଥାନା ଅଧିକାରୀ ଥିବା ଅଶୋକ କୁମାର ନାୟକଙ୍କ ଅନୁଗୋଳ ଜିଲାକୁ ବଦଳି ହୋଇଥିଲେ ମଧ୍ୟ ତାଙ୍କୁ ରିଲିଭ ନ କରି ବେତନଟୀ ଥାନାକୁ ବଦଳି କରାଯାଇଛି। ଅଶୋକଙ୍କ ବଦଳି ଗତ ୧୦ ଜୁଲାଇରେ ଖୋଦ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନଂ. ୬୫୮ରେ ବଦଳି ନିର୍ଦ୍ଦେଶ କରିଥିଲେ ଏବଂ ତୁରନ୍ତ ଅନୁଗୋଳ ଜିଲାରେ ଯୋଗ ଦେବା ପାଇଁ ଅର୍ଡର ଦେଇଥିଲେ। ହେଲେ ପୋଲିସ ମହାନିର୍ଦ୍ଦେଶକଙ୍କ ଆଦେଶକୁ ଜିଲା ପୋଲିସ ଅବମାନନା କରିଥିବା ଚର୍ଚ୍ଚା ହେଉଛି। ଗତ କିଛି ଦିନ ତଳେ ବଦଳି ହୋଇଥିବା ୪ ଜଣ ଇନ୍ସପେକ୍ଟରଙ୍କୁ ତୁରନ୍ତ ରିଲିଭ କରିବା ପାଇଁ ଜିଲା ପୋଲିସ ପଦକ୍ଷେପ ନେଇଥିବା ବେଳେ ୫ ମାସ ତଳେ ବଦଳି ହୋଇଥିବା ଇନ୍ସପେକ୍ଟରଙ୍କୁ କେଉଁ କାରଣରୁ ରିଲିଭ ନ କରି ଏହି ଜିଲାରେ ଥଇଥାନ କରାଯିବା ଘଟଣା ଏବେ ଜିଲା ପୋଲିସ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଡିଆଇବି ଡିଏସପି ବାମଦେବ ସିଂଙ୍କୁ ପଚାରିବାରୁ ଆହୁରି ଅଧିକାରୀ ଏଠାକୁ ଆସିଲେ ତାଙ୍କୁ ରିଲିଭ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri