ଜିଲାସ୍ତରୀୟ ଜଙ୍ଗଲ ଜମି ଅଧିକାର ଆଇନ ସମ୍ପର୍କିତ ଜନଶୁଣାଣି ଶିବିର

ମହାକାଳପଡା,୭ା୯(ଡି.ଏନ.ଏ.)- ମହାକାଳପଡ଼ାବ୍ଲକ ସଭାଗୃହରେ ଶୁକ୍ରବାର ଜିଲାସ୍ତରୀୟ ଜଙ୍ଗଲ ଜମି ଅଧିକାର ଆଇନ୍‌ ସମ୍ପର୍କିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ ଓ ସଂଶୋଧନ ନିୟମାବଳୀ ଅନୁସାରେ ଖାରଜ ହୋଇଥିବା ଆବେଦନ ଓ ଅପିଲ ଉପରେ ଏହି ଶିବିର ଆୟୋଜିତ ହୋଇଥିଲା। ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତ ଅନ୍ତର୍ଗତ ହେଟାମୁଣ୍ଡିଆ ଗ୍ରାମର ୯୧୫ ଜଣ ହିତାଧିକାରୀଙ୍କୁ ଏହି ଶିବିରରେ ଯୋଗଦେବା ଲାଗି ପୂର୍ବରୁ ନୋଟିସ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ କେବଳ ୪୫୭ ଜଣ ହିତାଧିକାରୀ ଏଥିରେ ଯୋଗଦେଇ ଗ୍ରାମରେ ଦୀର୍ଘବର୍ଷ ଧରି ବସବାସ କରି ଆସୁଥିତ୍ବା ଦାବି ଉପସ୍ଥାପନ କରିଥିଲେ। ହେଟାମୁଣ୍ଡିଆ ଏକ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ, ୨୦୦୫ ଡିସେମ୍ବର ୧୩ ତାରିଖ ପୂର୍ବରୁ ଯେଉଁ ପାରମ୍ପରିକ ଆଦିବାସୀ ପରିବାର କିମ୍ବା ଅନ୍ୟାନ୍ୟବର୍ଗର ପାରମ୍ପରିକ ବନବାସୀ ତିନି ପିଢି ଧରି ବସବାସ କରୁଥିବେ ତାର ପ୍ରମାଣ ପତ୍ର ଅବା ରସିଦ୍‌ ଦାଖଲ କରିବାକୁ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏହି ଅବସରରେ ୪ଟି ଟେବୁଲରେ ଗ୍ରୁପର ଶୁଣାଣି କରାଯାଇ ହିତାଧିକାରୀଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରାଯାଇଥିଲା।
ଏଥିରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ରାଉତ, ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ, ଜିଲା ମଙ୍ଗଳ ଅଧିକାରୀ କାଳିନ୍ଦୀଚରଣ ଭୋଇ ଯୋଗଦେଇ ଶିବିର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡା ଅତିରିକ୍ତ ତହସିଲଦାର ଅଜିତ କୁମାର ସାହୁ, ଏସିଏଫ୍‌ ବିଜୟ କୁମାର ପରିଡା, ରାମପଦ ଅରବିନ୍ଦ ମିଶ୍ର ପ୍ରମୁଖ ଅଧିକାରୀ ଏଥିରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଅଭାବରୁ ପନିପରିବା ଫସଲ ନଷ୍ଟ

ପଟ୍ଟାମୁଣ୍ଡାଇ,୨୫ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ୧୫ ଦିନ ହେଲା କ୍ରମାଗତ ତାପମାତ୍ରା ବୃଦ୍ଧି...

ଆଖୁଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ମାର୍ଶାଘାଇ,୨୫ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ)କେନ୍ଦ୍ର, ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ତଳସ୍ତରରେ ତାହା ପ୍ରତିଫଳିତ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପାନୀୟ ଜଳର ଶୁଦ୍ଧତା ନାମରେ ବ୍ୟବସାୟ

ପଟ୍ଟାମୁଣ୍ଡାଇ, ୨୨ା୪(କଳ୍ପତରୁ ନାୟକ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଥିରୁ ନିସ୍ତାର ମିଳିପାରିନାହିଁ। ଉପକୂଳ ଓଡ଼ିଶା କେନ୍ଦ୍ରାପଡ଼ା ଜିଲାରେ ଆଜି ବି ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି...

ବଢୁଛି ଆଳୁ ଦର, ଚିନ୍ତାରେ ଖାଉଟି

କେନ୍ଦ୍ରାପଡ଼ା, ୨୨ା୪ (ଜଗନ୍ନାଥ ଧଳ):ଆଳୁ ଦର ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ାରେ ଗତ ସପ୍ତାହରେ ଆଳୁ କେଜି ପ୍ରତି ୨୦ଟଙ୍କା ଥିଲା। ଏବେ ବଜାର ଦର ୨୮କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri