ଜିଲାରେ ପ୍ରଥମ: ଜଳେଶ୍ୱରରେ ମଡେଲ ଭିଲେଜ କାର୍ଯ୍ୟାରମ୍ଭ

ଜଳେଶ୍ୱର, ୨୭।୧୨(ସ୍ବ.ପ୍ର.)-ସରକାରଙ୍କ ନୂତନ ଯୋଜନା ଅନୁଯାୟୀ ଏଣିକି ଭୂମିହୀନ ଓ ଗୃହହୀନଙ୍କ ଲାଗି ସରକାରୀ ସ୍ଥାନରେ ଏକ ମଡେଲ ଭିଲେଜ ନିର୍ମାଣ ପାଇଁ ସ୍ଥିର ହୋଇଛି ା ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ବ୍ଲକର ମହମ୍ମଦନଗରପାଟ ଓ ରାଜପୁର ପଞ୍ଚାୟତର ଓଳିନ୍ଦା ଗ୍ରାମରେ ପ୍ରଥମଥର ପାଇଁ ଏକ ମଡେଲ ଭିଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ା ଏହି ଗ୍ରାମରେ ଥିବା ୬୨ଜଣ ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୂମି ସହିତ ଗୃହ ନିର୍ମାଣ କରି ଯୋଗାଇ ଦିଆଯିବ। ପ୍ରତି ବ୍ୟକ୍ତିବିଶେଷଙ୍କୁ ୨୫୦ବର୍ଗ ଫୁଟ ସ୍ଥାନରେ ଘର ତିଆରି କରି ହସ୍ତାନ୍ତର କରାଯିବାର ଯୋଜନା କରାଯାଇଛି।
ଏ ସମ୍ପର୍କରେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ କହିଛନ୍ତି ଯେ, ବିଭିନ୍ନ ସରକାରୀ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨ ଡିସିମିଲ ସ୍ଥାନରେ ୧ଲକ୍ଷ ୨୦ହଜାର ଟଙ୍କା ମୂଲ୍ୟର ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବାକୁ ସ୍ଥିର ହୋଇଛି। ପ୍ରଥମେ ବାଲେଶ୍ୱର ଜିଲାର ଜଳେଶ୍ୱରଠାରେ ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ ଆରମ୍ଭ ହୋଇଛି। ଏକ ବାସଗୃହ, ଛୋଟ ରୋଷେଇ ଘର ସହିତ ଘରର ଚତୁଃପାର୍ଶ୍ୱରେ ଅଳ୍ପ ସ୍ଥାନ ରଖାଯାଇଛି। ଏହି ଭିଲେଜ ମଧ୍ୟକୁ ୨ଟି ମୁଖ୍ୟ ରାସ୍ତା ରଖାଯାଇଛି। ମୁଖ୍ୟ ରାସ୍ତାରୁ ପୁଣି ଛୋଟ ଛୋଟ ରାସ୍ତା ପ୍ରତି ଘରକୁ ରହିଥିବା ଓ ସମସ୍ତଙ୍କ ବ୍ୟବହାର ଲାଗି ଏକ ପୁଷ୍କରିଣୀ ସହିତ ଖେଳପଡ଼ିଆ ରହିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଗୋଷ୍ଠୀଗତ ଭାବେ ପାଇଖାନା, ବଗିଚା ରହୁଥିବାରୁ ଭବିଷ୍ୟତରେ ସେଠାରେ ଶିକ୍ଷା, ପାନୀୟ ଜଳ ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଘର ସେମାନେ ନିଜେ କରୁଥିବାର ବିଡିଓ ସାହୁ ପ୍ରକାଶ କରିଛନ୍ତି ା ଘଟଣାସ୍ଥଳକୁ କେତେକ ଖବରଦାତା ବୁଲି ଦେଖିବାକୁ ଯାଇଥିବା ବେଳେ ସେଠାରେ ଘର ଭିତ୍ତିଭୂମି ଦେଖି ସ୍ଥାୟିତ୍ୱ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେଠାକାର ମୃତ୍ତିକା ବ୍ଲାକ କୋଟେଡ୍‌ ସଏଲ୍‌ ହୋଇଥିବା ବେଳେ ଘରଗୁଡ଼ିକର ପାଇଲିଂ ମାତ୍ର ୩୨ ଫୁଟ ତଳୁ ହେଉଥିବା ଏବଂ ସେଥିରେ ୮ ମି.ମି. ଲୁହାଛଡ଼ ବ୍ୟବହାର କରାଯାଉଛି। ନିମ୍ନମାନର ଇଟା ସହିତ ନିମ୍ନମାନର କଂକ୍ରିଟ କରାଯାଉଥିବା ସ୍ଥାନୀୟ ହିତାଧିକାରୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଗୁରୁବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରାଜପୁର ପଞ୍ଚାୟତର ଓଳିନ୍ଦା ଗ୍ରାମର ତୋଟାପଦାକୁ ଭିତ୍ତିଭୂମି ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଭିଡିଓ କଲ୍‌ରେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନେଲେ ଏସବୁର ଅପ୍‌ଡେଟ୍‌…

ଭୁବନେଶ୍ବର,୧୬।୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍‌ କଲ୍‌ ପରେ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ସେ ଭିଡିଓ...

ଦଳରେ ଅଣଦେଖା! ବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଭାଜପା

ଭୁବନେଶ୍ବର,୧୬।୪: ରାଜ୍ୟରେ ଆଉ ୨୧ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ମଙ୍ଗଳବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଦଳ ରାଉରକେଲାରୁ ବରିଷ୍ଠ ନେତା...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri