ଜିଲାପାଳ, ଏସ୍‌ପିଙ୍କୁ ଫେରାଦ ବ୍ଲାଷ୍ଟିଂରେ ମୃତକଙ୍କ ପରିବାର

ବଲାଙ୍ଗୀର ଅଫିସ,୧୪ା୨- ପଥର ବ୍ଳାଷ୍ଟିଂ ବେଳେ ଯୁବକଙ୍କ ମୃତ୍ୟୁ ଘଟଣାର ଉଚିତ୍‌ ତଦନ୍ତ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ଗ୍ରାମର ଏକ ପରିବାର ଗୁରୁବାର ଜିଲାପାଳ ଏବଂ ଏସ୍‌ପିଙ୍କୁ ଫେରାଦ ହୋଇଛନ୍ତି ା ତୁରୁକ୍‌ଭଟା ଗ୍ରାମର ଲୋକନାଥ ଛୁରା (୨୫)ଙ୍କ ଗତ ଜାନୁୟାରୀ ୧୫ ତାରିଖ ଦିନ ନିମୁର୍ଲା ପଥରକ୍ୱାରିଠାରେ ବ୍ଳାଷ୍ଟିଂ ଯୋଗୁଁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ା ଏନେଇ ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ କରିବା ପରିବର୍ତ୍ତେ ଅଭଯୁକ୍ତଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି ବୋଲି ମୃତଙ୍କ ମାତା ଗେହ୍ଳି ଛୁରା ଅଭିଯୋଗ କରିଛନ୍ତି ା କିଛି ମାସ ତଳେ ଲୋକନାଥ ଛୁରା ତାଙ୍କ ନିଜ ଗଁାର ଜନାର୍ଦ୍ଦନ ଛୁରାଙ୍କ ନିକଟରେ ମୁନ୍‌ସୀ କାମ କରୁଥିଲେ ା ମୁନ୍‌ସୀ କାମ କରୁଥିଲେ ମଧ୍ୟ ଲୋକନାଥଙ୍କୁ ଘଟଣାଦିନ ନିମୁର୍ଲା ପଥର କ୍ୱାରିରେ କାମ କରିବାକୁ ଜନାର୍ଦ୍ଦନ କୁଆଡେ କହିଥିଲେ ା ଉଭୟେ ସେଠାରେ ଉପସ୍ଥିତ ଥିବାବେଳେ ବ୍ଳାଷ୍ଟିଂ ହୋଇଥିଲା। ଏଥିରେ ଉଭୟେ ଗୁରୁତର ଆହତ ହୋଇଥିଲେ ା ଉଭୟେଙ୍କୁ ଖଡିଆଳ ସ୍ଥିତ ମିଶନ ହସପିଟାଲକୁ ନିଆଯାଇଥିଲା ା ବାରଣ ସତ୍ତ୍ୱେ ଗୁରୁତର ଲୋକନାଥଙ୍କ ସହ ତାଙ୍କ ମଁା ଗେହ୍ଳି ଛୁରା ମଧ୍ୟ ଖଡିଆଳ ମିଶନ ହସପିଟାଲ ଯାଇଥିଲେ ା ସେଠାରେ ଜନାର୍ଦ୍ଦନଙ୍କ ଚିକିତ୍ସା କରାଯାଇଥିଲା ବେଳେ ଲୋକନାଥଙ୍କୁ ହସପିଟାଲ ବାରଣ୍ଡାରେ ପକାଇ ଦିଆଯାଇଥିଲା ା ଲୋକନାଥଙ୍କ ଚିକିତ୍ସା ପାଇଁ ତାଙ୍କ ମଁା ଡାକ୍ତରମାନଙ୍କୁ କାକୁତି ମିନତି ହୋଇଥିଲେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରଥମେ ୧ ଲକ୍ଷ ଟଙ୍କା ଜମା କରିବାକୁ କୁଆଡେ କହିଥିଲେ ା ଏତେଟଙ୍କା କେଉଁଠି ପାଇବେ ବୋଲି ଗେହ୍ଳି କହିଲା ପରେ ମଧ୍ୟ କେହି ଶୁଣି ନ ଥିଲେ। କେଇଘଣ୍ଟା ପରେ ସେହି ବାରଣ୍ଡାରେ ଚିକିତ୍ସା ସେବା ନପାଇ ଲୋକନାଥଙ୍କ ମୃତ୍ୟୁ ଘଟିଥିଲା ବୋଲି ଗେହ୍ଳି ଅଭିଯୋଗ କରିଛନ୍ତି ା ଏହି ଘଟଣା ପରେ ସେଠାରେ କେତେକ ଯୁବକ ଲୋକନାଥଙ୍କ ମୃତଦେହ ରଖି ରାସ୍ତାରୋକୋ କରିଥିଲେ ା ଏହାପରେ ସିନ୍ଧେକେଲା ପୋଲିସ ଓ ଟିଟିଲାଗଡ ତହସିଲଦାର ପୀଡିତ ପରିବାରକୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଖଡିଆଳ ଥାନାରେ ଲୋକନାଥଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା ା ଘଟଣା ଘଟିବାର ଆଜିକୁ ପ୍ରାୟ ଏକ ମାସ ସମୟ ହୋଇଯାଇଥିଲେ ମଧ୍ୟ ଲୋକନାଥଙ୍କ ପରିବାରକୁ ଟଙ୍କାଟିଏ ସହାୟତା ମିଳିନାହିଁ ା ଏନେଇ ସିନ୍ଧେକେଲା ଥାନାଧିକାରୀଙ୍କ ପାଖକୁ ଓ ଟିଟିଲାଗଡ ତହସିଲଦାରଙ୍କ ପାଖକୁ ବାରମ୍ବାର ଧାଉଁଥିଲେ ମଧ୍ୟ ସେମାନେ ଆଉ ଏହି ଘଟଣାକୁ ଗୁରୁତ୍ୱ ଦେଉନଥିବା ଗେହ୍ଳି ଜଣାଇଛନ୍ତି ା ଏଣୁ ଗେହ୍ଳି ଛୁରା ଓ ତାଙ୍କ ପରିବାରର କେତେକ ସଦସ୍ୟ ଗୁରୁବାର ବଲାଙ୍ଗୀର ଆସି ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏହି ଘଟଣାର ଉଚିତ୍‌ ତଦନ୍ତ କରିବାକୁ ଦାବି କରିଥିଲେ ା ଏହାପରେ ଗେହ୍ଳି ଓ ପରିବାର ସଦସ୍ୟମାନେ ଏସପି ଅଫିସକୁ ଯାଇ ସେଠାରେ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଜିଲା ଶ୍ରମ କାର୍ଯ୍ୟାଳୟକୁ ଯାଇ ସେମାନେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri