ଜିଓ ଟ୍ୟୁବ୍‌ ୱାଲରେ ଅଗ୍ନିକାଣ୍ଡ : ପ୍ରକଳ୍ପ କଳାକାରନାମାକୁ ଘୋଡାଇବାକୁ ଉଦ୍ୟମ

କେନ୍ଦ୍ରାପଡା ଅଫିସ, ୨୬ା୮:  କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ବେଳାଭୂମିସ୍ଥିତ ଜିଓ ସିନ୍ଥେଟିକ ଟ୍ୟୁବ୍‌ ଓ୍ବାଲରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଟ୍ୟୁବ୍‌ ଓ୍ବାଲ୍‌ର ଗାବିୟନ ବକ୍ସରେ ଲାଗିଥିବା ସିନ୍ଥେଟିକ ଜାଲ ନଷ୍ଟ ହୋଇଯାଇଛି। ଫଳରେ ସେଠାରେ ଥିବା ବହୁ ପଥର ସମୁଦ୍ର ଗର୍ଭକୁ ଚାଲିଯାଇଛି। ଏହି ନିଆଁ ଲାଗିବା ପରେ ସମୁଦ୍ର ଉପକୂଳବର୍ତ୍ତୀ ୫୬ ଗ୍ରାମର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଳି ଲୁଣା ତଟବନ୍ଧ ବିଭାଗ, ଜଳ ସମ୍ପଦ ବିଭାଗ, ଜିଲା ପ୍ରଶାସନର ପ୍ରତିନିଧିମାନେ ସେଠାରେ ପହଞ୍ଚତ୍ ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ କରିଛନ୍ତି। ଜିଓ ଟ୍ୟୁବ୍‌ ୱାଲରେ ଦୁର୍ଘଟଣା ହେବା ଘଟଣା ନୂଆ ହୋଇ ନ ଥିବା ବେଳେ ଏହା ପୂର୍ବରୁ ୨୦୧୭ରେ ପ୍ରକଳ୍ପ ନିର୍ମାଣ ସମୟରେ ଏହାର ୨୬ ନଂ. ଟ୍ୟୁବ ଫାଟି ଯାଇଥିଲା। ପୁନର୍ବାର ପ୍ରକଳ୍ପ କାର୍ଯ୍ୟ ଶେଷ ହେବାପରେ ଗାବିଅନ ବକ୍ସର ଜାଲ ସମୁଦ୍ର ଜୁଆର ମାଡ଼ରେ ଛିଡ଼ିିବା ନେଇ ଅଭିଯୋଗ ହୋଇଥିଲା। ଏହି ପ୍ରକଳ୍ପ ନିର୍ମାଣରେ ବହୁ କୋଟି ଟଙ୍କାର ଅନିୟମିତତା ହୋଇଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା। ୱାଲ ନିର୍ମାଣ ପରେ ତଟବର୍ତ୍ତୀ ଅଞ୍ଚଳରେ ବାଲି ପଡ଼ି ନ ଥିବା ଜଣାପଡିଥିଲା। ମାତ୍ର ୨ ବର୍ଷ ପୂର୍ବେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ୩୩ କୋଟି ଟଙ୍କାର ଏହି ପ୍ରକଳ୍ପର ଫେଲ୍‌ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ବିଫଳ ପ୍ରକଳ୍ପର କଳାକାରନାମାକୁ ଘୋଡାଇବା ପାଇଁ ଏବେ ଉଦ୍ୟମ ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ଜିଓ ଟ୍ୟୁବ୍‌ରେ ନିଆଁ ଲାଗିବା ଦ୍ୱାରା ସମୁଦ୍ର ନିକଟସ୍ଥ ୫୬ଟି ଗ୍ରାମରେ ବସବାସ କରୁଥିବା ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସୁରକ୍ଷା ଚିନ୍ତା ବଢ଼ିଯାଇଛି।
ସୂଚନାଯୋଗ୍ୟ, ରାଜ୍ୟର ମୋଟ ୪୮୦ କି.ମି. ତଟାଞ୍ଚଳ ମଧ୍ୟରୁ ପ୍ରାୟ ୪୦ କିଲୋମିଟର ସ୍ଥାନରେ ସମୁଦ୍ର ଜଳପତ୍ତନ ଉଚ୍ଚା ହୋଇ ସ୍ଥଳଭାଗକୁ ମାଡି ଆସୁଛି। ଏହି କାରଣରୁ କେନ୍ଦ୍ରାପଡା ଜିଲାର ସାତଭାୟା ପଞ୍ଚାୟତର ୫ଟି ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ପେଣ୍ଠଠାରେ ସମୁଦ୍ର ପ୍ରତିବର୍ଷ ୧୨ ମିଟର ସ୍ଥଳଭାଗକୁ ମାଡି ଆସୁଥିଲା। ଏଠାରେ ସମୁଦ୍ରର ଜଳ ପତ୍ତନ ପ୍ରାୟ ୩ ମିଟର ଉଚ୍ଚା ହୋଇଥିବାରୁ ୱାଲର୍‌ଡ ବ୍ୟାଙ୍କର ଅନୁଦାନରେ ୭ ମିଟର ଉଚ୍ଚ ବିଶିଷ୍ଟ ଜିଓ ଟ୍ୟୁବ ୱାଲ ନିର୍ମାଣ କରାଯାଇଥିଲା। ପ୍ରାଥମିକସ୍ତରରେ ୭୦୦ ମିଟର ଲମ୍ବର ଜିଓ ଟ୍ୟୁବ୍‌ ନିର୍ମାଣ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୫୦୫ ମିଟର ଲମ୍ବରେ ସୀମିତ ରଖାଯାଇଥିଲା। ୨୦୦୯ ଜାନୁୟାରୀ ୩୦ରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଜିଓ ଟ୍ୟୁବରେ ବାଲି ପୂରାଇ ବିଛାଯିବା ସହ ସୁରକ୍ଷା ପାଇଁ ୧୬ ମିଲିମିଟରର ସିନ୍ଥେଟିକ ଜାଲ ମଧ୍ୟରେ ପଥର ରଖାଯାଇଛି।
ଏ ସମ୍ପର୍କରେ ପେଣ୍ଠ ଗ୍ରାମର କୃତିବାସ ସ୍ବାଇଁ କୁହନ୍ତି, ଟ୍ୟୁବ୍‌ରେ ନିଆଁ ଲାଗିବା ପରେ ପେଣ୍ଠ, ଏଣ୍ଡୁଳାସାହି, ପ୍ରସନ୍ନପୁର, ସୁନ୍ଦୁରୀପାଳ, ଖଣ୍ଡମରା ଗ୍ରାମର ଭଳି ବହୁ ଗ୍ରାମର ଲୋକେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡିଛନ୍ତି।
ପୂର୍ବରୁ ତଟକ୍ଷୟ ଯୋଗୁ ସ୍ଥାନୀୟ ଲୋକେ ବ୍ୟସ୍ତବିବତ୍ର ରହୁଥିବା ବେଳେ ପ୍ରକଳ୍ପ ନିର୍ମାଣ ପରେ ଗ୍ରାମବାସୀ କିଛି ଆଶ୍ୱସ୍ତି ଲାଭ କରିଥିଲେ। ଏବେ ଧନ ଜୀବନ ପୁଣି ସଙ୍କଟରେ ରହିଥିବା ନେଇ ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସେହିପରି ପ୍ରସନ୍ନପୁରର ଦଇତାରୀ ସାମଲ କହିଛନ୍ତି, ପ୍ରକଳ୍ପ ନିର୍ମାଣ ଆରମ୍ଭରୁ ବିଭିନ୍ନ କ୍ଷେତ୍ରରେ ଅନିୟମିତତା ହୋଇଛି। ଉପଯୁକ୍ତ ସାମଗ୍ରୀ ବ୍ୟବହାର ହୋଇ ନ ଥିବା ବେଳେ ବୈଷୟିକ କୌଶଳ ପାଇଁ କୌଣସି ଇଞ୍ଜିନିୟର ସବୁ ସମୟରେ ରହୁ ନ ଥିଲେ। ଦୁର୍ବଳ ପ୍ରକଳ୍ପ ପାଇଁ ପଥର ଭାସି ଯାଉଛି। ଏଠାରେ ବନ୍ଧ ପରେ ବାଲି ୫୦୦ ମିଟର ଯାଏଁ ଆପଣା ଛାଏଁ ପଡିବ ବୋଲି ଦର୍ଶାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ହୋଇନାହିଁ ବୋଲି ସାମଲ ଅଭିଯୋଗ କରିଛନ୍ତି।
ଏହି ପ୍ରକଳ୍ପ ବିଫଳ ହୋଇଥିବାରୁ ଏହାର କଳାକାରନାମା ଲୁଚାଇବା ପାଇଁ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ନିଆଁ ଲଗାଯାଇଛି ବୋଲି ବୁଦ୍ଧିଜୀବୀ ବିଧୁଭୂଷଣ ମହାପାତ୍ର, ବାନାମ୍ବର ସାହୁ, ରାଧାକାନ୍ତ ମହାନ୍ତି, ଆଳୟ ସାମନ୍ତରାୟ ପ୍ରମୁଖ କହିଛନ୍ତିି। ନିଆଁ ଲାଗିବାର କାରଣ ଏବେ ଅନୁସନ୍ଧାନ ଚାଲିଛି ବୋଲି ଆଳି ଲୁଣା ତଟବନ୍ଧ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?